www.samajalive.in
Wednesday, December 10, 2025
23.1 C
Bhubaneswar

ଏସଟିଏଫ୍ ଓ ବନ ବିଭାଗର ଚଢଉ: ୯କେଜିର ୬ ହାତୀ ଦାନ୍ତ ଜବତ, ଜଣେ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ହାତୀ ଦାନ୍ତ ମାଫିଆ ମାତିଛନ୍ତି। ଗୁରବାର ସ୍ୱତନ୍ତ୍ର ଟାସ୍କ ଫୋର୍ସ(ଏସଟିଏଫ୍) ଓ ବଲାଙ୍ଗିର ବନ ବିଭାଗ ମିଳିତ ଭାବେ ଚଢଉ କରି ହାତୀ ଦାନ୍ତ ଜବତ କରିଛନ୍ତି। ଏହି ଘଟଣାରେ ଜଣେ ମାଫିଆଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ନୁରିନ ସେଠ ବୋଲି ଜଣାପଡିଛି। ବଲାଙ୍ଗିର ସହରର ମାଲପଡ଼ାରୁ ୬ଟି ହାତୀ ଦାନ୍ତ ଏସଟିଏଫ୍ ଓ ବନ ବିଭାଗ ଜବତ କରିଥିବା ସୂଚନା ମିଳିଛି। ଜବତ ହାତୀ ଦାନ୍ତର ଓଜନ ପ୍ରାୟ ୯ କେଜି ହେବ। ତେବେ ହାତୀ ଦାନ୍ତ କେଉଁଠୁ ଓ କିଭଳି ଭାବେ ତାଙ୍କ ପାଖକୁ ଆସିଲା, ହାତୀ ଶିକାର କେଉଁଠି କରିଥିଲେ, ଆଉ କେଉଁମାନେ ଏହି କାରବାରରେ ସଂପୃକ୍ତ ତଥା କାହାକୁ ଓ କେମିତି ବିକ୍ରି କରୁଥିଲେ ତାହାର ସବିଶେଷ ସୂଚନା ପାଇଁ ବନ ବିଭାଗ ପଚରା ଉଚୁରା ଚଳାଇଛି।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବୌଦ୍ଧ ଜିଲାରୁ ମଧ୍ୟ ଅନୁରୂପ ଭାବେ ହାତୀ ଦାନ୍ତ ଜବତ କରାଯାଇଥିଲା। ଆଉ ବଲାଙ୍ଗିର ଜିଲାର ବିଭିନ୍ନ ସ୍ଥାନରେ ହାତୀ ଦାନ୍ତ ଧରପଗଡ ସହ କିଛି ହାତୀ ଦାନ୍ତ ମାଫିଆଙ୍କୁ ପୂର୍ବରୁ ଗିରଫ କରାଯାଇଛି।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories