www.samajalive.in
Wednesday, December 10, 2025
23.1 C
Bhubaneswar

୧୦ ମିଟର ଏୟାର ରାଇଫଲରେ ଧନୁଶ ଶ୍ରୀକଣ୍ଠଙ୍କୁ ସ୍ୱର୍ଣ୍ଣପଦକ

ଡେସ୍କ: ବ୍ରାଜିଲ୍‍ର କ୍ୟାକ୍ସିୟାସ୍‍ ଡୋ ସୁଲ୍‍ ଠାରେ ଚାଲିଥିବା ୨୪ତମ ବଧିର ଅଲମ୍ପିକ୍ସର ତୃତୀୟ ଦିନରେ ଭାରତର ଧନୁଶ ଶ୍ରୀକଣ୍ଠ ୧୦ ମିଟର ଏୟାର ରାଇଫଲ୍‍ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ସୌର୍ଯ୍ୟ ସାଇନିଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ସେ କୋରିଆର କିମ୍‍ ଉ ରିମଙ୍କ ପଛରେ ରହିଥିଲେ।

ଧନୁଶ ୨୪୭.୫ ପଏଣ୍ଟ ପାଇଥିବା ବେଳେ କିମ୍‍ ୨୪୬.୬ ପଏଣ୍ଟ ପାଇଛନ୍ତି ଓ ସୌର୍ଯ୍ୟ ୨୨୪.୩ ପଏଣ୍ଟ ପାଇଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ ଟିମ୍‍ ଜାପାନକୁ ଫାଇନାଲରେ ୩-୧ରେ ହରାଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ପଦକ ତାଲିକାରେ ଭାରତ ଅଷ୍ଟମ ସ୍ଥାନରେ ରହିଛି। ଭାରତ ଏପର୍ଯ୍ୟନ୍ତ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ପାଇଛି। ୟୁକ୍ରେନ୍‍ ୧୯ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ସହ ଶୀର୍ଷ ସ୍ଥାନରେ ରହିଛି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories