www.samajalive.in
Wednesday, December 10, 2025
26.1 C
Bhubaneswar

ଚାଷୀଙ୍କର ଚମକିଲା ଭାଗ୍ୟ – ଲିଜ୍‌ ନେଇଥିବା ଜମିରୁ ବାହାରିଲା ଏପରି ଜିନିଷ

ଭୋପାଳ – ମଧ୍ୟ ପ୍ରଦେଶର ପାନ୍ନାରୁ ଜଣେ ଚାଷୀଙ୍କୁ ସରକାରଙ୍କ ଠାରୁ ଲିଜ୍‌ରେ ନେଇଥିବା ଜମିରୁ ଏକ ହୀରା ମିଳିଛି । ଏହି ହୀରା ୧୧.୮୮ କ୍ୟାରେଟ୍‌ର । ମଧ୍ୟପ୍ରଦେଶ ପନ୍ନାର ପ୍ରତାପ ସିଂ ଯାଦବ ଜଣେ କ୍ଷୁଦ୍ର ଚାଷୀ । ବେଳେ ବେଳେ ସେ ପରିବାର ପ୍ରତିପୋଷଣ ପାଇଁ ଶ୍ରମିକ ଭାବେ କାମ କରନ୍ତି। କିଛି ଦିନି ତଳେ ସେ ସରକାରଙ୍କ ଠାରୁ ଏକ ଛୋଟ ଜମି ଲିଜ୍‌ରେ ନେଇଥିଲେ ।

ଜମିରୁ ତାଙ୍କୁ ଏକ ଚକ୍‌ମକ୍‌ କରୁଥିବା ପଥର ମିଳିଥିଲା । ଏହାକୁ ଯାଞ୍ଚ କରିବାରୁ ହୀରା ବୋଲି ଜଣା ପଡିଥିଲା । ଏହା ଏକ ଭଲ ଧରଣର ହୀରା । ବଜାାରରେ ଏହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ହୀରା ଯାଞ୍ଚ କରୁଥିବା ଅଧିକାରୀ କହିଛନ୍ତି । ପାନ୍ନାରେ ଅନେକ ସମୟରେ ଜମିରୁ ହୀରା ମିଳିଥାଏ । ଲୋକମାନେ ଲିଜ୍‌ରେ ଜମି ନେଇ ବିଭିନ୍ନ ରତ୍ନ ପଥର ପାଇବା ଆଶାରେ ଏହାକୁ ଖୋଳି ଥାଆନ୍ତି ।

- Advertisement -

ସେ ଏହି ଛୋଟିଆ ଜମିକୁ ଲିଜ୍‌ରେ ନେବାପରେ ଗତ ତିନିମାସ ଧରି ଏହାକୁ ଖୋଳିବା ସହ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ପରିଶ୍ରମ ଏବଂ ଭାଗ୍ୟ ବଳରେ ତାଙ୍କ ହୀରା ମିଳିଥିଲା । ଏହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବା ବୋଲି ଜଣା ପଡିଛି ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories