ବଲାଙ୍ଗିର: ବଲାଙ୍ଗିର ସିଏନ୍ସି କଲେଜ ପରିସରରେ ଶିଳ୍ପଦ୍ୟୋଗୀ ବିକାଶ ସମିତି ଗଠିତ ହୋଇଛି। ଏହାର ଉଦଘାଟନ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ରବିଶଙ୍କର ପାଣ୍ଡିଆ, ବଲାଙ୍ଗିର ଓଭୋ ଫାର୍ମର ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର ଅତିଥି ଭାବେ ଯୋଗଦେଥିଲେ। ଏହି ଅବସରରେ ସେମାନେ ଶିଳ୍ପଦ୍ୟୋଗର ବ୍ୟବସାୟିକ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ଏଥିରେ ସଫଳତା ପାଇବା ପାଇଁ ସ୍ଥିରତା, ଲକ୍ଷ୍ୟ ସହ ପରିଶ୍ରମ ଆଉ ନୂଆ ନୂଆ କୌଶଳ ଆପଣାଇବା ଉଚିତ ବୋଲି ସେମାନେ କହିଥିଲେ। ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଛାତ୍ରଛାତ୍ରୀ ଓ ଅତିଥିଙ୍କ ମଧ୍ୟରେ ହୋଇଥିଲା। କାର୍ଯ୍ୟକ୍ରମକୁ ସିଏନ୍ସିର ନିର୍ଦ୍ଦେଶକ ଆଶୁତୋଷ ପୁରୋହିତ ପରିଚାଳନା କରିଥିଲେ। ଶେଷରେ ଅନ୍ୟତମ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଦେଇଥିଲେ।
Popular Categories



