www.samajalive.in
Sunday, December 14, 2025
18.1 C
Bhubaneswar

ପୁରୁଣା ଗାଡି କିଣିବାକୁ ଚାହୁଁଥିଲେ ସାବଧାନ ! ସାମାଜିକ ଗଣମାଧ୍ୟମରେ ଚାଲିଛି ଠକେଇ,ସେନାକର୍ମଚାରୀ ନାଁରେ ଠକ ବିକୁଛନ୍ତି ଗାଡି

ବଲାଙ୍ଗିର : ସାମଗ୍ରୀ ନୁଆ ହେଉକି ପୁରୁଣା ତାକୁ ବିକ୍ରୀ କରିବାରେ ବର୍ତ୍ତମାନ ସମୟରେ ଏକ ବଡ ମାଧ୍ୟମ ହେଉଛି ସାମାଜିକ ଗଣମାଧ୍ୟମ। ଯିଏ ଯେଉଁ ସାମଗ୍ରୀ କିଣିବାକୁ କିମ୍ବା ବିକ୍ରୀ କରିବାକୁ ଚାହିଁଥିଲେ ତାହା ସାମାଜିକ ଗଣମାଧ୍ୟମରେ ଅପଲୋଡ କଲା ମାତ୍ରେ ତାଙ୍କ ପାଖକୁ ବହୁ ଲୋକଙ୍କ ଫୋନ ଆସିଯାଇଥାଏ। ଏହା ଏକ ସହଜ ମାଧ୍ୟମ ହୋଇଥିବାରୁ ଏହିଭଳି ଅନେକ ଗ୍ରୃପ, ଆପ୍ଲିକେସନ ମଧ୍ୟ ରହିଛି। କିନ୍ତୁ ବର୍ତ୍ତମାନ ସମୟରେ ଏହା ଏକ ଠକେଇର ଏକ ବଡ ମାଧ୍ୟମ ସାଜିଛି। ଦୁଇ ଚକିଆ, ଚାରି ଚକିଆ ବିକ୍ରୀ କରିବା ନେଇ ବିଜ୍ଞାପନ ଦେଇ ଲୋକଙ୍କୁ ଭକୁଆ ବନେଇ ଟଙ୍କା ହଡପ କରୁଥିବା ଠକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେବେ ଗତ କିଛି ଦିନ ଭିତରେ ବଲାଙ୍ଗିର ଜିଲାରେ ଦୁଇ ଜଣ ଶିକ୍ଷିତ ଲୋକ ଏହିଭଳି ଠକେଇର ଶୀକାର ହୋଇଛନ୍ତି। ନେଇ ଯଦିଓ କୈାଣସି ମାମଲା ରୁଜୁ ହୋଇନାହିଁ ତଥାପି ଏହିଭଳି କିଣାବିକା କାରବାର କରୁଥିଲେ ସାବଧାନ ରହିବା ହିଁ ସୁରକ୍ଷିତ।

ବଲାଙ୍ଗିର ଜିଲାର ନିର୍ଦ୍ଦିଷ୍ଟ ଏକ ବ୍ୟାଙ୍କର ବଡ ଅଧିକାରୀ। ନିଜେ ଓ ପରିବାର ଲୋକ ବ୍ୟବହାର କରିବା ପାଇଁ ଏକ ସ୍କୁଟି କିଣିବାକୁ ଚାହୁଁଥିଲେ। ସାମାଜିକ ଗଣମାଧ୍ୟମରେ ଖୋଜୁ ଖୋଜୁ ତାଙ୍କର ନଜର ଏକ ବିଜ୍ଞାପନ ଉପରେ ପଡିଥିଲା। ଗାଡିର ଫଟୋ ସହିତ ଏହାର ଦର ସୂଚନା ଦିଆଯାଇଥିଲା। ତାକୁ କିଣିବା ପାଇଁ ସେ ଇଚ୍ଛା ପ୍ରକାଶ କରି ସଂପୃକ୍ତ ବ୍ୟକ୍ତିଙ୍କୁ ମେସେଜ କରିଥିଲେ। ପରେ ସେହି ବ୍ୟକ୍ତି ଜଣକ ଏକ ନମ୍ବର (୭୪୧୨୦୦୧୩୪୬)ରେ ଯୋଗାଯୋଗ କରିବାକୁ କହିଥିଲେ। ଏହି ନମ୍ବରରେ ଫୋନ କରିବା ପରେ ସେ ଗାଡିର ସମସ୍ତ କାଗଜପତ୍ର ହ୍ୱାଟସଆପରେ ପଠାଇଥିଲେ। ଗାଡିର କାଗଜପତ୍ର, ମାଲିକଙ୍କ ଫଟୋ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହା ସହିତ ସେ ଜଣାଇଥିଲେ ଗାଡିଟି ଜଣେ ସେନାବାହିନୀ କର୍ମଚାରୀଙ୍କର। ତେବେ ତାକୁ କିଣିବା ପାଇଁ ହେଲେ ସେନାବାହିନୀର କିଛି ନିୟମ ମାନିବାକୁ ପଡିବ। ଗାଡି ସେନାବାହିନୀ କୋରିଅରରେ ପଠାଇବା ପାଇଁ ଦୁଇ ହଜାର ଓ ଅନ୍ୟ କାଗଜପତ୍ର ବାବଦକୁ ପାଞ୍ଚ ହଜାର ପଠାଇବା ପାଇଁ ପଡିବ। ଏହି ଟଙ୍କା ଫୋନପେ କିମ୍ବା ଗୁଗୁଲପେ ରେ ପଠାଇବା ପାଇଁ କହିଥିଲେ। ଏହା ସହିତ ସେ ପର୍ଯ୍ୟାୟକ୍ରମେ ସମସ୍ତ ଫଟୋ ପଠାଇଲେ। ଦୁଇଟି କିସ୍ତିରେ ୭ହଜାର ଟଙ୍କା ପଠାଇଲେ। ଗାଡିର କାଗଜପତ୍ର ଯାଞ୍ଚ ପରେ ମାଲିକଙ୍କ ସମସ୍ତ କାଗଜପତ୍ର ଅସଲି ରହିଥିବା ଜାଣିବାକୁ ପାଇ ବ୍ୟାଙ୍କ ଅଧିକାରୀ ଜଣକ ଟଙ୍କା ପଠାଇଥିଲେ। ରୀତିମତ ସେମାନଙ୍କ ଯୋଗାଯୋଗରେ ରହିଥିଲେ। ପରେ ପୁଣି ସଂପୃକ୍ତ ଠକ ଜଣକ ଆଉ ପାଞ୍ଚ ହଜାର ଟଙ୍କା ପଠାଇବା ପାଇଁ କହିଥିଲେ। ସେଇଠୁ ଠକେଇର ଶୀକାର ହୋଇଥିବା ବ୍ୟାଙ୍କ ଅଧିକାରୀ ଜଣକ ସୂଚନା ପାଇ ଆଉ ଟଙ୍କା ପଠାଇନଥିଲେ।

- Advertisement -

ସେହିପରି ବଲାଙ୍ଗିର ଜଣେ ଫର୍ନିଚର ବ୍ୟବସାୟୀ ମଧ୍ୟ ଏକ କାର କିଣିବା ପାଇଁ ସମାନ ବିଜ୍ଞାପନ ଦେଖିଥିଲେ। ଏହି ଘଟଣାରେ ମଧ୍ୟ ଜଣେ ସେନା ଅଧିକାରୀଙ୍କ କାର ହୋଇଥିବାରୁ ଗାଡ ଦେଖିବା ପାଇଁ କୋରିଅରରେ ପଠାଇବାକୁ ପଡିବ ଯେଉଁଥିପାଇଁ ସେନାବାହିନୀର ନିୟମ ଅନୁସାରେ ଚାଲାଣ କାଟିବାକୁ ପଡିବ। ଏହି ଘଟଣାରେ ମଧ୍ୟ ଠକ ଜଣକ ଟଙ୍କା ଦାବି କରିଥିଲେ। କିନ୍ତୁ ବ୍ୟବସାୟୀ ଜଣକ ଚାଲାକ ହୋଇ ସେ ଟଙ୍କା ପଠାଇନଥିଲେ। ଫଳରେ ଏକ ବଡ ଧରଣର ଠକେଇରୁ ବଞ୍ଚିଯାଇଥିଲେ। ଏହି ଦୁଇ ଘଟଣା ନୁହଁ ଏହିଭଳି ଅନେକ ଠକେଇ ଘଟଣା ସାମ୍ନାକୁ ଆସୁଛି। କିନ୍ତୁ ଏନେଇ ଲୋକେ ଅଭିଯୋଗ କରିବାକୁ ଚାହୁଁଥିଲେ ମଧ୍ୟ ପୁଲିସ ଉପରେ ଭରସା ନାହିଁ। ନିଜ ଟଙ୍କା ଫେରିପାଇବା ନେଇ କୈାଣସି ଭରସା ନଥିବାରୁ ଅଭିଯୋଗ କରିବାକୁ ଅମଙ୍ଗ ହୋଇଛନ୍ତି। ଯେଉଁ କିଛି ଲୋକ ଅଭିଯୋଗ କରୁଛନ୍ତି ସେମାନେ ଥାନା ଦୌଡି ଦୌଡି ନୟାନ୍ତ ହେଉଛନ୍ତି।

ସେନାବାହିନୀ ନାଁ ଏକ ଭରସାଯୋଗ୍ୟ ହୋଇଥିବାରୁ ସେନା କର୍ମଚାରୀଙ୍କ ଗାଡି ମାନଙ୍କୁ ବିଶେଷ କରି ଠକେଇର ମାଧ୍ୟମ ହୋଇଛି। ସେହି କର୍ମଚାରୀଙ୍କ ନାଁ, ଗାଡିର ଫଟୋ, ୟୁନିଫର୍ମରେ ଥିବା କର୍ମଚାରୀଙ୍କ ଫଟୋକୁ ଏହି ସାଇବର ଠକ ମାନେ ବ୍ୟବହାର କରୁଛନ୍ତି। ସେନା କର୍ମଚାରୀଙ୍କ ଗାଡି ଭାବି କିଣିବାକୁ ଇଚ୍ଚା କରୁଥିବା ଲୋକେ ସହଜରେ ବିଶ୍ୱାସ କରି ଠକେଇର ଶୀକାର ହେଉଛନ୍ତି। ଏଥିପ୍ରତି ଉଭୟ ସେନା ବିଭାଗ ଓ ପୁଲିସ ଏହି ଠକେଇଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବା ସହିତ ଠକଙ୍କ ଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରିବା ଉଚିତ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories