www.samajalive.in
Sunday, December 14, 2025
17.1 C
Bhubaneswar

ଛାଡ଼ପତ୍ର ବିବାଦରେ ଅତିଷ୍ଠ ଜୀବନ ହାରିଲେ ବେକରୀ ମାଲିକ

ନୂଆଦିଲ୍ଲୀ: ପତ୍ନୀଙ୍କ ସହିତ ଲାଗି ରହିଥିବା ଛାଡପତ୍ର ବିବାଦରେ ଅତିଷ୍ଠ ହୋଇ ଦିଲ୍ଲୀର ଜଣେ ବେକରୀ ମାଲିକ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ବ୍ୟକ୍ତି ହେଉଛନ୍ତି ପୁନିତ୍ ଖୁରାନା। ପୁନିତ କଲ୍ୟାଣ ବିହାରର ମଡେଲ ଟାଉନସ୍ଥିତ ନିଜ ବାସ ଭବନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକ କହିଛନ୍ତି ଯେ ପତ୍ନୀଙ୍କ ସହିତ ଛାଡପତ୍ର ଓ ବ୍ୟାବସାୟିକ ବିବାଦକୁ ନେଇ ପୁନିତ ମାନସିକ ଭାରସାମ୍ୟ ହରାଇଥିଲେ। ୨୦୧୬ରେ ମନିକା ପହୱାଙ୍କୁ ପୁନିତ ବିବାହ କରିଥିଲେ। ପତି ପତ୍ନୀ ମିଶି ଏକ ବେକରୀ ଦୋକାନ ଓ ଏକ କାଫେ ଚଳାଇଥିଲେ। ଦୋକାନର ମାଲିକାନା ଉଭୟଙ୍କ ନାମରେ ରହିଥିଲା। ମାତ୍ର ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହେବାରୁ ଗତ କିଛି ଦିନ ହେବ ଦୁଇଟି ଯାକ ଦୋକାନ ବନ୍ଦ ରହିଥିଲା। ପୁଲିସ କହିବା ଅନୁଯାୟୀ ପୁନିତଙ୍କୁ ତାଙ୍କ ପତ୍ନୀ ଶେଷ ବ୍ୟକ୍ତି ଭାବେ ଫୋନ କରିଥିଲେ। ଏହା ପରେ ସେ ଆତ୍ମହତ୍ୟା କରିଥିଲେ। ଫୋନରେ ପତ୍ନୀ ବ୍ୟବସାୟ ବାବଦରେ କଥାବାର୍ତ୍ତା ହୋଇଥିଲେ। କଥାବାର୍ତ୍ତା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଅଡିଓ ରେକର୍ଡର ଜଣାଯାଇଛି। ପୁଲିସ ପୁନିତଙ୍କ ଫୋନକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି। ଆତ୍ମହତ୍ୟା ପୂର୍ବରୁ ପୁନିତ ୫୯ମିନିଟ୍‌ର ଏକ ଭିଡିଓ ରେକର୍ଡ କରିଛନ୍ତି। ଯେଉଁଥିରେ ସେ ପତ୍ନୀ ଓ ପତ୍ନୀଙ୍କ ପରିବାର ସଦସ୍ୟ ତାଙ୍କୁ ଦେଇଥିବା ମାନସିକ ନିର‌୍ୟାତନା ସମ୍ପର୍କରେ କହିଛନ୍ତି। ପୁନିତଙ୍କ ଭଉଣୀ କହିଛନ୍ତି ଯେ ମନିକା ଓ ତାଙ୍କ ପିତାମାତା ମୋ ଭାଇକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଛନ୍ତି। ବେଙ୍ଗାଲୁରୁରେ ସଫ୍ଟୱେର ଇଞ୍ଜିନିୟର ଅତୁଲ ସୁବାସ ପତ୍ନୀଙ୍କ ସହିତ ଛାଡପତ୍ର ବିବାଦକୁ ନେଇ ଆତ୍ମହତ୍ୟା କରିବା ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏହି ଘଟଣା ଏହାକୁ ଏବେ ଉଜ୍ଜୀବିତ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories