ସମାଜ: ପ୍ରଥମ ଥର ପାଇଁ ବଜାରକୁ ଆସିବ ସିଏନ୍ଜି ମୋଟର ସାଇକଲ। ଜୁନ୍ରେ ଏହାର ବଜାର ପ୍ରବେଶ କରାଇବାକୁ ବଜାଜ ଅଟୋ ଜୋରଦାର ଉଦ୍ୟମ ଚଳାଇଛି। ମାଇଲେଜକୁ ପ୍ରାଧାନ୍ୟ ଦେଉଥିବା ଗ୍ରାହକଙ୍କ ନିମନ୍ତେ ଏହି ସିଏନ୍ଜି ମୋଟର ସାଇକଲ କରାଯାଇଥିବା ବେଳେ ଏହାକୁ ଏକ ଅଲଗା ବ୍ରାଣ୍ଡରେ ବଜାର ପ୍ରବେଶ କରାଯିବ। ଏହି ମୋଟର ସାଇକଲ ପାଇଁ ଏକ ସ୍ବତନ୍ତ୍ର ଟାଙ୍କି କରାଯାଇଛି, ଯେଉଁଥିରେ ଉଭୟ ପେଟ୍ରୋଲ ଓ ସିଏନ୍ଜି ବ୍ୟବହାର ହୋଇପାରିବ। ଏହାର ଉତ୍ପାଦନ ଖର୍ଚ୍ଚ ଅଧିକ ହୋଇଥିବାରୁ ଅନ୍ୟ ମୋଟର ସାଇକଲ ତୁଳନାରେ ଏହାର ବଜାର ମୂଲ୍ୟ ଅଧିକ ରହିବ। ଆସନ୍ତା ୫ ବର୍ଷ ମଧ୍ୟରେ ବଜାଜ ଗ୍ରୁପ୍ ପକ୍ଷରୁ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର)ରେ ୫ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସୂଚନା ଦେବା ଅବସରରେ ବଜାଜ ଅଟୋ ନିର୍ଦେଶକ ରାଜୀବ ବଜାଜ ଏହା କହିଛନ୍ତି।
Popular Categories



