Patra electronics

୪୦ ଡିଗ୍ରୀ ଟପିବ ତାତି

ସମାଜ: ବଲାଙ୍ଗୀରରେ ପାରଦ ଉପର ମୁହାଁ ହୋଇଛି। ଶନିବାର ସେଠାରେ ଦିନ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି। ଟିଟିଲାଗଡରେ ୩୭.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭବାନୀପାଟଣା ଏବଂ ପାରଳାଖେମୁଣ୍ଡିରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ ହୋଇଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା, ୪ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ଅଧିକ ରହିବ। ପରବର୍ତ୍ତୀ ସମୟରେ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବାର ସମ୍ଭାବନା ନଥିବାରୁ ଅନେକ ଅଞ୍ଚଳରେ ପାରଦ ୪୦ଡିଗ୍ରୀ ଟପିବା ସମ୍ଭାବନା ରହିଛି। ଶନିବାର ଜଗତସିଂହପୁର ୩୬.୨, ନୟାଗଡ ୩୬.୫, ସୁବର୍ଣ୍ଣପୁର ୩୬.୧, ମାଲକାନଗିରି ୩୭.୧, ଟିଟିଲାଗଡ ୩୭.୫, ଅନୁଗୋଳ ୩୬.୧, ଝାରସୁଗୁଡା ୩୬.୪, ଭୁବନେଶ୍ବର ୩୬.୨, କଟକ ୩୬.୪ ଏବଂ ଚାନ୍ଦବାଲିରେ ୩୬.୭ ଡିଗ୍ରୀ ରହିଥିଲା।

Comments are closed.