ବାହୁବଳୀ ବିଧାୟକଙ୍କ ଅଜବ ଅଭିଯୋଗ କହିଲେ ପତ୍ନୀ ଦେଉଛନ୍ତି ନିର୍ଯ୍ୟାତନା

ଲକ୍ଷ୍ମୌ – ଉତ୍ତରପ୍ରଦେଶର ବାହୁବଳୀ ବିଧାୟକ ରାଜା ଭାୟା । ଆତଙ୍କବାଦ ନିରୋଧ ଆଇନ ବା ପୋଟାରେ ଅନେକ ବର୍ଷ ଧରି ଜେଲ୍‌ରେ ଥିଲେ । ତାଙ୍କ ପ୍ରଭାବ ଏତେ ଯେ ଜେଲ୍‌ରେ ରହି ସେ ନିର୍ବାଚନ ଜିତିଥିଲେ । ତାଙ୍କୁ ଗିରଫ କରିଥିବା ପୁଲିସ ଅଧିକାରୀଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା, ଏହାର ଏବେ ସିବିଆଇ ତଦନ୍ତ ଚାଲିଛି । କେବଳ ସେତିକି ନୁହେଁ ୧୯୯୩ରୁ ଆଜିଯାଏଁ ସେ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଜିତିଆସୁଛନ୍ତି ।

ହେଲେ ବିବାହର ୨୮ ବର୍ଷ ପରେ ସେ ବିଚ୍ଛେଦ ମାମଲା ରୁଜୁ କରିଛନ୍ତି । ତାଙ୍କ ପତ୍ନୀ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା କଥା ସେ ଏଥିରେ ଉଲ୍ଲେଖ କରିଛନ୍ତି । ରାଜା ଭାୟା ଓରଫ୍‌ ରଘୁରାଜ ପ୍ରତାପ ସିଂ ଉତ୍ତରପ୍ରଦେଶର ବାହୁବଳୀ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ । ସେ ଜେଲ୍‌ରେ ଥାଇ ଅନେକ ଥର ନିର୍ବାଚନ ଜିତିଛନ୍ତି । ୧୯୯୫ ମସିହାରେ  ରାଜା ଭାୟାଙ୍କର ରାଜକୁମାରୀ ଭାନଭୀ କୁମାରୀ ସିଂଙ୍କ ସହ ବିବାହ ହୋଇଥିଲା । ସେମାନଙ୍କର ୪ ଜଣ ସନ୍ତାନ । ବିବାହର ପ୍ରଥମ ବର୍ଷରେ ତାଙ୍କର ଯାଆଁଳା ଝିଅ ହୋଇଥିଲେ । ହେଲେ ଜଣେ ବଞ୍ଚିଥିଲେ । ଏହାର ୭ ବର୍ଷ ପରେ ତାଙ୍କର ଦୁଇ ଜଣ ପୁଅ ହୋଇଛନ୍ତି ।

ଏବେ ତାଙ୍କ ପତ୍ନୀ ତାଙ୍କ ସହ ରହିବା ପାଇଁ ଚାହୁଁ ନଥିବା ରାଜାଭାୟା କହିଛନ୍ତି । ସେ ତାଙ୍କୁ ମାନସିକ ଯନ୍ତ୍ରଣା ଦେବା ସହ ତାଙ୍କ ଭାଇଙ୍କୁ ଆକ୍ଷେପ କରୁଥିବା କଥା ସେ ଅଭିଯୋଗ କରିଛନ୍ତି । ଦିଲ୍ଲୀର ସାକେତ ପରିବାର ଅଦାଲତରେ ଏହି ମାମଲାର ଶୁଣାଣୀ ଚାଲିଛି।

Comments are closed.