www.samajalive.in
Tuesday, December 9, 2025
19.1 C
Bhubaneswar

ପୁଣି ଡାକ୍ତରଖାନା ନିର୍ମାଣ ପାଇଁ ସୁବ୍ରତ ବାଗଚୀ ଦାନ କଲେ ଏତିକି କୋଟି ଟଙ୍କା – ବେଙ୍ଗାଲୁରୁରେ ହେବ ୮୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ୍‌

ଭୁବନେଶ୍ୱର- ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ସଂଗଠନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ବେଙ୍ଗାଲୁରୁରେ ଏକ ହସ୍‌ପିଟାଲ୍‌ ନିର୍ମାଣ ପାଇଁ ୪୨୫ କୋଟି ଟଙ୍କା ଦାନ କରିଛନ୍ତି । ଭାରତୀୟ ବିଜ୍ଞାନ ସଂସ୍ଥାନରେ ୮୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ବାଗଚୀ ଦମ୍ପତି ଏବଂ ରାଧା ଓ ଏନ.ପାର୍ଥସାରଥୀ ୪୨୫ କୋଟି ଟଙ୍କା ଦାନ କରିଛନ୍ତି । ବାଗଚୀଙ୍କ ସହ ଏନ୍‌ ପାର୍ଥ ସାରଥୀ ମାଇଟ୍ରିର ଅନ୍ୟତମ ପ୍ରତିଷ୍ଠାତା ସହଯୋଗୀ ଥିଲେ ।

ଭାରତୀୟ ବିଜ୍ଞାନ ସଂସ୍ଥାନରେ ଏହି ଡାକ୍ତରଖାନା ପ୍ରତିଷ୍ଠାକୁ ନେଇ ବାଗଚୀ ଦମ୍ପତି ଖୁସୀ ପ୍ରକାଶ କରିଛନ୍ତି । ପୂର୍ବରୁ ଓଡ଼ିଶାରେ କ୍ୟାନସର ହସପିଟାଲ ଓ ପାଲିଏଟିଭ କେୟାର କେନ୍ଦ୍ର ସ୍ଥାପନ ପାଇଁ ସେମାନେ ୩୪୦ କୋଟି ଟଙ୍କା ଦାନ କରିଛନ୍ତି । ମାନବ ସମାଜର ସେବା ପାଇଁ ଆଗେଇ ଆସିବାରେ ସେମାନେ ବେଶ୍‌ ଖୁସୀ ଅନୁଭବ କରୁଥିବା କଥା ପ୍ରକାଶ କରିଛନ୍ତି ।

- Advertisement -

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories