ପ୍ରଣୟ, ସିନ୍ଧୁ କ୍ୱାର୍ଟରରେ ପରାସ୍ତ

0

ଜାକର୍ତ୍ତା : ଭାରତର ଏଚ୍‍.ଏସ.ପ୍ରଣୟ ଓ ପିଭି ସିନ୍ଧୁ ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ରେ ସିଙ୍ଗଲ୍‍ସ ଇଭେଣ୍ଟର କ୍ୱାର୍ଟରଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଫଳରେ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଅଭିଯାନ ଶେଷ ହୋଇଛି। ଶୁକ୍ରବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ୩ୟ ସିଡ୍‍ ଚୀନର ସି ୟୁକି ସିଧାସଳଖ ୨୧-୧୭, ୨୧-୧୮ ଗେମରେ ୮ମ ସିଡ୍‍ ମାନ୍ୟତାପ୍ରାପ୍ତ ପ୍ରଣୟଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୩୯ ମିନିଟ ଧରି ଚାଲିଥିଲା। ଅପରପକ୍ଷରେ ମହିଳା ସିଙ୍ଗଲ୍‍ସ କ୍ୱାର୍ଟରଫାଇନାଲରେ ୮ମ ସିଡ୍‍ ଚୀନର ହି ବିଙ୍ଗ୍‍ଜିଆଓ ୨୧-୧୪, ୨୧-୧୫ ଗେମରେ ୩ୟ ସିଡ୍‍ ସିନ୍ଧୁଙ୍କୁ ହରାଇଛନ୍ତି। ୩୭ ମିନିଟ ମଧ୍ୟରେ ଏହି ମୁକାବିଲା ଶେଷ ହୋଇଥିଲା। ଉଭୟ ସିନ୍ଧୁ ଓ ବିଙ୍ଗ୍‍ଜିଆଓ ଏଥରକୁ ମିଶାଇ ମୋଟ ଏଗାର ଥର ପରସ୍ପରକୁ ଭେଟିଥିବାବେଳେ ଫଳାଫଳ ବିଙ୍ଗ୍‍ଜିଆଓଙ୍କ ସପକ୍ଷରେ ୬-୫ ରହିଛି।

kalyan agarbati
Leave A Reply