www.samajalive.in
Sunday, December 14, 2025
17.1 C
Bhubaneswar

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଥାନାରେ ପରିଣତ ହେବ ମାଣିଆବନ୍ଧ ଫାଣ୍ଡି

ବଡ଼ମ୍ବା: ଦୀର୍ଘ ପ୍ରାୟ ୬୫ବର୍ଷ ପରେ ଥାନାରେ ପରିବର୍ତ୍ତିତ ହେବ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ଫାଣ୍ଡି। ଶନିବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ନିଷ୍ପତ୍ତି ନେଇଥିବା ବେଳେ ରାଜ୍ୟରେ ମାଣିଆବନ୍ଧକୁ ମିଶାଇ ଅନ୍ୟ ୩୬ଟି ନୂଆ ଥାନା ଖୋଲିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ୧୯୫୮ ମସିହାରେ ସ୍ଥାପିତ ହୋଇଥିବା ଏହି ଫାଣ୍ଡି ମାଣିଆବନ୍ଧ ସମେତ ଏହାର ଆଖପାଖ ଅଞ୍ଚଳର ଅପରାଧ ନିୟନ୍ତ୍ରଣ ଦିଗରେ ବଡ଼ମ୍ବା ଥାନା ଅଧୀନରେ କାର୍ଯ୍ୟ କରିଆସୁଛି। ତେବେ ଜନସଂଖ୍ୟାର ଅଭିବୃଦ୍ଧି, ଲୋକସଂଖ୍ୟା ଦୃଷ୍ଟିରୁ ନୂତନ ପଞ୍ଚାୟତ ଗଠନ ହେବା ତଥା ଅପରାଧ ନିୟନ୍ତ୍ରଣ ଦିଗରେ ଆବଶ୍ୟକତା ଦୃଷ୍ଟିରୁ ଏହି ଫାଣ୍ଡିକୁ ଥାନାରେ ପରିବର୍ତ୍ତନ କରିବାକୁ ବିଭିନ୍ନ ଅନୁଷ୍ଠାନ ସମେତ ସ୍ଥାନୀୟ ଲୋକ ଅନେକ ଦିନରୁ ଦାବି କରିଆସୁୁଥିଲେ। ବିଶେଷକରି ବଡ଼ମ୍ବା ଓକିଲସଂଘ, ନାଗରିକ ମଞ୍ଚ ସମେତ ମିଳିତ କ୍ରିୟାନଷ୍ଠାନ କମିଟି ତରଫରୁ ଏଦିଗରେ ରାଜ୍ୟ ସରକାରଙ୍କ ପାଖରେ ଦୀର୍ଘଦିନଧରି ଦାବି ହେଉଥିଲା। ବଡ଼ମ୍ବା ଓକିଲସଂଘ ଏହି ପ୍ରସଙ୍ଗକୁ ନେଇ ଏକାଧିକବାର ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ।

 

- Advertisement -

ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ସମସ୍ତ ଜନସାଧାରଣଙ୍କର ଏହି ଦାବିକୁ ସମ୍ମାନ ଜଣାଇ ଜନପ୍ରତିନିଧି ହିସାବରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ଶ୍ରୀ ମିଶ୍ରଙ୍କ ଉଦ୍ୟମରେ ଓକିଲସଂଘ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧିଦଳ ପ୍ରାୟ ଦୁଇବର୍ଷ ତଳେ ରାଜ୍ୟ ଆଇନ ମନ୍ତ୍ରୀ, ଗୃହ ବିଭାଗ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତକରି ମାଣିଆବନ୍ଧ ଫାଣ୍ଡିକୁ ଥାନାର ମାନ୍ୟତା ଦେବାକୁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟ ସରକାର ଗୁରତ୍ୱର ସହିତ ଏହି ଦାବିକୁ ବିଚାର କରିବାସହ ଶେଷରେ ବିଧାୟକଙ୍କ ନିରନ୍ତର ଉଦ୍ୟମ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭକରି ମାଣିଆବନ୍ଧ ଫାଣ୍ଡିକୁ ଥାନାର ମାନ୍ୟତା ମିଳିଥିବାରୁ ବଡ଼ମ୍ବା ଏବଂ ମାଣିଆବନ୍ଧର ବିଭିନ୍ନ ମହଲରେ ଏହାକୁ ନେଇ ଆନନ୍ଦ ପ୍ରକାଶପାଇଛି। ମାଣିଆବନ୍ଧକୁ ଥାନାର ମାନ୍ୟତା ମିଳିବା ଦାବି ପୂରଣ ହୋଇପାରିଥିବାରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ କୃତଜ୍ଞତା ଜଣାଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories