www.samajalive.in
Monday, December 15, 2025
15.1 C
Bhubaneswar

ଦୁଇବର୍ଷର ବ୍ୟବଧାନ ପରେ ହେବ ମା’ ଭଟ୍ଟାରିକାଙ୍କ ପାର୍ବଣ ଉତ୍ସବ

ବଡ଼ମ୍ବା: ମହାମାରୀ କୋଭିଡ କଟକଣା କାରଣରୁ ଗତ ଦୁଇବର୍ଷଧରି ମହାମାୟା ମା ଭଟ୍ଟାରିକାଙ୍କ ପାର୍ବଣ ଯାତ୍ରା ଅନୁଷ୍ଠିତ ହୋଇନାହିଁ। କୋଭିଡ କଟକଣା ଭିତରେ କେବଳ ଯାହା ଷୋଡ଼ଶ ଉପଚାର ବିଧି ଏବଂ ପାର୍ବଣ ନୀତି ସମ୍ପନ କରାଯାଇଥିଲା। ତେବେ ଚଳିତବର୍ଷ ଦେବୀଙ୍କ ଶାରଦୀୟ ପୂଜା, ମା’ ଭଟ୍ଟାରିକାଙ୍କ ବାର୍ଷିକ ଯାତ୍ରା ସମେତ ଭଟ୍ଟାରିକା ମହୋତ୍ସବ ପାଳନ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଉତ୍ସାହ ପ୍ରକାଶପାଇଛି। ଏଥିପାଇଁ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ମା’ ଭଟ୍ଟାରିକା ଆଞ୍ଚଳିକ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ହୋଇଯାଇଛି। ଅଞ୍ଚଳର ବରିଷ୍ଠ ନାଗରିକ ଭ୍ରମରବର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଦେବୀଙ୍କ ୧୬ଦିନ ବ୍ୟାପୀ ପାର୍ବଣ ପୂଜା, ମହାଷ୍ଟମୀର ବାର୍ଷିକ ଯାତ୍ରା ଏବଂ  ୫ଦିନ ବ୍ୟାପୀ ରାଜ୍ୟ ସଂସ୍କୃତି ବିଭାଗ ଏବଂ ଜିଲା ପ୍ରଶାସନ ସହଯୋଗରେ କିଭଳି ଶାନ୍ତିଶୃଙ୍ଖଳାର ସହିତ ପାଳନ ହେବ ସେନେଇ ସବିଶେଷ ଆଲୋଚନା କରାଯାଇଥିଲା।

 

- Advertisement -

ଯାତ୍ରା ସମୟରେ ପରିବେଶ ଓ ପରିମଳ ବ୍ୟବସ୍ଥାକୁ ନେଇ ପ୍ରଶାସନ ସହିତ ଆଲୋଚନା ହେବ। ସେହିଭଳି ଯାତ୍ରାରେ ବସିବାକୁ ଥିବା ଉଠା ଦୋକାନୀ ଉନ୍ନୟନ ପରିଷଦ ସହିତ ଯଥେଷ୍ଟ ପୂର୍ବରୁ ଯୋଗାଯୋଗ କରିବାକୁ ସମ୍ପାଦକ ସନାତନ ବେହେରା ପ୍ରସ୍ତାବ ଦେଇଛନ୍ତି। ଆସନ୍ତା ଗଣେଶ ପୂଜାଠାରୁ ନିୟମିତ ଏ ଦିଗରେ ଉନ୍ନୟନ ପରିଷଦର ବିଚାରବିମର୍ଶ ଜାରି ରହିବ ଏବଂ ସ୍ଥାନୀୟ ବିଧାୟକଙ୍କ ସହିତ ସମସ୍ତଦିଗରୁ ଆଲୋଚନା କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଉପଦେଷ୍ଟା ଗୋଲଖବିହାରୀ ସାହୁ, ନାରାୟଣ ଗୁରୁ, କାର୍ତ୍ତକଚନ୍ଦ୍ର ପୁହାଣ, ମହୋତ୍ସବ କମିଟି ଉପସଭାପତି ସରୋଜକୁମାର ନାୟକ, ଭଟ୍ଟାରିକା ସରପଞ୍ଚ ସତ୍ୟଜିତ ପୁହାଣ, ସମିତିସଭ୍ୟାଙ୍କ ପ୍ରତିନିଧି ସତ୍ୟବାନ ମହାପାତ୍ର, କରଡ଼ିବନ୍ଧ ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷକୁମାର ମହାନ୍ତି, ସମିତିସଭ୍ୟ ପ୍ରକାଶଚନ୍ଦ୍ର ବେଜଙ୍କ ସମେତ ଭଟ୍ଟାରିକା ସଂଲଗ୍ନ ଶଶାଙ୍ଗ, ଗମେଇ, ଓଗାଳପୁର, କରଡ଼ିବନ୍ଧ ଆଦି ଗ୍ରାମର ପ୍ରମୁଖ ବ୍ୟକ୍ତିବିଶେଷ ଉକ୍ତ ବୈଠକରେ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories