www.samajalive.in
Saturday, December 6, 2025
16.1 C
Bhubaneswar

ଚାପଖେଳିବାକୁ ଚନ୍ଦନ ପୋଖରୀକୁ ବିଜେ କଲେ ମହାପ୍ରଭୁ

ବଡ଼ମ୍ବା : ଆକର୍ଷଣୀୟ ପଟ୍ଟୁଆର ସହିତ ଐତିହପୂର୍ଣ୍ଣ ବଡ଼ମ୍ବା ଭଉଁରୀ ଯାତ୍ରା ପବିତ୍ର ଅକ୍ଷୀତୃତୀୟା ଅବସରରେ ଆରମ୍ଭ ହୋଇଛି। ୨୧ଦିନ ବ୍ୟାପି ଚାପଖେଳିବାକୁ ମହାପ୍ରଭୁ ଗୋପୀନାଥ ଦେବ, ଚନ୍ଦ୍ରଶେଖର ଦେବ, ଶ୍ରୀଲୋକନାଥ ଦେବ, ରାଧାକାନ୍ତ ଦେବ ଏବଂ ବାବା ସିଂହନାଥ ଦେବଙ୍କ ବିଜେ ପ୍ରତିମା ଏହି ଯାତ୍ରାରେ ଚନ୍ଦନ ପୋଖରୀକୁ ବିଜେ କରିଛନ୍ତି। ଅପରାହ୍ନରେ ରାଜନଅରରୁ ବଡ଼ମ୍ବା ରାଜା ତିବିକ୍ରମଦେବ ବୀରବର ମଙ୍ଗରାଜ ମହାପାତ୍ରଙ୍କ ମଙ୍ଗଳ ଆଳତି ଓ ଚାମର ସେବା ପରେ ରାଜବାଟି ବିଜେ ଗୋପୀନାଥ ଦେବ ଏବଂ ଚନ୍ଦ୍ରଶେଖର ଦେବ ସୁସଜ୍ଜିତ ପାଲିଙ୍କିରେ ବିଜେ କରିବା ସହ ଯାତ୍ରାର ଶୁଭାରମ୍ଭ ହୋଇଥିଲା।
ସ୍ଥାନୀୟ ତହସିଲଦାର ତଥା ଉତ୍ସବ ପାଳନ କମିଟିର ସଭାପତି ନୀଳକଣ୍ଠ ବେହେରା, ରାଜ ପରିବାର ସଦସ୍ୟ କୁମାର ତ୍ରିଭୁବନଚନ୍ଦ୍ର ଦେବ, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁ , ଚନ୍ଦନ ମହୋତ୍ସବ କମିଟି ସଭାପତି ଚିନ୍ମୟ ପଟ୍ଟନାୟକ,ସମ୍ପାଦକ ଗିରିଜାପ୍ରସାଦ ମିଶ୍ର, ବିଜେପି ନେତା ବିଜୟ କୁମାର ଦଳବେହେରା, ସରୋଜ କୁମାର ବେଉରା, ସନ୍ତୋଷ କୁମାର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ସାହି ମୁରବୀ ଓ ରାଜନୈତିକ ନେତୃବୃନ୍ଦଙ୍କ ଉପସ୍ଥିତିରେ ବିଜେ ଠାକୁରଙ୍କ ବର୍ଣ୍ଣାଢ୍ୟ ପଟ୍ଟୁଆର ରାଜନଅରରୁ ବାହାରି ବଡ଼ମ୍ବାଗଡ଼ ବଡ଼ଦାଣ୍ଡ, ଗୁଣ୍ଡିଚାବାଡ଼ି ଏବଂ ଗାନ୍ଧିଛକ ହୋଇ ଚନ୍ଦନ ପୋଖରୀ ଅଭିମୁଖେ ଯାତ୍ରା କରିଥିଲା। ଆତସବାଜି, ଢୋଲ, ଶଂଖୁଆ, ସଂକୀର୍ତ୍ତନ, ଲଉଡ଼ିବାଡ଼ି ଖେଳ, ବୁଢା ବୁଢି ନାଚ ଏବଂ ପାଇକ ଆଖଡ଼ା ନୃତ୍ୟ ସାଙ୍ଗକୁ ଘଣ୍ଟନାଦର ପଟ୍ଟୁଆର ଏବଂ ପାରମ୍ପରିକ ଏହି ଯାତ୍ରା ଦେଖିବାକୁ ଶହଶହ ଲୋକଙ୍କ ଜନସମାଗମ ହୋଇଥିଲା। ସଧ୍ୟାରେ ଗାନ୍ଧିଛକ ସ୍ଥିତ ଚନ୍ଦନ ପୋଖରୀରେ ମହାପ୍ରଭୁଙ୍କ ବିଜେ ପ୍ରତିମା ସମୁହ ଡଙ୍ଗାରେ ଚାପ ଖେଳିଥିଲେ। ଅନେକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଦିବ୍ୟ ଲୀଳା ଦର୍ଶନ ଲାଭ କରିଥିଲେ। ଆଜିଠୁ ୨୧ଦିନ ବ୍ୟାପି ପ୍ରତ୍ୟହ ଦୁଇବେଳା ମହାପ୍ରଭୁଙ୍କ ଏ ଉତ୍ସବ ଯଥାରୀତି ପାଳନ କରାଯିବ ଏବଂ ଏହି ଯାତ୍ରାର ଅନ୍ତିମ ୫ଦିନ ଚନ୍ଦନ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories