www.samajalive.in
Saturday, December 6, 2025
16.1 C
Bhubaneswar

‘ଶିଶୁମାନଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ସମନ୍ୱିତ ଶିଶୁବିକାଶ ଯୋଜନା କାର୍ଯ୍ୟାଳୟର ସଭାଗୃହରେ ପଞ୍ଚାୟତସ୍ତରୀୟ ଶିଶୁସୁରକ୍ଷା କମିଟି ତଥା ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସ କମିଟି ଓ ଶିଶୁମାନଙ୍କର ସମସ୍ୟାର ସଚେତନତା କାର୍ଯ୍ୟକ୍ରମ ‘ଶିଶୁମାନଙ୍କ ପାଇଁ ଦିନଟିଏ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ତଥା ବାଲ୍ୟବିବାହ ନିଷେଧ ଅଧିକାରୀ ମମତା ରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣିରେ ମୁଖ୍ୟ ଅତିଥି ଭାବେ ବିଡିଓ ସୁନୀଲ ଖରା ଯୋଗ ଦେଇଥିଲେ। ମଣ୍ଡଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ଥାନା ଏସଆଇ ସଞ୍ଜୟ କୁମାର ମୁର୍ମୁ, ସ୍ୱାସ୍ଥ୍ୟ ବିଭାଗର ବ୍ଲକ ପ୍ରୋଗ୍ରାମ ଅଧିକାରୀ କୈଳାଶ କୁମାର ନାୟକ, ସରପଞ୍ଚ ଗୌତମ ବାର୍ଲ ମଞ୍ଚାସୀନ ରହିଥିଲେ। ଏଥିରେ ବ୍ରାହ୍ମଣ, ଗୌଡ଼, ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ଲୋକଙ୍କ ସମେତ ଦୁଇଜଣ କିଶୋରୀ ବାଳିକା ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହିଥିଲେ। ବାଲ୍ୟବିବାହ କିପରି ରୋକାଯାଇ ପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ବାଲ୍ୟବିବାହ ଜାଣିଶୁଣି ଯେଉଁ ପରିବାର କରନ୍ତି ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ ହେବେ ଓ ୧୮ବର୍ଷରୁ କମ ବୟସର ପିଲାଙ୍କୁ ବିବାହ ନ କରିବା ଓ ବିଭିନ୍ନ ଶୋଷଣରୁ ମୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ। ପଞ୍ଚାୟତସ୍ତରରେ ଶିଶୁ ସୁରକ୍ଷା କମିଟି ଗଠନ କରିବା ସହ ତାର ଦାୟିତ୍ୱ ଓ ଭୂମିକା ବିଷୟରେ ଆଲୋଚନା କରିଥିଲେ। ଶେଷରେ ସୁପରଭାଇଜର ନଳିନୀ ବୈରାଗୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories