www.samajalive.in
Saturday, December 6, 2025
14.1 C
Bhubaneswar

ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣା ; ମୁଖ୍ୟ ଅଭିଯୁକ୍ତ ଗିରଫ

ଅନୁଗୋଳ : ଅନୁଗୋଳ ସହରର ହୁଲୁରିସିଂହା ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ହୁଲୁରିସିଂହା ଘାସିସାହିର ବାବୁ ଓରଫ କରଣ ମୁଖୀ ( ୨୧ ବର୍ଷ ) । ଅଭିଯୁକ୍ତର ବୟାନ ଆଧାରରେ ପୁଲିସ ହତ୍ୟାରେ ବ୍ୟବହୃତ ଏକ ଭୁଜାଲି ଓ କଟୁରି ଜବତ କରିଛି । ହତ୍ୟା ପରେ ଏହି ମାରଣାସ୍ତ୍ରକୁ ଲିଙ୍ଗରା ନାଳର ଏକ ପଥର ତଳେ ମଡ଼ାଇ ରଖୁଥିଲା । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଟଙ୍କା ଧାର ଉଧାର କିମ୍ବା ପରକିୟା ପ୍ରୀତିରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି । ତେବେ ଅଭିଯୁକ୍ତ ଏକା ହତ୍ୟା କରିଥିବା କହୁଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ବାବୁକୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ବେଳେ ତିନି ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ଜଣା ପଡ଼ିଛି । ପ୍ରକାଶ ଯେ , ଗତ ଶୁକ୍ରବାର ରାତିରେ ହୁଲୁରିସିଂହା ଠାରେ ପ୍ରକାଶଙ୍କୁ ଗୋଡ଼ାଇ ଗୋଡ଼ାଇ ବିଭତ୍ସ ହତ୍ୟା କରାଯାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories