www.samajalive.in
Saturday, December 6, 2025
16.1 C
Bhubaneswar

ହିନ୍ଦୁ ବିରୋଧିଙ୍କ ବିରୁଦ୍ଧରେ ଗର୍ଜିଲା ନର୍ଲା ହିନ୍ଦୁ ସଂଗଠନ 

ନର୍ଲା : ନିକଟ ଅତୀତରେ ସମ୍ବଲପୁରରେ ହନୁମାନ ଜୟନ୍ତୀର ଶୋଭାଯାତ୍ରାରେ ପଥର ମାଡ ହୋଇଥିବା ଘଟଣା ଓ ବନବାସୀ ଯୁବକଙ୍କୁ ହତ୍ୟା ଘଟଣାର ତୀବ୍ର ବିରୋଧ କରି ଆଜି ନର୍ଲା ହିନ୍ଦୁ ସଂଗଠନ ଦୃଢ ଦାବୀ କରିଛି । ଆଜି ଏକ ଶୋଭାଯାତ୍ରାରେ ବାହାରି ହିନ୍ଦୁ ସୁରକ୍ଷାର ନାରା ଦେବା ସହ ଆନ୍ଦୋଳନକାରୀ ମାନେ ନର୍ଲା ବ୍ଲକ କାର୍ୟ୍ୟାଳୟରେ ପହଞ୍ଚି ଓଡିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଆଜି ଦେଶରେ ହିନ୍ଦୁ ଅସୁରକ୍ଷିତ ହୋଇପଡିଛି । କିଛି ଦେଶଦ୍ରୋହୀ ହିନ୍ଦୁର ଅସ୍ତିତ୍ଵକୁ ଲୋପ କରିବା ପାଇଁ ଦେଶରେ ଚକ୍ରାନ୍ତ ଚଳାଇଛନ୍ତି । ହିନ୍ଦୁ ସମାଜ କେବେ ଏହା ହେବାକୁ ଦେବ ନାହିଁ ଆଗାମୀ ଦିନରେ ଏଥିପାଇଁ ବିପ୍ଳବ ହେବ ବୋଲି ଆନ୍ଦାଳନକାରୀ ମତବ୍ୟକ୍ତ କରିଥିଲେ । ନିହତ ହୋଇଥିବା ବନବାସୀ ଯୁବକଙ୍କ ପରିବାରକୁ ଉଭୟ ରାଜ୍ୟ ଓ କେନ୍ଦ୍ର ଆର୍ଥିକ ସହାୟତା ପ୍ରଦାନ କରିବାକୁ ସଂଗଠନ ଦାବୀ କରିଛି । ଦେଶଦ୍ରୋହୀ ମାନେ ସାମ୍ବିଧାନିକ ମର୍ୟ୍ୟାଦାକୁ ଖୋଲାଖୋଲି ଉଲଙ୍ଘନ କରି ଧର୍ମିୟ ଭାବନାରେ କୁଠାର ଘାତ କରିଛନ୍ତି ଓ ତୁରନ୍ତ ଅପରାଧି ମାନଙ୍କୁ ଆଇନତଃ ଗିରଫ କରି କଠୋର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ବଦ୍ରି ନାରାୟଣ ମିଶ୍ର, ସାରଥି ନାଏକ, ଗଗନ ବିହରୀ ସା, ପର୍ଶୁରାମ ପଣ୍ଡା, ଅଜୟ ନାଏକ, କୁମରମଣି ଶବର, ମନମୟ ଚାନ୍ଦ, ପଦ୍ମଲୋଚନ ଜାଲ, ଅନିରୁଦ୍ଧ ପଧାନ, ସରୋଜ ବୁଦ୍ଧିଆ, ନବୀନ ପଧାନ ପ୍ରମୁଖ ଦାବୀ କରିଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories