www.samajalive.in
Monday, December 15, 2025
14.1 C
Bhubaneswar

ମହାନଦୀ ବନ୍ୟା କବଳରେ ବଡ଼ମ୍ବା ବ୍ଲକ

ବଡ଼ମ୍ବା: ମହାନଦୀର ବନ୍ୟା ଦ୍ୱାରା ବଡ଼ମ୍ବା ବ୍ଲକର ନଦୀକୂଳ ଅଞ୍ଚଳ ବହୁମାତ୍ରାରେ ପ୍ରଭାବିତ ହୋଇଛି। ବିଶେଷକରି ହଜାରହଜାର ଏକର ଚାଷଜମି ବନ୍ୟାଜଳରେ ବୁଡ଼ିରହିଥିବା ବେଳେ ଧାନ ଏବଂ ପନିପରିବା ଚାଷ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୧୪ଫୁଟର ବନ୍ୟାଜଳ ମଙ୍ଗଳବାର ଅପରାହ୍ନସୁଦ୍ଧା ମା ଭଟ୍ଟାରିକାଙ୍କ ପୀଠର ବେଢ଼ା ଦେଇ ପ୍ରବାହିତ ହେଉଥିବା ବେଳେ ନଦୀ ଏବଂ ପୀଠ ଏକାକାର ହୋଇଯାଇଥିବା ଲକ୍ଷକରାଯାଇଛି। ମନ୍ଦିର ବେଢ଼ାରେ ସୃଷ୍ଟି ହୋଇଥିବା ବିପଦସଂକୁଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କତା ସ୍ୱରୁପ ୧୫ତାରିଖ ଅପରାହ୍ନରୁ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପ୍ରଶାସନ ପୀଠରେ ୧୧୪ଧାରା ଜାରି କରିଛନ୍ତି। ସେହିଭଳି ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବଡ଼ମ୍ବାର ବାବା ସିଂହନାଥ ଦେବଙ୍କ ମନ୍ଦିର ବେଢ଼ାରେ ମଙ୍ଗଳବାର ସକାଳେ ବନ୍ୟାଜଳ ପ୍ରବେଶକରିଛି। ଫଳସ୍ୱରୁପ ଠାକୁରଙ୍କ ଲିଙ୍ଗ ଜଳାଶାୟୀ ହୋଇଥିବା ବେଳେ ବିଜେ ପ୍ରତିମାଙ୍କୁ ସ୍ଥାନାନ୍ତର କରି ସେବାୟତ ପୂଜାର୍ଚ୍ଚନା କରୁଥିବା ପ୍ରତକ୍ଷଦର୍ଶିଙ୍କଠୁ ପ୍ରକାଶ। ଅପରାହ୍ନରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିଂହନାଥ ପୀଠରେ ମଧ୍ୟ ସ୍ଥାନୀୟ ପ୍ରଶାସନ ୧୪୪ଧାରା ଜାରୀ କରିଛି। ଅପରପକ୍ଷରେ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଅଧିନସ୍ଥ ନଦୀକୂଳ ଗୋବର୍ଦ୍ଧନପୁର ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି। ଉକ୍ତଗ୍ରାମର କେତକ ଘରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ପାଖାପାଖି ୩୦ରୁ ୩୫ଘର ପ୍ରଭାବିତ ହୋଇଥିବା ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧିଙ୍କଠାରୁ ପ୍ରକାଶ। ସେହିଭଳି ୧୫ ତାରିଖ ଅର୍ଥାତ୍‍ ସୋମବାର ବିଳମ୍ବିତ ରାତିରେ ନଦୀକୂଳ ଶଂଖାମେରୀ ଗ୍ରାମ ଘେରୀବନ୍ଧରେ ଘାଇ ହୋଇଥିବା ବେଳେ ବାଙ୍ଗେରିସିଂହା ଗ୍ରାମ ଘେରୀବନ୍ଧରେ ଘଳିଆ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫଳସ୍ୱରୁପ ଶଂଖାମେରୀ ଗ୍ରାମ ପ୍ରଧାନସାହି,ପାଟଣା ସାହି ସମେତ ନଦୀପାର୍ଶ୍ବ ୨ନଂ,୫ନଂ ୱାର୍ଡ଼ରେ ବନ୍ୟାଜଳ ପ୍ରବେଶ କରିଛି।

ସେହିଭଳି ବାଙ୍ଗେରିସିଂହା ଲେଙ୍କାସାହି ଓ ପାଇକସାହି ଭିତରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଉକ୍ତ ପଞ୍ଚାୟତର ୧,୩,୪ ଏବଂ ୮ ନମ୍ବର ୱାର୍ଡ଼ ଏହାଦ୍ୱାରା ପ୍ରଭାବିତ ହୋଇଥିବା ଜଣାଯାଇଛି। ଖବରପାଇ ବିଳମ୍ବିତ ରାତିରେ ଆମ ସମ୍ବାଦଦାତାଙ୍କ ସମେତ ତହସିଲଦାର ତପନକୁମାର ପରିଡ଼ା ଏବଂ ଥାନା ଆଇଆଇସି ନିରଞ୍ଜନ ଦାସଙ୍କ ସହିତ ପୁଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଶୁ ପଦକ୍ଷେପ ସ୍ୱରୁପ ଯଦିଓ ଘାଇ ଏବଂ ଘଘଳିଆସ୍ଥାନରେ ବାଲିବସ୍ତାର ଅସ୍ଥାୟୀ ବନ୍ଧ ଦିଆଯାଇଛି,ତେବେସୁଦ୍ଧା ସ୍ରୋତ ପ୍ରଖରଥିବାରୁ ଘଳିଆ ଦେଇ ବନ୍ୟାଜଳ ଗାଁ ଭିତରକୁ ମାଡ଼ୁଥିବା ସ୍ଥାନୀୟଲୋକ କହିଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ବାଙ୍ଗେରିସିଂହା ଗ୍ରାମ ଟଭଉଦଣ୍ଡା ନିକଟସ୍ଥ ମହାନଦୀର ମୁଖ୍ୟବନ୍ଧରେ ଘଳିଆ ସୃଷ୍ଟି ହୋଇଥିବା ପ୍ରକାଶ। ଯାହାଫଳରେ ବନ୍ଧତଳ ବାଙ୍ଗେରିସିଂହା ଗ୍ରାମକୁ ବଡ଼ମ୍ବାପଟୁ ଯାଇଥିବା ମୁଖ୍ୟରାସ୍ତାରେ ବନ୍ୟାଜଳ ପ୍ରଭାହିତ ହେଉଥିବା ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବା ଖବରମିଳିଛି। ମୁଖ୍ୟ ନଦୀବନ୍ଧର ଗୋବର୍ଦ୍ଧନପୁର, ଗମେଇ, ତେଲେଣିଆ, ମୁଗଗହୀର, ବାଙ୍ଗେରିସିଂହାରେ ଘଳିଆ ସୃଷ୍ଟି ହୋଇଥିବା ବେଳେ ସେସବୁର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିବା ସେଚ ବିଭାଗ ଯନ୍ତ୍ରୀଙ୍କଠାରୁ ପ୍ରକାଶ।

- Advertisement -

ନଦୀରେ ବନ୍ୟାଜଳ ବୃଦ୍ଧିପାଉଥିବାରୁ ଏବେ ପେଲକ(ବ୍ୟାକ୍‍ଲଗ ୱାଟର) ବନ୍ୟାପାଣି ପ୍ରମୁଖ ସମସ୍ୟା ସୃଷ୍ଟି କରିଛି। ବାଙ୍ଗେରିସିଂହା ଏବଂ ଭଟ୍ଟାରିକା ସନ୍ନିକଟରେ ଥିବା ନଦୀମୁହାଣ ଦେଇ ପେଲକ ବନ୍ୟାଜଳ ବିଭିନ୍ନ ଗ୍ରାମ ତଥା ପଞ୍ଚାୟତକୁ ପ୍ରଭାବିତ କରିଛି। ଏହାର ପ୍ରଭାବରେ ବାଙ୍ଗେରିସଂହାରୁ ଦିନିଆରୀ ପର୍ଯ୍ୟନ୍ତ ଆନୁମାନିକ ୫ହଜାର ଏକରରରୁ ଅଧିକ,ଓଗାଳପୁର ସଂଲଗ୍ନ କରରଡ଼ିବନ୍ଧରୁ ଗୋବର୍ଦ୍ଧନପୁର ଏବଂ ବାଲିଝରୀ ପୋଡ଼ାନାଳ ମୁହାଣ ବନ୍ୟାଜଳରେ ଗୋବର୍ଦ୍ଧନପୁରଠାରୁ ରତାପାଟ ପର୍ଯ୍ୟନ୍ତ ଆଉ ୫ହଜାର ଏକରରୁ ଅଧିକ ଚାଷଜମି ବନ୍ୟାଜଳରେ ବୁଡ଼ିରହିଛି। ଯାହାଫଳରେ ଧାନ,ପନିପରିବା ଚାଷରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଲକ୍ଷକରାଯାଇଛି। ସେହିଭଳି ବାଙ୍ଗେରିସିଂହା ସମେତ ନିକଟସ୍ଥ ଲଟାକାନ୍ଥ(ନୂଆବାଙ୍ଗେରିସିଂହା),ନରଣପୁର ନିତିଦିନିଆ ରାସ୍ତା ଉପରେ ପେଲକ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସମ୍ପୁର୍ଣ୍ଣ ଭାବେ ବାଙ୍ଗେରିସିଂହାପଟୁ ଲଟାକାନ୍ଥ ଏବଂ ନରଣପୁର ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି। ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ସହିତ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି,ଜିଲାପରିଷଦ ସଦସ୍ୟ ରବୀନ୍ଦ୍ରକୁମାର ସାହୁ ବନ୍ୟା ପ୍ରଭାବିତ କେତକ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ବିଧାୟକ ଶ୍ରୀ ମିଶ୍ର ଉପୁଜିଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ ଏକ ଜରୁରୀ ସମୀକ୍ଷା ବୈଠକ କରିଛନ୍ତି। ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଆଠଗଡ଼଼ ଉପଜିଲାପାଳ ହେମନ୍ତକୁମାର ସ୍ୱାଇଁ, ବିଡିଓ ଉତ୍କରଞ୍ଜନ ଆଚାର୍ଯ୍ୟ, ତହସିଲଦାର ତପନକୁମାର ପରିଡ଼ା,ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇ ବନ୍ୟା ମୁକାବିଲା ଏବଂ କ୍ଷୟକ୍ଷତି ସଂକ୍ରାନ୍ତରେ ଆଲୋଚନା କରିବାସହ ପରବର୍ତ୍ତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଚାରବିମର୍ଶ ଜାରି ରଖିଥିବା ଜଣାଇଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories