ଆଖଣ୍ଡଳମଣିଙ୍କ ବଡସିଂହାର ବେଶ ପାଇଁ ୧.୨କିଗ୍ରା ରୂପା ଅଳଙ୍କାର ଦାନ କଲେ ଭକ୍ତ

ଆରଡି : ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୈନନ୍ଦିନ ନୀତିକାନ୍ତି ସହ ବାବା ଦିଗମ୍ବର, ଯୋଗୀ ଓ ବଡସିଂହାର ବେଶ ୩ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ତାହାସହ ଜାଗରଯାତ୍ରାରେ ସୁନାବେଶ, କାର୍ତ୍ତିକ ପୂର୍ଣ୍ଣିମାରେ ହରଗୌରୀ ବେଶ, ଶିବ ବିବାହରେ ରାଜରାଜେଶ୍ଵର ବେଶରେ ବାବା ସଜ୍ଜିତ ହୋଇଥାନ୍ତି । ରବିବାର ଜନୈକ ଭକ୍ତ ବୀରକିଶୋର ରାୟ ଶିକ୍ଷାବୀତ କଳାକାର ନାୟକଙ୍କ ତତ୍ବାବଧାନରେ ମଣିବାବାଙ୍କ ଦୈନନ୍ଦିନ ବଡସିଂହାର ବେଶ ପାଇଁ ରୂପାରେ ନିର୍ମିତ ମୁକୁଟ, ଚକ୍ଷୁ, ନାଶା, ଅଧର, ଚନ୍ଦ୍ର, କିରଟି ପ୍ରାୟ ୧.୨କିଗ୍ରା ଓଜନର ରୂପା ଅଳଙ୍କାର ଦାନ କରିଥିଲେ। ଏହି ଅଳଙ୍କାର ଦାନ ପୂର୍ବରୁ ମନ୍ଦିରରେ ରୁଦ୍ରାଭିଷେକ ଓ ପୂଜାର୍ଚ୍ଚନା ସେବାୟତଙ୍କ ଦ୍ବାରା କରାଇଥିଲେ। ପରେ ସମସ୍ତ ରୂପା ଅଳଙ୍କାର ଭକ୍ତ ଶ୍ରୀ ରାୟ ମନ୍ଦିର କାର୍ଯ୍ୟାଳୟରେ ଦାନ କରିବା ପରେ ଅପରାହ୍ଣ ୪ଟାରେ ବଡସିଂହାର ବେଶରେ ଲାଗି କରାଯାଇଥିଲା।

Comments are closed.