୪ ବର୍ଷ ହୋଇପାରେ ବିଏଡ୍‌ ପାଠ୍ୟକ୍ରମ

0

ଲକ୍ଷ୍ନୌ: ବିଏଡ୍‌ ପାଠ୍ୟକ୍ରମରେ ପୁଣି ପରିବର୍ତ୍ତନ ହେବାକୁ ଯାଉଛି। ପ୍ରାରମ୍ଭରେ ଏକ ବର୍ଷ ଥିବା ଏହି ପାଠ୍ୟକ୍ରମ ଦୁଇ ବର୍ଷ କରାଗଲା, ଏବେ ଏହି ପାଠ୍ୟକ୍ରମ ୪ ବର୍ଷ ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଲଏଲବି (ଆଇନ ଶିକ୍ଷା) ଓ ଏମବିଏ ଭଳି ବିଏଡ୍‌ ମଧ୍ୟ ଇଣ୍ଟିଗ୍ରେଟେଡ (ଏକୀକୃତ) ପାଠ୍ୟକ୍ରମ ହେବ। ଯେଉଁଥିରେ ସ୍ନାତକ ପାଠ୍ୟକ୍ରମ ସାମିଲ ରହିବ। ଏ ସଂକ୍ରାନ୍ତରେ ଜାତୀୟ ଶିକ୍ଷକ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଟିଇ) ପକ୍ଷରୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟକୁ ପ୍ରସ୍ତାବ ଦିଆଯାଇଛି। ମଞ୍ଜୁରି ମିଳିଲେ ଚଳିତବର୍ଷଠାରୁ ବିଏଡ୍‌ ୪ ବର୍ଷ ହେବ। ଅପରପକ୍ଷରେ ଦୁଇ ବର୍ଷିଆ ବିଏଡ୍‌ ପ୍ରୋଗ୍ରାମ ବନ୍ଦ କରାଯିବା ନେଇ ଚର୍ଚ୍ଚା ହେଉଛି।

Leave A Reply