www.samajalive.in
Sunday, December 7, 2025
13.1 C
Bhubaneswar

ବିଇଡି ପ୍ରଥମବର୍ଷ ପରୀକ୍ଷାକୁ ଅନଲାଇନ ମୋଡରେ କରିବା ଦାବିରେ ବିଦ୍ୟାର୍ଥୀଙ୍କ ବିକ୍ଷୋଭ ଓ ଧାରଣା।

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟୟ ଅଧୀନରେ ଅଧ୍ୟୟନ କରୁଥିବା ପ୍ରଥମ ବର୍ଷ ବିଇଡି ଶତାଧିକ ବିଦ୍ୟାର୍ଥୀ ପ୍ରଥମ ବର୍ଷ ପରୀକ୍ଷା କରିବା ଦାବିରେ ବିଶ୍ବବିଦ୍ୟାଳୟ ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି। ଗୁରୁବାର ସକାଳେ ବିଶ୍ବବିଦ୍ୟାଳୟ ଅଧିନସ୍ଥ ଫୁଲବାଣୀ, ଭଞ୍ଜନଗର ଓ କୋରାପୁଟ ବିଇଡି ମହାବିଦ୍ୟାଳୟରେ ପ୍ରଥମବର୍ଷର ଶତାଧିକ ବିଦ୍ୟାର୍ଥୀ ବିଶ୍ବବିଦ୍ୟାଳୟରେ ପହଞ୍ଚି ପ୍ରଥମବର୍ଷର ପରୀକ୍ଷା କରିବା ଦାବିରେ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ଼. ସୁରେନ୍ଦ୍ର ସେଠୀଙ୍କ ସହ ସାକ୍ଷାତ କରି ଦାବି ଜଣାଇଥିଲେ। କିନ୍ତୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଜି ବିଶ୍ବବିଦ୍ୟାଳୟ ଓ୍ବେବସାଇଟ୍ ରେ ପ୍ରଥମବର୍ଷର ପରୀକ୍ଷା ଆସନ୍ତା ଫେବୃୟାରୀ ୧ ତାରିଖ ରୁ ସ୍ଥିର କରାଯାଇଥିବା ବିଦ୍ୟାର୍ଥୀଙ୍କୁ ଅବଗତ କରାଯାଇଥିଲା।
ବିଶ୍ବବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଥିବା ପରୀକ୍ଷାକୁ କଲେଜରେ ଅଫ୍ ଲାଇନରେ କରିବା ନିମନ୍ତେ ସ୍ଥିର ନିଷ୍ପତ୍ତିକୁ ବିଦ୍ୟାର୍ଥୀ ମାନେ ବିରୋଧ କରିବା ସହ ପୂର୍ବରୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଯେପରି ସମସ୍ତ ପରୀକ୍ଷା ଅନଲାଇନ କରାଯାଇ ଥିଲା,ବିଇଡି ପ୍ରଥମବର୍ଷ ପରୀକ୍ଷାକୁ ଅନଲାଇନ୍ କରିବା ନେଇ ଦାବି ଜଣାଇ ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିରହିଥିଲେ। ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମବର୍ଷ ପରୀକ୍ଷାକୁ ଆଜି ଯାଏଁ ବିଶ୍ବବିଦ୍ୟାଳୟ ପରିଚାଳନା କରିନଥିବା ବେଳେ ଦୀର୍ଘ ୬ ମାସ ପରେ ପ୍ରଥମବର୍ଷ ପରୀକ୍ଷା କରିବା ଦ୍ବାରା ଦ୍ବିତୀୟ ବର୍ଷ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହେବା ସହ ଆସନ୍ତା ୩୧ ତାରିଖରେ ସିଟିଇଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଥିବା ଯୋଗୁଁ ଫେବୃଆରୀ ୧ରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମବର୍ଷ ପରୀକ୍ଷା ଦେବାରୁ ଅନେକ ବିଦ୍ୟାର୍ଥୀ ବଞ୍ଚିତ ରହିବେ ବୋଲି ବିଦ୍ୟାର୍ଥୀ ମାନେ ପ୍ରକାଶ କରିଛନ୍ତି ।
ଏଣୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଥମବର୍ଷ ପରୀକ୍ଷାକୁ ଚଳିତ ମାସ ଶେଷ ସୁଦ୍ଧା ଅନଲାଇନରେ କରିବା ପାଇଁ ବିଦ୍ୟାର୍ଥୀ ମାନେ ଦାବି ଜଣାଇ ଧାରଣାରେ ବସିରହିଥିଲେ। ଅନ୍ୟ ପଟେ ବିଦ୍ୟାର୍ଥୀ ମାନଙ୍କ ସହ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣି ଓ ସହ କୁଳସଚିବ ଡ଼. ସରୋଜ କୁମାର ଦାସ ପ୍ରମୁଖ ଧାରଣାରେ ବସିରହିଥିବା ବିଦ୍ୟାର୍ଥୀଙ୍କ ସହ  ଆଲୋଚନା ପୂର୍ବକ ସୂଚନା ଦେଇଥିଲେ ଯେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ପରୀକ୍ଷା ତାରିଖ ଘୋଷଣା ହୋଇଥିବା ଯୋଗୁଁ ବିଦ୍ୟାର୍ଥୀ ମାନେ ପରୀକ୍ଷା ଦେବା ନିମନ୍ତେ ପ୍ରସ୍ତୁତି କରିବାକୁ କହି ବିକ୍ଷୋଭରୁ ଓହରିବାକୁ ନିବେଦନ କରିଥିଲେ। କିନ୍ତୁ ବିକ୍ଷୋଭରତ ବିଦ୍ୟାର୍ଥୀ ମାନେ ଏଥିରେ ରାଜି ନ ହୋଇ ଆଜି ରାତି ସାଢ଼େ ସାତଟା ପର୍ଯ୍ୟନ୍ତ ଧାରଣାରେ ବସିରହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories