www.samajalive.in
Tuesday, December 9, 2025
15.1 C
Bhubaneswar

ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ୍ ଭାରତ

ଭୁବନେଶ୍ଵର : ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ୍ ଭାରତ। ଚଳିତ ଆର୍ଥିକ ବର୍ଷରୁ ଓଡିଶାରେ ଆୟୁଷ୍ମାନ୍ ଭାରତ ଯୋଜନା ଲାଗୁ ହେବ। ଏ ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଖୁବ୍ ଶୀଘ୍ର ଗୋପବନ୍ଧୁ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ୍ ଭାରତ ଯୋଜନା ମିଳିତ ଭାବରେ ଏମଓୟୁ ସ୍ଵାକ୍ଷର ହେବ। ଏହାସହ ସାଢେ ୩ କୋଟି ​‌ଲୋକଙ୍କୁ ସ୍ଵତନ୍ତ୍ର କାର୍ଡ ଯୋଗାଇ ଦିଆଯିବ। ସାରା ଦେଶର ୨୭ ହଜାର ହସ୍ପିଟାଲରେ ଏହି ଯୋଜନାରେ ହିତାଧିକାରୀମାନେ ଚିକିତ୍ସା ପାଇପାରିବେ। ଅନ୍ୟପଟେ ରାଜ୍ୟରେ ଏଡ୍ସ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ନେି ମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୩୦ ସୁଦ୍ଧା ଓଡିଶାକୁ ଏଡ୍ସ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ରାଜ୍ୟରେ ୫୦ ହଜାର ଏଡ୍ସ ରୋଗୀ ରହିଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୦ ହଜାର ଆକ୍ରାନ୍ତ ରହିଛନ୍ତି। ଏବଂ ସୋନପୁରରେ ସର୍ବନିମ୍ନ ୫୦ ଜଣ ଏଡ୍ସ ରୋଗୀ ରହିଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories