www.samajalive.in
Monday, December 8, 2025
27.1 C
Bhubaneswar

କଳାହାଣ୍ଡିରେ ଜିଲ୍ଲା ସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ ପାଳିତ

ଭବାନୀପାଟଣା : କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ନିର୍ଦ୍ଦେଶ ମତେ କଳାହାଣ୍ଡି ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି। ଆୟୁର୍ବେଦ ଦିବସରେ ଭଗବାନ ଧନ୍ବନ୍ତରୀଙ୍କ ଷୋଡଶ ଉପଚାରରେ ପୂଜା ଏବଂ ହୋମଯଜ୍ଞ କରାଯାଇଥିଲା। ଏଥିରେ ଡାକ୍ତର ଅଯୋଧ୍ୟାନାଥ ବେହେରା ଯଜ୍ଞକର୍ତ୍ତା ଭାବେ ଯୋଗ ଦେଇ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ପରେ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ବାଳା ସାମନ୍ତରାୟଙ୍କ ତତ୍ବାବଧାନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡା. ରବି ନାରାୟଣ ବେହେରା, ଡା. ପ୍ରଶାନ୍ତ ଦାସ, ଡା. ଅଯୋଧ୍ୟାନାଥ ବେହେରା ପ୍ରମୂଖ ଉପସ୍ଥିତ ରହି, କେନ୍ଦ୍ର ସରକାରଙ୍କ ହର ଘର ଆୟୁର୍ବେଦ ହର ଦିନ ଆୟୁର୍ବେଦ ଆବାହନକୁ ନେଇ ଆୟୁର୍ବେଦ ଚିକିତ୍ସା ଉପରେ ଆଲୋକପାତ କରିଥିଲେ। ଦିନକୁ ଦିନ ଶରୀରର ଅନେକ ରୋଗ ସହିତ ଆୟୁର୍ବେଦ ଚିକିତ୍ସା ଦ୍ୱାରା ଲାଭକୁ ନେଇ ଡାକ୍ତର ମାନଙ୍କ ଦ୍ୱାରା ଦିଗଦର୍ଶନ ଦିଆଯାଇଥିଲା।  ଏଥିରେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ଶାନ୍ତନୁ ବେହେରା, ଲଳିତ କାନୁନଗୋ ପ୍ରମୂଖ ଯୋଗ ଦେଇଥିଲେ । ଏହି ଆୟୁର୍ବେଦ ଦିବସରେ ଡାକ୍ତର ଚନ୍ଦ୍ରଭାନୁ ସୁନା ମଞ୍ଚ ପରିଚାଳନା କରିଥିବା ବେଳେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ କର୍ମରତ ସମସ୍ତ ଆୟୁର୍ବେଦ ଡାକ୍ତର ମାନେ ଯୋଗ ଦେଇଥିଲେ। ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଶ୍ରୀ ବେହେରା ଆୟୁଷ ମନ୍ତ୍ରାଳୟର ନିୟମାନୁସାରେ ସମସ୍ତ ଚିକିତ୍ସା କେନ୍ଦ୍ର ମାନଙ୍କରେ ରୋଗୀମାନଙ୍କୁ ସଠିକ ରୂପେ ଚିକିତ୍ସା କରିବା ପାଇଁ ସମସ୍ତ ଡାକ୍ତର ମାନଙ୍କୁ ଆହ୍ୱାନ କରିଥିଲେ। ନୂତନ ଭାବେ ନିଯୁକ୍ତିରେ ଯୋଗ ଦେଇଥିବା ତିନିଜଣ ଡାକ୍ତରଙ୍କୁ ଅଭିନନ୍ଦନ କରିବା ସହ ଆୟୁର୍ବେଦ ସହଯୋଗୀଙ୍କୁ ସ୍ୱାଗତ କରାଯାଇଥିଲା। ସଭା ଶେଷରେ ଡାକ୍ତର ନିର୍ଝରିକା ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories