www.samajalive.in
Monday, December 15, 2025
27.1 C
Bhubaneswar

ପୋଷଣ ଅଭିଯାନ ସଂପର୍କୀତ ସଚେତନତା ସଭା

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା କନିଷ୍ଠ ମହାବିଦ୍ୟାଳୟର ଏନଏସଏସ, ଯୁବ ରେଡକ୍ରସ ଏବଂ ସ୍କାଉଟ ଓ ଗାଇଡ ଆନୁକୁଲ୍ୟରେ ପୋଷଣ ଅଭିଯାନ ସଂପର୍କୀତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଚେତନତା ସଭାରେ ମୁଖ୍ୟବକ୍ତା ଭାବେ ଆଠଗଡ ଉପଖଣ୍ଡ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ ରଞ୍ଜନ ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଭିନ୍ନ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଏବଂ ସୁସ୍ଥ ଶରୀର ପାଇଁ କେଉଁ ଖାଦ୍ୟ ଆବଶ୍ୟକ ସେ ସଂପର୍କରେ ଆଲୋକପାତ କରିଥିଲେ। କେନ୍ଦ୍ର ସରକାରଙ୍କର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆହୁତ ‘ସୁପୋଷିତ ଭାରତ’ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିବା ବେଳେ ଡାକ୍ତର ପାତ୍ର ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟଦାତ୍ରୀମାନଙ୍କ ପାଇଁ ଆବଶ୍ୟକୀୟ ବିଭିନ୍ନ ପୋଷଣ ବିଷୟରେ ଆଲୋକପାତ କରିଥିଲେ । ସୁସ୍ଥ ଶରୀର ପାଇଁ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ ସେ ବିଷୟରେ ଡାକ୍ତର ପାତ୍ର ବିସ୍ତୃତ ଭାବେ ଛାତ୍ରୀମାନଙ୍କୁ ବୁଝାଇଥିଲେ । ଏଥି ସହିତ ସେ କିଶୋରାବସ୍ଥାରେ ଝିଅ ମାନଙ୍କର କୁପୋଷଣ ଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ମାସିକ ଋତୁସ୍ରାବରେ ଅନିୟମିତତାର କାରଣ ଓ ନିରାକରଣ ସଂପର୍କରେ ଛାତ୍ରୀଙ୍କୁ ବୁଝାଇଥିଲେ। ଡାକ୍ତର ପାତ୍ର ଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଓ ସନ୍ଦେହ ଦୂର କରିଥିଲେ। ଏନଏସଏସର ଯୋଜନା ଅଧିକାରୀ ଅଧ୍ୟାପିକା ସ୍ମିତା ମହାପାତ୍ର, ଯୁବ ରେଡକ୍ରସର ପରାମର୍ଶଦାତ୍ରୀ ପ୍ରାଧ୍ୟାପିକା ପୁଷ୍ପମଞ୍ଜରୀ ଦାସ ଓ ସ୍କାଉଟ-ଗାଇଡର ଉପଦେଷ୍ଟା ବିଜୟାଲକ୍ଷ୍ମୀ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରାଧ୍ୟାପିକା ଡଃ ସ୍ନେହଲତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories