ବାଲି ଓ ପଥର ବୋଝେଇ ୩ ଟ୍ରକ ଜବତ

ଆଠଗଡ :  ଆଠଗଡ ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ବାଲି ଚୋରା ଚାଲାଣ କରୁଥିବା ୨ଟି ହାଇୱା ଟ୍ରକ ଏବଂ କଳାମୁଗୁନି ପଥର ବୋଝେଇ ଗୋଟିଏ ଟ୍ରକ୍‍ ଜବତ କରାଯାଇଛି । ତହସିଲଦାର ପ୍ରିୟବ୍ରତ ଦାସଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ବାର୍ଡ ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ରାଧାବଲ୍ଲଭପୁର ଗ୍ରାମ ନିକଟରୁ ବାଲି ବୋଝେଇ ହାଇୱା ୨ଟିକୁ ଏବଂ ଆଙ୍କୁଲା ନିକଟରୁ ଗୋଟିଏ ପଥର ବୋଝେଇ ଟ୍ରକ ଜବତ କରିଥିଲେ । ବାଲିବୋଝେଇ ହାଇୱା ଟ୍ରକ ଦୁଇଟିରୁ ୪୧ହଜାର ଏବଂ କଳା ମୁଗୁନି ପଥର ବୋଝେଇ ଟ୍ରକରୁ ୨୬ହଜାର ଟଙ୍କା ଜରିମନା ଆଦାୟ ପରେ ସେଗୁଡିକୁ ଛାଡି ଦିଆଯାଇଥିଲା।

Comments are closed.