ସମ୍ବଲପୁର : ଉତ୍ତର ପ୍ରଦେଶର ନୋଏଡା ଠାରେ ‘ପିଓର ଇଣ୍ଡିଆ ଟ୍ରଷ୍ଟ’ ପକ୍ଷରୁ ‘ପିଓର ସୋସିଆଲ ଇମ୍ପାକ୍ଟ ପୁରସ୍କାର’ ଏବଂ ‘କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଆଲୋଚନଚକ୍ର’ ଆୟୋଜିତ ହୋଇଥିଲା । ଏହି ଅବସରରେ ଉପସ୍ଥିତ ବିଷୟ ବିଶେଷଜ୍ଞମାନେ ସାମାଜିକ ସଂଗଠନର କର୍ମୀ ମାନଙ୍କୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ ଏବଂ ସିଏସ୍ଆର୍ ପାଣ୍ଠିର ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ । ଏହି ପାଣ୍ଠିକୁ ସଠିକ୍ ଭାବରେ ବ୍ୟବହାର କରିବା ପାଇଁ ମଧ୍ୟ ଆବଶ୍ୟକ ପରାମର୍ଶ ମଧ୍ୟ ଦେଇଥିଲେ। ‘ପିଓର ଇଣ୍ଡିଆ ଟ୍ରଷ୍ଟ’ର ପ୍ରତିଷ୍ଠାତା ତଥା ସିଇଓ ପ୍ରଶାନ୍ତ ପାଲ ‘ପିଓର ସୋସିଆଲ ଇମ୍ପାକ୍ଟ ପୁରସ୍କାର’ଏବଂ ସିଏସଆର ଆଲୋଚନଚକ୍ର ପାଇଁ ରୋଡମ୍ୟାପ ଉପରେ ଆଲୋକପାତ କରିଥିଲେ।
ସୁପ୍ରତିଭା ଦ୍ଵାରା ପରତିଚାଳିତ ଗୋଷ୍ଠୀ ବେତାର କେନ୍ଦ୍ର, ରେଡିଓ ହିରାଖଣ୍ଡ ପାଞ୍ଚ ବର୍ଷ ଧରି ତୃଣମୂଳ ସ୍ତରରେ ସଫଳତାର ସହ କାର୍ୟ୍ୟ କରିଥିବାରୁ ଏହାକୁ ‘ପିଓର ସୋସିଆଲ ଇମ୍ପାକ୍ଟ ଆୱାର୍ଡ’ରେ ସମ୍ମାନିତ କରଯାଇଥିଲା। ନିକଟ ଅତୀତରେ ରେଡିଓ ହିରାଖଣ୍ଡ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟରେ ଉନ୍ନତି ଆଣିବା ପାଇଁ “ଜୀବନ ରେଖା” ଅଭିଯାନ ଆରମ୍ଭ କରିଛି ଓ ଏହି ଅଭିଯାନ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ସମାଧାନ କରୁଛି ଏବଂ ହିତାଧିକାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସଫଳ ହୋଇପଡ଼ିଛି । କିଶୋର ବାଳିକା, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଆଦି ସ୍ୱେଚ୍ଛାସେବୀମାନଙ୍କ ଦ୍ଵାରା ଅନୁଷ୍ଠାନ ପକ୍ଷରୁ ତାଲିମ ଦିଆଯାଇଥିଲା ସହ ସଚେତନତା ପାଇଁ ରଡିଓ କାର୍ୟ୍ୟକ୍ରମ ପ୍ରସାରଣ କରାଯାଇଥିଲା। ଏହି ଅଭିଯାନ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା ଏବଂ ଶିଶୁମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ଭିତ୍ତିଭୂମି ନିର୍ମାଣ ପାଇଁ ଚେଷ୍ଟା କରିଛି। ଏହି ଅଭିଯାନ ପ୍ରାୟ ୩୫୦୦୦୦ ଲୋକଙ୍କ ନିକଟରେ ପହଞ୍ଚିଥିଲା ଏବଂ ସମ୍ପ୍ରଦାୟ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବାରେ ସଫଳ ହୋଇପାରିଥିଲା। ଏହି କାର୍ୟକ୍ରମରେ ୪୦୦ ରୁ ଅଧିକ ସାମାଜିକ ସଂଗଠନ, ସାମାଜିକ କର୍ମୀ, ଶିକ୍ଷା ସଂଗଠନ, ବିଦ୍ୟାଳୟ, କଲେଜ, ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟାନ୍ୟ ସାମାଜିକ ବିକାଶ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲା।
ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ନିର୍ଦ୍ଦେଶକ ଗୌରିଶଙ୍କର କେଶରୱାନି, ପିଓର ଇଣ୍ଡିଆ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସିଇଓ ପ୍ରଶାନ୍ତ ପାଲ, ଫେଡେରେସନ୍ ଅଫ୍ କମ୍ୟୁନିଟି ରେଡିଓ ଷ୍ଟେସନ୍ ର ସଭାପତି ଯଶବନ୍ତ ପଟେଲ, ଏମଆରପିର ପ୍ରଧାନମନ୍ତ୍ରୀ କମିଟିର ସଦସ୍ୟ ବିନୋଦ ଆନନ୍ଦ ‘ପିଓର ସୋସିଆଲ ଇମ୍ପାକ୍ଟ ଆୱାର୍ଡ’ ସୁପ୍ରତିଭାର ପ୍ରତିଷ୍ଠାତା ତଥା ରେଡିଓ ହୀରାଖଣ୍ଡର ନିର୍ଦେଶକ ବିକାଶ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ।



