www.samajalive.in
Monday, December 15, 2025
14.1 C
Bhubaneswar

ମେଧାବୀଙ୍କୁ ଜ୍ଞାନଜ୍ୟୋତି ପ୍ରତିଭା ସମ୍ମାନ ପ୍ରଦାନ

ଆଠଗଡ଼ :  ଆଠଗଡ଼ ବ୍ଲକ ଅନ୍ତର୍ଗତ କଟକିଆ ସାହି ପଞ୍ଚାୟତର ବଉଳପଦା ଗ୍ରାମରେ ପ୍ରତିଷ୍ଠିତ ବହୁ ପୁରାତନ ହରିବାବା ଛାତ୍ରମଙ୍ଗଳ ଦାତବ୍ୟ ସଂସ୍ଥା ଆନୁକୁଲ୍ୟରେ ଗତ ମାଟ୍ରିକ ପରୀକ୍ଷାରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଥିବା ନଦୀକୂଳ ଅଞ୍ଚଳର ବିଦ୍ୟାର୍ଥୀଙ୍କୁ ଜ୍ଞାନଜ୍ୟୋତି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି । ଦାତବ୍ୟ ସଂସ୍ଥାର ମୁଖ୍ୟ ଉପଦେଷ୍ଟା ସାଧୁ ଗଦାଧର ଦାସଙ୍କ ପୃଷ୍ଠପୋଷକତାରେ ଏହି ସମ୍ମାନ ୧୯୮୭ ମସିହାରୁ ପ୍ରଦାନ କରାଯାଇ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରାଯାଉଛି । ଶୁକ୍ରବାର ଏହି ଉପଲକ୍ଷେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ବାରିକଙ୍କ ଅଧ୍ୟକ୍ଷତା ଓ ଶିକ୍ଷାବିତ୍‍ ତଥା ସଂସ୍ଥାର ସଂପାଦକ ଶ୍ରୁତିଧର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୩୮ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ନଦୀକୂଳ ଅଞ୍ଚଳର ବିଶେଷକରି କଟକିଆସାହି, ଅନନ୍ତପୁର ଓ ମେଘା ପଞ୍ଚାୟତର ବିଦ୍ୟାର୍ଥୀ ଯେଉଁମାନେ ସର୍ପେଶ୍ୱର ବିଦ୍ୟାପୀଠ ଓ ବିଶେସ୍ୱର ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରି ଗତ ମାଟ୍ରିକ ପରୀକ୍ଷାରେ ଏ-୨, ବି-୧, ବି-୨ ଗ୍ରେଡରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ସେହି ବିଦ୍ୟାର୍ଥୀଙ୍କୁ ‘ଜ୍ଞାନଜ୍ୟୋତି ପ୍ରତିଭା ସମ୍ମାନ ୨୦୨୧’ରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍‍ ରାଜକିଶୋର ପଣ୍ଡା, ବିଷ୍ଣୁଚରଣ ସାହୁ, ସୁରେଶଚନ୍ଦ୍ର ପଣ୍ଡା ପ୍ରମୁଖ ଏଥିରେ ଉଦ୍‍ବୋଧନ ଦେଇ ଛାତ୍ରମାନଙ୍କୁ ଉଚ୍ଚାଭିଳାଷ ରଖିବା ଏବଂ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷାପ୍ରେମୀ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories