www.samajalive.in
Saturday, December 13, 2025
15.1 C
Bhubaneswar

ବିହାରରେ ବନ୍ୟା ପରିସ୍ଥିତି ଭୟାବହ : ୮୦୦ ଗ୍ରାମ କ୍ଷତିଗ୍ରସ୍ତ

ପାଟନା : ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇ ପଡିଛି। ଗଙ୍ଗାନଦୀର ଜଳ ସ୍ତର କ୍ରମାନ୍ୱୟରେ ବୃଦ୍ଧି ପାଇବା ସହ ପରିସ୍ଥିତି ଭୟାବହ ହୋଇପଡ଼ିଛି। ଗଙ୍ଗାନଦୀର ଜଳ ସ୍ତର କ୍ରମାନ୍ୱୟରେ ବୃଦ୍ଧି ପାଇବା ସହ ପରିସ୍ଥିତି ଭୟାବହ ହୋଇପଡ଼ିଛି। ପାଟନା, ବକ୍ସାର, ମୋଙ୍ଗେର୍‍, ଭୋଜପୁର ଓ ଭାଗଲପୁର ସମେତ ବିହାରର ୧୨ଟି ଜିଲ୍ଲାର ବନ୍ୟା ପରିସ୍ଥିତି ଉଦବେଗ ଜନକ ହୋଇ ପଡ଼ିଛି।
ପାଟନାଠାରେ ଗଙ୍ଗାନଦୀର ଜଳ ସ୍ତର ବିପଦ ସଙ୍କେତଠାରୁ ମାତ୍ର ୫୩ ସେଣ୍ଟିମିଟର ନିମ୍ନରେ ରହିଛି। ସେଠାରେ ସର୍ବାଧିକ ଜଳସ୍ତର ୫୧. ୬୫ ମିଟର ରହିଛି। ସୋନ୍‍ ଓ ପୁନ୍‍ପୁନ୍‍ ଭଳି ନଦୀ ଗୁଡ଼ିକର ଜଳସ୍ତର ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଓ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନା, ସରନ ଓ ଭୋଜପୁର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡ଼ିକୁ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚଳାଇବା ପାଇଁ ସେ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ବିପନ୍ନମାନଙ୍କୁ କୋଭିଡ୍‍ ପ୍ରତିଷେଧକ ଟିକା ଦେବା ପାଇଁ ସେ ମେଡିକାଲ୍‍ ଟିମ୍‍ ଗୁଡ଼ିକୁ କହିଛନ୍ତି। ରାଜ୍ୟର ୮୦୦ ଗ୍ରାମ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ତଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥନାନ୍ତର କରାଯାଇଛି।
ଏନ୍‍ଡିଆର୍‍ଏଫ୍‍  ଓ ଏସ୍‍ଡିଆର୍‍ଏଫ୍‍ର ୨୧ ଟିମ୍‍କୁ ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ବନ୍ୟାରେ ରାଜ୍ୟର ୮୦ଲକ୍ଷ ହେକ୍ଟର ଜମିର ଫସଲ ନଷ୍ଟ ହୋଇଯାଇଛି। ଅନେକ ସଡ଼କ ବନ୍ୟା ଜଳରେ ବୁଡ଼ି ରହିଥିବାରୁ ସେଗୁଡ଼ିକରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories