ଗଡମଧୁପୁର: ଜେନାପୁର ଥାନା ଅନ୍ତର୍ଗତ ଚଢେଇଧରା ତଳଛକରୁ ଗଞ୍ଜେଇ ସହିତ ଏକ ଓମିନି ଗାଡି ଜବତ ହୋଇଥିବା ବେଳେ ୫ଜଣ ଗିରଫ ହୋଇଥିବା ଜଣାଯଇଛି। ଖବର ନେବାରେ ଜଣାଯାଇଛି ଗତକାଲି ତା ୧୨/୮/୨୧ ରାତି ୭ଟା ରୁ ୮ଟା ମଧ୍ୟରେ ଏକ ମାରୁତି ଓମିନି ଓଡି ୧୯ ଜେ ୪୯୯୮ ଗାଡରେ ଢେଙ୍କାନାଳ ଦିଗରୁ ୫୩ନଂ ଜାତୀୟ ରାଜପଥକୁ ଗଞ୍ଜେଇ ଧରି ଆସୁଥିବା ସମୟରେ ଜେନାପୁର ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଅନିଲ କୁମାର ସାହୁଙ୍କ ସମେତ ଚଢେଇଧରା ଫାଣ୍ଡିର ଚାରିଜଣ କର୍ମଚାରୀ ଓ ମହିଳା କନେଷ୍ଟବଲ ପାର୍ବତୀ ବାରିକ ମିଳିତ ଭାବରେ ଚଢାଉ କରି ଧରିବାରେ ସକ୍ଷମ ହୋଇଥିଲେ। ଗାଡିରୁ ୩୭କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ କରାଯିବା ସହିତ ୫ ଜଣକୁ ଘଟଣାସ୍ଥଳରୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ଢେଙ୍କାନାଳ ଜିଲା ଭୁସାଳ ଗ୍ରାମର ବ୍ରହ୍ମାନନ୍ଦ ହୋତା, ପଶ୍ଚିମବଙ୍ଗ ନଦିଆ ଜିଲା କ୍ରିଷ୍ଣାଗଞ୍ଜ ଥାନା ନଘଟା ଗ୍ରାମର ସୁଶାନ୍ତ କର, ନଦିଆ ଜିଲା ହଂସଖଲି ଥାନା ବଗୁଲିଆ ଗ୍ରାମର ପ୍ରସନଜିତ ଦାସ, ନଦିଆ ଜିଲା କ୍ରିଷ୍ଣାଗଞ୍ଜ ଥାନା ନଘଟା ଗ୍ରାମର ତାପସ ବିଶ୍ୱାସ ଓ କ୍ରିଷ୍ଣାଗଞ୍ଜ ଥାନା ମାଝଡିଆ ଗ୍ରାମର ସୁସିଲ ସରକାରଙ୍କ ପତ୍ନୀ ତୁଲୁ ସରକାର ବୋଲି ଜଣାପଡିଛି। ସେମାନେ ଏହି ଗଞ୍ଜେଇ ବିନା କୌଣସି କଗଜାତରେ ଚାଲାଣ କରି ବିକ୍ରି ପାଇଁ ନେଉଥିବା ବେଳେ ଚଢେଇଧରା ତଳଛକ ଠାରେ ଧରାପଡିଛନ୍ତି। ଜେନାପୁର କେସ ନଂ ୨୫୩/୨୧ଏନଡିପିଏସ ଧାରାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି। ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଅଶିସ କୁମାର ସାହୁ ସୁଚନା ଦେଇଛନ୍ତି।



