www.samajalive.in
Saturday, December 6, 2025
19.1 C
Bhubaneswar

ଅଟୋ ଚାଳକଙ୍କ ଏମିତି ଭଡା ନେବା ଶୈଳୀକୁ ପ୍ରଶଂସା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ..

ନୂଆଦିଲ୍ଲୀ : ଅଟୋ ଚାଳକଙ୍କ ଭଡା ନେବା ଶୈଳୀ ଦେଖି ତାଜୁବ୍‌ ହେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, କେତେ ତାକତ ଅଛି ଡିଜିଟାଲ ଇଣ୍ଡିଆର, ତାହା ପ୍ରମାଣିତ କରିଛନ୍ତି ଜଣେ ଅଟୋ ଚାଳକ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ବେଙ୍ଗାଲୁରୁର ଜଣେ ଅଟୋ ଚାଳକଙ୍କ ଫଟୋ ଶେୟାର କରିଛନ୍ତି । ଅଟୋ ଭଡା ନେବା ପାଇଁ ଚାଳକ ଜଣକ ଚମତ୍କାର ସ୍ମାର୍ଟ ଶୈଳୀ ଆପଣାଇଛନ୍ତି । ଭାଇରାଲ୍‌ ହେଉଥିବା ଏହି ଫଟୋରେ ଦେଖିପାରିବେ, ଅଟୋ ଚାଳକ ୟୁପିଆଇ ବ୍ୟବହାର ପାଇଁ କ୍ୟୁଆର୍‌ କୋଡ୍‌ ସ୍କାନର୍‌ ଥିବା ସ୍ମାର୍ଟ ଘଣ୍ଟା ପିନ୍ଧିଛନ୍ତି । ଏହାକୁ ଦେଖି ଜଣାପଡୁଛି, ଚାଳକ ଜଣକ ହାତ ଘଣ୍ଟାରେ ସ୍କାନର୍‌ ଦେଖାଇ ଭଡା ନେଉଛନ୍ତି । ରେଳମନ୍ତ୍ରୀ ଅଟୋ ଚାଳକଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ୟୁପିଆଇ ପ୍ରତି ଆକର୍ଷଣ । ହୋଇଯାଇଛି ଟଙ୍କା ନେଣଦେଣ ଅତି ସହଜ ।


ଶେୟାର ହୋଇଥିବା ଫଟୋକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅଟୋ ଚାଳକଙ୍କ ଆଧୁନିକ ଦୃଷ୍ଟିକୋଣକୁ ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ବୁଧ ଚଳନ: ଏହି ୫ ରାଶି ହେବେ ଭାଗ୍ୟଶାଳୀ,ଚମକିବ ଭାଗ୍ୟ, ମିଳିବ ଧନ, ସଫଳତା..

- Advertisement -

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ସେଲ୍‌ ଆରମ୍ଭ ; ଜାଣନ୍ତୁ ବିନା ଟଙ୍କା ଓ କ୍ରେଡିଟ୍‌ କାର୍ଡରେ କେମିତି କିଣିବେ ଜିନିଷ, ଏଥର ଜବରଦସ୍ତ ଅଫର୍‌..

ଦେଖନ୍ତୁ ଆଶ୍ଚର୍ଯ୍ୟ କରିବ ଷଣ୍ଢର ଏହି ଭିଡିଓ; ପ୍ରଥମେ ତଳେ ପକାଇ ମାରିଲେ, ତା’ପରେ ଶ୍ରଦ୍ଧାଳୁଙ୍କୁ..

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories