www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପି ଛାଡିବେ କି ଏହି ବଡ ନେତା; ଖୁବଶୀଘ୍ର ପର୍ଦ୍ଦାଫାଶ ହେବ କହିଲା କଂଗ୍ରେସ

ଚଣ୍ଡିଗଡ଼: ହରିୟାଣା ବିଧାନସଭା ନିର୍ବାଚନ ବିଗୁଲ ବାଜିବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ଏହାରି ଭିତରେ କଂଗ୍ରେସ ମୁଖପାତ୍ର ପୱନ ଖେଡା ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା ସେତେବେଳେ ସେ କଂଗ୍ରେସରେ ମିଶିବାକୁ ଚାହୁଁଥିଲେ। ଖୁବଶୀଘ୍ର କଂଗ୍ରେସର ଜଣେ ବଡ ନେତା ଏନେଇ ପର୍ଦ୍ଦାଫାଶ କରିବେ। ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖପାତ୍ର ପୱନ ଖେଡାଙ୍କ ଏଭଳି ବୟାନ ପରେ ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀ ପଦରୁ ଖଟ୍ଟର ହଟିବା ପରେ କଂଗ୍ରେସର ବଡ ନେତାଙ୍କୁ ଯୋଗାଯୋଗ କରିଥିଲେ। ସେ ଦଳରେ ସାମିଲ ହେବାକୁ ଚାହୁଁଥିଲେ। ଖୁବଶୀଘ୍ର ଏନେଇ ପୁରା ତଥ୍ୟର ପର୍ଦ୍ଦାଫାଶ କରାଯିବ। ବିଜେପିକୁ ଟାର୍ଗେଟ କରି ପୱନ ଆହୁରି କହିଛନ୍ତି ୧୦ବର୍ଷ ପୁରା ଲମ୍ବା ସମୟ। ଏହି ସମୟରେ ଅନେକ ନିର୍ବାଚନ ଦେଖିଛୁ। କିଏ ହାରେ ତ ପୁଣି କିଏ ବିଜୟ ହାସଲ କରିଥାଏ। ଏଥର ଦୁଇଟି କାରଣ ପାଇଁ ଭୋଟ ପଡ଼ିବ। ବିଜେପି ହରାଇବା ପାଇଁ ଓ କଂଗ୍ରେସକୁ ବିଜୟ କରିବା। ନିର୍ବାଚନର କିଛି ମାସ ପୂର୍ବରୁ ଖଟ୍ଟର ସାହେବଙ୍କୁ ହଟାଇ ଦିଆଗଲା। ଏବେ ସେ କେବଳ ଅମ୍ବାଲାର ନେତା ଭାବେ ରହିଗଲେ। ଭାଜପା ସହପ୍ରଭାରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ଅପମାନଜନକ ବୋଲି କଂଗ୍ରେସ ମୁଖପାତ୍ର ପୱନ ଖେଡା କହିଛନ୍ତି।

 

- Advertisement -

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories