www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂଘର୍ଷ, କ୍ୟାମେରାରେ କଏଦ ହେଲା ମାରପିଟ୍ ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଗୁରୁ ତେଗ ବାହାଦୁର ଖାଲସା ମହାବିଦ୍ୟାଳୟରେ ଛାତ୍ର ସଂଘର୍ଷ ଘଟିଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଘଟିଛି। ଆସନ୍ତା ୨୭ ତାରିଖରେ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାବେଳେ ଏହାର ୪ ଦିନ ପୂର୍ବରୁ ଛାତ୍ର ସଂଘର୍ଷ ଘଟିଥିବାରୁ ଏହାକୁ ନେଇ ଅଶାନ୍ତ ବାତାବରଣ ଲାଗି ରହିଛି। ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଥିବା ମାରପିଟ ଦୃଶ୍ୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ପଗଡ଼ି ପିନ୍ଧିଥିବା ପାଭିତ ଗୁଜରାଲ ନାମକ ଜଣେ ଛାତ୍ରଙ୍କୁ ହଠାତ୍‌ କିଛି ଛାତ୍ର ଘୋଷାଣି ଆଣି ନିସ୍ତୁକ ମାଡ଼ ମାରୁଛନ୍ତି। ଛାତ୍ର ଜଣକର ପଗଡ଼ି ତଳେ ଖସିପଡ଼ିଛି। ସେ ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ କରାଯାଇଛି। ଏହି ଘଟଣା ପରେ ଖାଲସା କଲେଜ ଅଧ୍ୟକ୍ଷ ଗୁରାମହିନ୍ଦର ସିଂହ ବିଶ୍ଵବିଦ୍ୟାଳୟକୁ ଚିଠି ଲେଖି ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରଖାଯିବ ବୋଲି ଜଣାଇଛନ୍ତି। ଏହାକୁ ନେଇ ମହାବିଦ୍ୟାଳୟ କ୍ୟାମ୍ପସରେ ଅନ୍ୟ ଛାତ୍ର ଗୋଷ୍ଠୀ ପ୍ରତିବାଦ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ କରାଇବାକୁ ସେମାନେ ଦାବି କରିଛନ୍ତି।

- Advertisement -

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories