www.samajalive.in
Saturday, December 6, 2025
26.1 C
Bhubaneswar

ମହିଳାଙ୍କୁ ହତ୍ୟା କରି ୩୨ ଖଣ୍ଡ କରିବା ଘଟଣା, ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ହତ୍ୟା କରି ୩୨ ଖଣ୍ଡ କରିବା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିଛି। ଅଭିଯୁକ୍ତ ଘର ପଶ୍ଚିମବଙ୍ଗ। ଖୁବଶୀଘ୍ର ତା’କୁ ଗିରଫ କରାଯିବ​‌ ବୋଲି ବେଙ୍ଗାଲୁରୁ ପୁଲିସ କମିଶନର ବି. ଦୟାନନ୍ଦ କହିଛନ୍ତି।

ସୂଚନା ଅନୁସାରେ, ମହାଲକ୍ଷ୍ମୀ ନାମ୍ନୀ ଜଣେ ୨୯ ବର୍ଷୀୟା ମହିଳା ମାଲେଶ୍ଵରମସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ଗତ ୨୧ ତାରିଖରେ ସେ ରହୁଥିବା ରୁମରୁ ପ୍ରବଳ ଦୁର୍ଗନ୍ଧ ବାହାରିଥିଲା। ଖବରପାଇ ପୁଲିସ ପହଞ୍ଚି ଘର ଖୋଲିବା ପରେ ଏକ ଫ୍ରିଜ ମଧ୍ୟରୁ ଦୁର୍ଗନ୍ଧ ଆସୁଥିବା ଜଣାପଡ଼ିଥିଲା। ପୁଳିସ ଫ୍ରିଜ ଖୋଲିବା ପରେ ଯାହା ଦେଖିଲା ତାହାକୁ ବିଶ୍ଵାସ କରିବା କଷ୍ଟକର ଥିଲା। କାରଣ ଫ୍ରିଜରେ ମଣିଷ ମାଂସ ରଖାଯାଇଥିଲା, ଯାହା ପଚି ଯାଇଥିଲା। କେହି ଦୁର୍ବୃତ୍ତ ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ତାଙ୍କୁ ୩୨ ଖଣ୍ଡ କରି କାଟିବା ସହିତ ଫ୍ରିଜରେ ରଖି ଫେରାର ହୋଇଯାଇଥିଲା।

- Advertisement -

ପୁଲିସ ଅଭିଯୁକ୍ତକୁ ଧରିବା ଲାଗି ୬ଟି ଟିମ ଗଠନ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ବୋଲି  ଜଣାପଡ଼ିଛି। କର୍ଣ୍ଣାଟକ ଗୃହମନ୍ତ୍ରୀ ଜି. ପରମେଶ୍ଵର କହିଛନ୍ତି, ପୁଲିସ ଏହି ମାମଲାରେ ଅନେକ ତଥ୍ୟ ପ୍ରମାଣ ହସ୍ତଗତ କରିଛି। ଘଟଣା ପଛରେ ଜଣେ ବ୍ୟକ୍ତିଙ୍କ ହାତ ଥିବା ଜଣାପଡ଼ୁଛି। କିନ୍ତୁ ଅଧିକ ପ୍ରମାଣ ନ ମିଳିବା ଯାଏ ତାହା ସ୍ପଷ୍ଟ କରିହେବ ନାହିଁ। ସେହି ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ବୋଲି ପରମେଶ୍ଵର କହିଛନ୍ତି।

ମହାଲକ୍ଷ୍ମୀଙ୍କ ପୈତୃକ ଘର ନେପାଳରେ। ସେମାନେ କର୍ଣ୍ଣାଟକର ନେଲାମଙ୍ଗଳାରେ ୩୫ ବର୍ଷ ହେବ ରହୁଛନ୍ତି। ମହାଲକ୍ଷ୍ମୀ କର୍ଣ୍ଣାଟକରେ ବଢ଼ିଛନ୍ତି। ସେ ବେଙ୍ଗାଲୁରୁରେ ରହିବା ସହିତ ଏକ ପୋଷାକ ଶୋ’ରୁମରେ ଚାକିରି କରୁଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories