୭୨ ଘଣ୍ଟା ପରେ ଯନ୍ତାରେ ପଡିଲା ଭାଲୁ

କୋରାପୁଟ: ଦୀର୍ଘ ୭୨ ଘଣ୍ଟା ପରେ ଫାର୍ମ ହାଉସରୁ ଧରା ହେଲା ଭାଲୁ। ବନ ବିଭାଗ ଟିମକୁ ନାକେଦମ୍ କରିବା ପରେ ଶେଷରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଆଉଁଳି ଫାର୍ମ ହାଉସରେ ଯନ୍ତାରେ ପଡିଲା ଭାଲୁ। କାବୁ କରିବାବେଳେ…
Read More...

ପୋଲ ଉପରେ ୧୦ଫୁଟର ବନ୍ୟା ଜଳ: ୩୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ବୌଦ୍ଧ : ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ସାରା ରାଜ୍ୟରେ  ତୁହାକୁ ତୁହା ବର୍ଷା ଲାଗିରହିଛି। ଯେଉଁଠାକୁ ଦେଖ, ସବୁଠି କେବଳ ପାଣି ଆଉ ପାଣି। ଲଗାଣ ବର୍ଷା…
Read More...

ବାଙ୍କୀରେ ସର୍ବାଧିକ ବର୍ଷା ରେକର୍ଡ

କଟକ: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ସାରା ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା । ତେବେ ଗତ୨୪ ଘଣ୍ଟାରେ କଟକ ବାଙ୍କୀ​‌ରେ ସର୍ବାଧିକ ୩୧୭ ମିଲିମିଟର…
Read More...

ଜିମ୍‌ରୁ ଫେରୁଥିବାବେଳେ ଯୁବକଙ୍କୁ ଗୁଳିମାଡ

ବାଲେଶ୍ଵର: ବାଲେଶ୍ଵରରେ ଫୁଟିଲା ଗୁଳି । ବାଲେଶ୍ଵର ସହରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଜଣେ ବ୍ୟକ୍ତି ଜିମ୍ ରୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରିଛନ୍ତି। ଯୁବକଙ୍କ ପରିଚୟ…
Read More...

ଆଜି ଜାତୀୟ ହସ୍ତତନ୍ତ ଦିବସ

ଭୁବନେଶ୍ଵର: ଆଜି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖ ଅର୍ଥାତ୍ ଆଜିର ଦିନକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳିତ ହୋଇଆସୁଛି। ଭାରତର ଗ୍ରାମାଞ୍ଚଳ ଓ ଛୋଟ ସହରମାନଙ୍କରେ ବହୁ ବୁଣାକାର ରହିଛନ୍ତି।…
Read More...

ବଦଳିବ ଏହି ରାଶିଙ୍କ ଭାଗ୍ୟ: ବୁଧବାର ରାଶିଫଳ

ମେଷ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ତେଜସ୍ବୀ ଓ ଧାର୍ମିକ ପ୍ରବୃତ୍ତିର ହେବେ। ବୃଷ:…
Read More...

ବିଜେପି ପାଳିବ ‘ହର ଘର ତ୍ରିିରଙ୍ଗା’

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନିର୍ଦେଶକ୍ରମେ ଦେଶ ପାଇଁ ପ୍ରାଣବଳି ଦେଇଥିବା ଓ କାରାବରଣ କରିଥିବା ବ୍ୟକ୍ତିଙ୍କୁ ସ୍ମରଣ ପାଇଁ ଆସନ୍ତା ୯ରେ କ୍ରାନ୍ତି ଦିବସ ପାଳନ କରାଯିବ। ଏହି ଅବସରରେ…
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ

ସୁଭା : ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦ୍ବୀପରାଷ୍ଟ୍ର ଫିଜି ଏହାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘କମ୍ପାନିଅନ ଅଫ୍ ଦି ଅର୍ଡର ଅଫ୍ ଫିଜି’ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁଙ୍କୁ ପ୍ରଦାନ କରିଛି।  ଫିଜିର…
Read More...

ପୁଲିସ୍ ପିସ୍ତଲରୁ ଗୁଳି: ଦୁଇ ଅଟକ

ସୋନପୁର/ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲରେ ଅଭାବନୀୟ ଘଟଣା ଘଟିଛି। ପୁଲିସ୍‌ ସର୍ଭିସ୍‌‌ ପିସ୍ତଲରୁ ଗୁଳି ଫୁଟି ୨ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପୁଲିସ୍ ଏହି ଘଟଣାରେ…
Read More...

ଅଲିମ୍ପିକ୍ସ ହକି ସେମିରେ ଭାରତ ପରାସ୍ତ; ଆସନ୍ତାକାଲି ବ୍ରୋଞ୍ଜ ପଦକ ପାଇଁ ସ୍ପେନ୍ ସହ ମୁକାବିଲା

ପ୍ୟାରିସ୍ : ଦୀର୍ଘ ୪୪ ବର୍ଷ ପରେ ଅଲିମ୍ପିକ୍ସର ଫାଇନାଲ ଖେଳିବାକୁ ଭାରତୀୟ ପୁରୁଷ ହକି ଦଳ ଯେଉଁ ଆଶା ରଖିଥିଲା , ତାହା ମଉଳି ଯାଇଛି। ମଙ୍ଗଳବାର ପ୍ୟାରିସ୍ ଅଲିମ୍ପିକ୍ସରେ ସେମିଫାଇନାଲରେ ଭାରତକୁ ୩-୨ ଗୋଲରେ…
Read More...

ଆଜି ଶ୍ରୀଜୀଉଙ୍କ ବନକ ଲାଗି: ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି। ଆଜି (ବୁଧବାର) ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ…
Read More...

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ଵର: ଆଜି ରାଜ୍ୟ କ୍ୟାବିନେଟ୍। ପୂର୍ବାହ୍ନରେ ଲୋକସେବା ଭବନରେ ଚତୁର୍ଥ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ​‌ରେ ବହୁ…
Read More...

କୋଟିଆ ମାମଲା: ସୁପ୍ରିମକୋର୍ଟରୁ ନ୍ୟାୟ ଚାହୁଁଛି ଓଡ଼ିଶା

ନୂଆଦିଲ୍ଲୀ : କୋଟିଆ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଠାରୁ ଓଡ଼ିଶା ସରକାର ନ୍ୟାୟ ଚାହୁଁଛନ୍ତି। ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଏବଂ ଆନ୍ଧ୍ର ପ୍ରଦେଶରେ ତେଲୁଗୁଦେଶମ ନେତୃତ୍ୱାଧୀନ ଏନଡିଏ ସରକାର ଗଠନ…
Read More...

ସକ୍ରିୟ ଘୂର୍ଣ୍ଣିବଳୟ: ଦୁଇ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଟ୍ରପଲାଇନର ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା। ଆଜି ସକାଳ ୮ଟା ୩୦ ଯାଏଁ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦେଖି ୨୭ଟି ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ୯…
Read More...

ଋଣଭାର ସୁଝି ନପାରି ମହିଳାଙ୍କ ଆତ୍ମହତ୍ୟା

ବାସୁଦେବପୁର: ଦିନକୁ ଦିନ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଦୈାରାତ୍ମ ବଢିବାରେ ଲାଗିଛି । ଆଜି ଜଣେ ମହିଳା ଋଣଭାର ସୁଝି ନପାରି ଆତ୍ମହତ୍ୟା କରିଥିବା ଖବର ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ମିଳିଥିବା ସୂଚନା…
Read More...

ବଲାଙ୍ଗୀର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର: ନବାନ୍ନ ଲାଗି ପାଇଁ ବାହାରିଲା ନୂଆଖାଇଁ ଲଗ୍ନ। ବଲାଙ୍ଗୀର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ ତାରିଖରେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ।…
Read More...

ଟ୍ରକ ପଛରେ ପିଟିହେଲା ବାଇକ, ଜଣେ ଗୁରୁତର

ହରଭଙ୍ଗା : ଟ୍ରକ ପଛରେ ପିଟିହେଲା ବାଇକ, ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମଣିପୁର ଛକ ନିକଟରେ । ମିଳିଥିବା ସୂଚନା ଅନୁସାରେ…
Read More...

କେନାଲରେ ୧୫ ଫୁଟର ଘାଇ: ଜଳମଗ୍ନ ଚାଷ ଜମି

କୋଣାର୍କ: ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ଯାହା ଜନ ଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଉଛି। ନିମାପଡା ମୁଖ୍ୟ କେନାଲର ମୁରାରିପୁରଠାରେ ଆଜି୧୫…
Read More...

ଆଜି ହିରୋସୀମା ଦିବସ : ୧୯୪୫ରେ ହିରୋସୀମା ସହର ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା

ନୂଆଦିଲ୍ଲୀ:  ପ୍ରତିବର୍ଷ ଅଗଷ୍ଟ ୬ରେ ହିରୋସୀମା ଦିବସ ପାଳନ କରାଯାଇଥାଏ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ୧୯୪୫ ମସିହା ଅଗଷ୍ଟ ୬ରେ ଜାପାନର ହିରୋସୀମା ସହର ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା। ଏହି ପରମାଣୁ…
Read More...

କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ: ମଙ୍ଗଳବାର ରାଶିଫଳ

ମେଷ: ପ୍ରଥିତ ପ୍ରଭାବ ସମ୍ପନ୍ନ ହେବେ। ଲୋଭାସକ୍ତ ବ୍ୟକ୍ତି ହୋଇଥିବାରୁ ଜନସାଧାରଣଙ୍କ ବିରକ୍ତିଭାବର ସମ୍ମୁଖୀନ ହୋଇପାରନ୍ତି। ତୀର୍ଥ ଦର୍ଶନ କରି ପାପମୁକ୍ତ ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ। ଯଶ୍ବସୀ ହେବେ। ବୃଷ:…
Read More...

୧୪ରୁ ନର୍ସିଂ ଅଧିକାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟରେ ନର୍ସିଂ ଅଧିକାରୀଙ୍କୁ ଉପେକ୍ଷା କରାଯାଉଛି। ପୁରୁଣା ସରକାରଙ୍କୁ ଗୁହାରି କରିଥିଲେ ସେ ଶୁଣିଲେନି, ନୂଆ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ବାରମ୍ବାର ଦାବି ଜଣାଇବା ପରେ ସମସ୍ୟାର ସମାଧାନ…
Read More...

ପୁରୀରେ ହିରୋସୀମା ଦିବସ ପାଳିତ

ପୁରୀ: ପୁରୀରେ ହିରୋସୀମା ଦିବସ ପାଳିତ ହୋଇଛି। ସମାଜସେବୀ ହେକ୍ଟର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜ୍ୟୋତିର୍ବିତ ଅନାମ ଚନ୍ଦ୍ର ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ।  ଓଡ଼ିଆ ଭାଷା, ସାହିତ୍ୟ ଓ…
Read More...

ରିମାଣ୍ଡରେ ଯିବେ ୫ ମହିଳାଙ୍କ ସ୍ଵାମୀ ସତ୍ୟଜିତ୍

ଭୁବନେଶ୍ଵର: ୫ ମହିଳାଙ୍କ ସ୍ଵାମୀ ସତ୍ୟଜିତ୍ ସାମଲଙ୍କର ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ଏହି ସଂଖ୍ୟା ୫ରେ ସୀମିତ ନା ଅଧିକ ତାକୁ ନେଇ ଖୋଳତାଡ କରିବାକୁ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ୍ । ୧୦ ଦିନିଆ ରିମାଣ୍ଡ…
Read More...

ଜଳୁଛି ବାଂଲାଦେଶ: ସୀମାରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ଜଳୁଛି ବାଂଲାଦେଶ। ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ଭାରତ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି। ସୀମା ସୁରକ୍ଷା…
Read More...

ଅତ୍ୟାଧୁନିକ ପ୍ରଣାଳୀରେ ହେବ ରତ୍ନଭଣ୍ଡାର ଯାଞ୍ଚ

ପୁରୀ : ଅତ୍ୟାଧୁନିକ ପ୍ରଣାଳୀରେ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ଟିକିନିଖି ଯାଞ୍ଚ କରାଯିବ। ବୈଷୟିକ ସହାୟତା ପାଇଁ ଆଇଆଇଟି କିମ୍ବା ଅନ୍ୟ କୌଣସି ସଂସ୍ଥାକୁ ରାଜ୍ୟ ସରକାର ମନୋନୀତ କରିବେ। ଭାରତୀୟ ପ୍ରତ୍ନତତ୍ତ୍ବ…
Read More...

ପିସିସି ସଭାପତି ହେବାକୁ ଆଗ୍ରହ ନାହିଁଁ : ତାରା

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟିର ପରବର୍ତ୍ତୀ ସଭାପତି କିଏ ହେବ, ତାହାକୁ ନେଇ ଦଳରେ ମାନସମନ୍ଥନ ଚାଲିଥିବାବେଳେ ସଭାପତି ଦୌଡରେ ନ ଥିବା କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ଲୋକେ…
Read More...

ହୀରାକୁଦର ୧୪ ଫାଟକ ଦେଇ ଜଳ ନିଷ୍କାସନ

ହୀରାକୁଦ : ହୀରାକୁଦ ନଦୀବନ୍ଧରେ ଆଜି ୧୪ଟି ଫାଟକ ଦେଇ ଜଳନିଷ୍କାସନ ଜାରି ରହିଛି। ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ନଦୀବନ୍ଧର ଜଳସ୍ତର ୬୦୯.୯୫ ଫୁଟ ରହିଛି। ଏହି ସମୟରେ ନଦୀବନ୍ଧକୁ ଉପରମୁଣ୍ଡରୁ ୨ ଲକ୍ଷ ୬୭ହଜାର ୩୩୧…
Read More...

ଆଜି ୧୭ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ସୋମବାର ଭୁବନେଶ୍ବର, କଟକ ସମେତ ପୁରୀ, ଜଗତସିଂହପୁର, ଗଞ୍ଜାମ, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼ ଜିଲାରେ ସ୍ବଳ୍ପରୁ ମଧ୍ୟମଧରଣ ବର୍ଷା ହୋଇଛି। ଆଜିଠାରୁ ରାଜ୍ୟରେ ପ୍ରବଳ…
Read More...

ହିମାଚଳରେ ବର୍ଷା ବିତ୍ପାତ : ୭୦୦ କୋଟିର କ୍ଷୟକ୍ଷତି

ସିମଳା : ହିମାଚଳ ପ୍ରଦେଶରେ ଚାଲିଥିବା ବର୍ଷାର ପ୍ରକୋପ ଥମିବାର ନାଁ ନେଉନଥିବାବେଳେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେବାରେ ଲାଗିଛି।  ଏଥିରେ ୭୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ୫୫ ଜଣ ନିଖୋଜ ଅଛନ୍ତି।…
Read More...

ରାସ୍ତାକଡକୁ ଓଲଟିଲା ଗାଡି, ୧୦ କାଉଡିଆ ଆହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ୫୩ନଂ ଜାତୀୟ ରାଜପଥ ଶାମଳ ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଟାଟା ଏସି ଗାଡି ରାସ୍ତାକଡକୁ ଓଲଟି ପଡଛି। ଏଥିରେ ୧୦ ଜଣ କାଉଡିଆ ଆହତ ହୋଇଥିବା ସୂଚନା…
Read More...

ସମସ୍ୟା ଘେରରେ କଳାପଥର ଧଳାପଥର ଉଚ୍ଚ ବିଦ୍ୟାଳୟ 

କଳାପଥର:କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଳାପଥର ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୫୭ ମସିହାରେ ପ୍ରତିଷ୍ଠିତ। ଏହି ବିଦ୍ୟାଳୟରେ ଆଖପାଖ ୧୦ଟି ପଞ୍ଚାୟତର ପ୍ରାୟ ୨୩୫ଛାତ୍ର ଏବେ ପାଠ ପଢୁଛନ୍ତି।ଏକ ବହୁ ପୁରାତନ…
Read More...

ମାଟି ତଳୁ ନିଖୋଜଙ୍କୁ ଖୋଜିବ ସନ୍ଧାନୀ କୁକୁର ‘ଷ୍ଟର୍ମ’

ବ୍ରହ୍ମପୁର: କେରଳର ୱାୟନାଡରେ ଭୁସ୍ଖଳନ ଯୋଗୁ ନିଖୋଜ ହୋଇଯାଇଥିବା ଅନେକ ବ୍ୟକ୍ତିଙ୍କ ଏପର୍ଯ୍ୟନ୍ତ ମଧ୍ୟ ସନ୍ଧାନ ମିଳିପାରିନି । ସେହି ଅଞ୍ଚଳର ମାଟିତଳେ ଓ କାଦୁଅରେ ଅନେକ ଲୋକ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଛି।…
Read More...

ସ୍କୁଲ ନେଇ ଯିବାବେଳେ ମାଡିଗଲା ଟ୍ରକ୍ : ୩ ମୃତ

କେନ୍ଦୁଝର: ବାଇକରେ ଯିବାବେଳେ ଚାପି ଦେଲା ଟ୍ରକ୍ , ୩ ମୃତ। କେନ୍ଦୁଝର ଯୋଡା ଥାନା ଡିଏଭି ସ୍କୁଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାପା ପୁଅଙ୍କ ସହ ପଡୋଶୀଙ୍କ ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସମସ୍ତ ମୃତକ…
Read More...

କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ: ସୋମବାର ରାଶିଫଳ

ମେଷ : ଉଦାରଚେତା ଓ ଉଦାର ଚରିତସମ୍ପନ୍ନ ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ରହିବେ। କୃଷି କର୍ମକାରୀ ହେବେ। ଜ୍ୟେଷ୍ଠ ନହୋଇ ବି ଶ୍ରେଷ୍ଠ ହେବେ। ବୃଷ:…
Read More...

ମହାନଦୀରେ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର

କଟକ : ମହାନଦୀରେ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର। ଭଦିମୂଳ ଘାଟ ନିକଟରେ ମୃତଦେହ ଉଦ୍ଧାର କଲେ ଲୋକେ। ରବିବାର ପାଣି ଉଠାଇବା ବେଳେ  ଭଦିମୂଳ-ଗତିରାଉତପାଟଣା ମଧ୍ୟସ୍ଥଳର ଏକ ମଠ ନିକଟସ୍ଥ ମହାନଦୀ ଘାଟରେ ଜଣେ…
Read More...

କାଲିଠୁ ରାଜ୍ୟରେ ବଢିବ ବର୍ଷା : ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ସକ୍ରିୟ ମୌସୁମୀ ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟରେ ବଢିବ ବର୍ଷା । ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।  କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।…
Read More...

ଜଳଲାଗି ପାଇଁ ଯାଉଥିଲେ , ଚାଲିଗଲା ଜୀବନ

ବିହାର: ଡିଜେ ଗାଡି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ ମୃତ୍ୟୁ। ବିହାରର ବୈଶାଲି ଜିଲ୍ଲା ହାଜିପୁରରୁ ପାଣି ନେଇ ଆସିବାବେଳେ ଏଭଳି ଅଘଟଣ ଘଟିଛି। ଏଥିରେ ୮ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…
Read More...

ଫେରୁଛନ୍ତି କେଦାରନାଥରେ ଫସିଥିବା ଚାରି ଓଡିଆ

ଭୁବନେଶ୍ଵର: କେଦାରନାଥରେ ଫସିଥିବା ୪ ଓଡିଆ ଫେରୁଛନ୍ତି। ଆଜି ସକାଳୁ ଉତ୍ତରାଖଣ୍ଡ ହୃଷିକେଶରୁ ଟ୍ରେନ୍ ଯୋଗେ ଓଡିଶା ଫେରୁଛନ୍ତି। କେନ୍ଦୁଝର ସଦର ଥାନା ଅଞ୍ଚଳ କେମସଡା ଗାଁର ରୁଷିବର ମହାନ୍ତ, ତେଲକୋଇ ଥାନା ଅଞ୍ଚଳର…
Read More...

ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି : ଚାରି ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଆଜି(ସୋମବାର) ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ବିତୀୟ ଭୋଗ…
Read More...

ଶ୍ରାବଣ ତୃତୀୟ ସୋମବାର: ଜଳଲାଗି କରୁଛନ୍ତି କାଉଡିଆ

ଭୁବନେଶ୍ଵର: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ମହାଦେବଙ୍କୁ ଜଳଲାଗି ପାଇଁ ବିଭିନ୍ନ ଶିବ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଗୁଡିକରେ ଜଳ ଲାଗି କରୁଛନ୍ତି କାଉଡିଆ।…
Read More...

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅର୍ଥାତ୍ ସୋମବାର ଅଭିଯୋଗ ଶୁଣାଣି କରିବେ। ଭୁବନେଶ୍ବର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଦିନ ୧୧ରୁ ଅଭିଯୋଗ ଶୁଣାଣି ହେବ। ଅଭିଯୋଗ ଶୁଣାଣି ପାଇଁ…
Read More...

ସଂରକ୍ଷଣ ବିରୋଧୀ ନିଆଁରେ ଜଳୁଛି ବାଂଲାଦେଶ: ଦେଶବ୍ୟାପୀ କର୍ଫ୍ୟୁ, ଇଣ୍ଟରନେଟ୍ ଉପରେ କଟକଣା

ଢାକା: ବାଂଲାଦେଶରେ ରବିବାର ପୁଣି ଥରେ ହିଂସା ଆରମ୍ଭ ହୋଇଛି। ଏହି ହିଂସାରେ ୯୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରାୟ ସପ୍ତାହେ ତଳେ ଦେଶରେ ସଂରକ୍ଷଣ ବିରୋଧୀ ହିଂସାରେ ୨୦୦ରୁ ଅଧିକ…
Read More...

ଝାକରାଣୀଙ୍କ ପୀଠରୁ ଚୋରୀ: ମାଆଙ୍କ ଆଖିରେ ପୁଟୁଳି ବାନ୍ଧି ଲୁଟିନେଲେ

ବୁର୍ଲା: ଦିନକୁ ଦିନ ଚୋରୀ ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ସମ୍ବଲପୁର ବୁର୍ଲା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ବନ୍ଧର ପାଦଦେଶରେ ରହିଥିବା ମାଁ ଝାକରାଣୀଙ୍କ ପୀଠରୁ ଚୋରୀ…
Read More...

ଓମ ଅର୍ଗାନିକ କଟନ ପ୍ରାଇଭେଟ ଲିମିଟେଡ଼ ଉପରେ ଜିଏସଟି ଚଢ଼ାଉ 

କଣ୍ଟାବାଞ୍ଜି: ଓମ ଅର୍ଗାନିକ କଟନ ପ୍ରାଇଭେଟ ଲିମିଟେଡ଼ ଉପରେ ଜିଏସଟି ଚଢ଼ାଉ। ଭବାନୀପାଟଣା ରେଞ୍ଜ ର ୧୨ ଜଣ ଅଧିକାରୀ ଙ୍କ ସହ ପୁଲିସ ଫୋର୍ସ ଏକକାଳୀନ ଚଢାଉ କରିଛନ୍ତି।  ବଲାଙ୍ଗୀର ଏନ୍ଫୋର୍ସ ମେଣ୍ଟୟୁନିଟ ର…
Read More...

କେମିତି କଟିବ ଏ ସପ୍ତାହ, ଜାଣନ୍ତୁ ସାପ୍ତାହିକ ରାଶିଫଳ

ମେଷ:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବ। ଋଣଯୁକ୍ତ ହେବେ। ଶତ୍ରୁ ଦ୍ବାରା ପରାଭୂତ ହେବେ। ବୁଧବାର ଓ ଗୁରୁବାର ପରିସ୍ଥିତି ଅନୁସାରେ କାର୍ଯ୍ୟ କରି ସଫଳତା ପାଇବେ। ଆର୍ଥିକ…
Read More...

ସାଂଘାତିକ ଅଭିଯୋଗ: ଚାଷୀଙ୍କ ଅଜାଣତରେ ଜମାଖାତାରୁ ଉଠିଗଲା ଟଙ୍କା

କେନ୍ଦ୍ରାପଡା: ଚାଷୀଙ୍କ ଅଜାଣତରେ ଜମା ଖାତାରୁ ଉଠିଗଲା ୧ ଲକ୍ଷ ୫୯ ହଜାର ଟଙ୍କା। ସମ୍ପାଦକ ଓ ଶାଖା ପରିଚାଳକଙ୍କ ନାଁରେ ଥାନାରେ ଏତଲା। କେନ୍ଦ୍ରାପଡା ଜିଲ୍ଲା ରାଜକନିକାର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଏଭଳି…
Read More...

ଦୁର୍ଘଟଣା ପରେ ଜଳିଗଲା କାର୍

ପୁରୀ: ଷଣ୍ଢକୁ ବଞ୍ଚାଇବାକୁ ଯାଇ ବାଇକ୍-କାର୍ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ। ଚାହୁଁ ଚାହୁଁ କାରଟି ହୁତହୁତ୍ ହୋଇ ଜଳିଗଲା। ତେବେ ସ୍ଵଭାଗ୍ୟବଶତଃ କାରରେ ଥିବା ଯାତ୍ରୀ ମାନଙ୍କର ଜୀବନ…
Read More...

ପ୍ୟାରିସ ଅଲିମ୍ପିକ୍‌ସ ପୁରୁଷ ହକି: ଆଜି ଭାରତ-ଗ୍ରେଟ୍‌ ବ୍ରିଟେନ କ୍ବାର୍ଟର

ପ୍ୟାରିସ୍‌ : ପ୍ୟାରିସ ଅଲିମ୍ପିକ୍‌ସ ପୁରୁଷ ହକି ପ୍ରତିଯୋଗିତା।  ଆଜି ଭାରତ ଓ ଗ୍ରେଟ୍‌ ବ୍ରିଟେନ ମଧ୍ୟରେ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯିବ। ଟୋକିଓ ଅଲିମ୍ପିକ୍‌ସ କାଂସ୍ୟ ବିଜେତା ଭାରତ କ୍ବାର୍ଟରଫାଇନାଲରେ…
Read More...

କଡାକଡି ଯାଞ୍ଚ ହେବ ମୋଟର ଯାନ କାଗଜପତ୍ର: ତୁରନ୍ତ ବୀମା ଅର୍ଥ ପୈଠ କରିବାକୁ ପରାମର୍ଶ

କଟକ : ନିକଟରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନାବାଳକ ଗାଡି ଚାଳକ ବିେରାଧୀ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆଗକୁ ମୋଟରଯାନ କାଗଜପତ୍ର ଯାଞ୍ଚକୁ ବ୍ୟାପକ କରିବ। ବେଆଇନ ଭାବେ କେହି ଗାଡ଼ି ଚଲାଉଥିଲେ ମୋଟର ଯାନ ଆଇନ…
Read More...

ବିଶ୍ବର ସବୁଠୁ ଲୋକପ୍ରିୟ ରାଜନେତା ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁନର୍ବାର ବିଶ୍ବର ସବୁଠାରୁ ଲୋକପ୍ରିୟ ରାଜନେତା ଭାବେ ବିବେଚିତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ୟୁକେ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କୁ…
Read More...

ଇସ୍ରାଏଲ ଉପରେ ଲେବାନନର ରକେଟ୍ ମାଡ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା। ମୁହାଁମୁହିଁ ସ୍ଥିତିରେ ଇସ୍ରାଏଲ ଏବଂ ଲେବାନନ। ଇସ୍ରାଏଲ ଉପରେ ଘନ ଘନ ମିସାଇଲ ଏବଂ ରକେଟ୍ ମାଡ କଲା ଲେବାନନ୍। ପ୍ରାୟ ୫୦ଟି ରକେଟ୍ ଆକ୍ରମଣ ହୋଇଥିବା ସୂଚନା ମିଳିଛି।  …
Read More...

ଅମର ପ୍ରତିଭା କିଶୋର କୁମାର : ଆଜି ୯୫ତମ ଜୟନ୍ତୀ

ନୂଆଦିଲ୍ଲୀ: ଭାରତୀୟ ସଙ୍ଗୀତ ଜଗତର ବିସ୍ମୟକର ପ୍ରତିଭା କିଶୋର କୁମାର( ୪ ଅଗଷ୍ଟ ୧୯୨୯-୧୩ ଅକ୍ଟୋବର ୧୯୮୭)। ତାଙ୍କ ନାମଟି ସମସ୍ତଙ୍କ ହୃଦୟରେ ଛାଇ ହୋଇ ରହିଥିବ ଚିରକାଳ। ଆଉ ତାଙ୍କ କଣ୍ଠରୁ ଝରିଯାଇଥିବା ମିଠା ମିଠା…
Read More...

ୱାୟନାଡ ଭୂସ୍ଖଳନ ଘଟଣା: ସ୍ଵର୍ଗଦ୍ଵାରରେ ହେଲା ଡାକ୍ତର ବିଷ୍ଣୁପ୍ରସାଦଙ୍କର ଶେଷକୃତ୍ୟ

ଭୁବନେଶ୍ୱର/କୋଣାର୍କ/ଗୋପ : ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ ଓଡ଼ିଶାରେ ପହଞ୍ଚିଛି। କେରଳ ୱାୟନାଡଠାରେ ଘଟିଥିବା ଭୂସ୍ଖଳନରେ ତାଙ୍କର ମୃତ୍ୟୁ ହୋଇଥିଲା। ଶନିବାର ମୃତଦେହ ପହଞ୍ଚିବା ପରେ ତାଙ୍କୁ…
Read More...

ଦିନକରେ ୪୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ: ୫୦ ହଜାର ଟପିଲା ପରୀକ୍ଷଣ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ପରୀକ୍ଷଣ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୧୧ ଜିଲାରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଚିହ୍ନଟଙ୍କ ସଂଖ୍ୟା…
Read More...

ଆଜି ଚିତାଲାଗି ଅମାବାସ୍ୟା: ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ : ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି। ଆଜି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଚିତାଲାଗି କରାଯିବ। ଏଥିପାଇଁ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ…
Read More...

ସୈରାତ ନିଲାମକୁ ନେଇ ରଣକ୍ଷେତ୍ର ପାଲଟିଲା ଧାମରା ପଞ୍ଚାୟତ ଅଫିସ

ଭଦ୍ରକ: ସୈରାତ ନିଲାମ କୁ ନେଇ ରଣକ୍ଷେତ୍ର ପାଲଟିଲା ଧାମରା ପଂଚାୟତ ଅଫିସ । ଧାମରା ପଂଚାୟତ ଗୃହରେ ଆଜି ପଞ୍ଚାୟତରେ ଥିବା ସମସ୍ତ ସୈରାତ , ନିଲାମ ହେବା ପାଇଁ ସ୍ଥିର ହୋଇଥିଲା।  ବ୍ଲକ ରୁ ଏହି ନିଲାମ ପାଇଁ ସହକାରୀ…
Read More...

ଧରଣୀଧର ବିଶ୍ୱବିଦ୍ୟାଳୟକୁ ଭରସା ଅତିଥି ଅଧ୍ୟାପକ

କେନ୍ଦୁଝରଗଡ଼ : ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ କେନ୍ଦୁଝରସ୍ଥିତ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାର ଧରଣୀଧର ବିଶ୍ୱବିଦ୍ୟାଳୟ ଘୋଷଣା କରିଥିଲେ। ବିଶ୍ୱବିଦ୍ୟାଳୟ ଘୋଷଣାର…
Read More...

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା; ଇସ୍ରାଏଲକୁ ଏୟାର ଇଣ୍ଡିଆ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ : ସମ୍ପ୍ରତି ଚାଲିଥିବା ଇସ୍ରାଏଲ-ହମାସ୍‌ ଯୁଦ୍ଧ ସହିତ ଇରାନରେ ହମାସ୍‌ର ରାଜନୈତିକ ମୁଖ୍ୟ ଇସମାଇଲ ହାନିୟା ଇସ୍ରାଏଲ ଆକ୍ରମଣରେ ନିହତ ହେବାପରେ ମଧ୍ୟ ପ୍ରାଚ୍ୟରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ଘନୀଭୂତ…
Read More...

ମାଲକାନଗିରିରେ ବୁଡିଲା ପୋଲ: ମୋଟୁ, ଆନ୍ଧ୍ର ,ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ବର୍ଷା ଟିକିଏ କମିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନି।  ମାଲକାନିଗରି ଜିଲ୍ଲା ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ ର…
Read More...

ବାହାରକୁ ଯାତ୍ରା କରିବେ, ପରିବାର ସହ ସମୟ ବିତାଇବେ : ଶନିବାର ରାଶିଫଳ

ମେଷ: ଯତ୍ନ, ଅଧ୍ୟବସାୟ, ଉଦ୍ୟମ ଓ ନିଜ ଶ୍ରମରେ ଅର୍ଜିତ ଧନରେ ଧନୀ ହେବେ। ଅନ୍ନପାନାଦି ସୁଖ ମିଳିବ। ଚତୁଷ୍ପଦ ଗୃହପାଳିତ ପଶୁ ଆପଣଙ୍କ ଭାଗ୍ୟୋଦୟର ମୂଳ ଉତ୍ସ ହେବ। ସୁଖ ଜୀବନ ବିତାଇବେ। ବୃଷ: କବି, ଭାବୁକ ଓ ଲେଖକ…
Read More...

ବର୍ଷାରେ ଉପୁଡିଲା ୧୧କେଭି ବିଦ୍ୟୁତ୍‍ ଖୁଣ୍ଟି

ପିପିଲି :ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରି ନିକଟରେ ଥିବା ଏକ ଉଚ୍ଚ ଶକ୍ତି ସଂପନ୍ନ ୧୧କେଭି ବିଦ୍ୟୁତ୍‍ ଖୁଣ୍ଟି ବର୍ଷାରେ ଉପୁଡି ପଡିଛି । ଫଳରେ ଶୁକ୍ରବାର ରାତିରେ ଦେଢ ଘଣ୍ଟା ପାଇଁ ସ୍ଥାନୀୟ ଅଞ୍ଚଳରେ…
Read More...

ଆଇଏଏସ କୋଚିଂ ସେଣ୍ଟରରେ ଛାତ୍ର ମୃତ୍ୟୁ ଘଟଣା: ସିବିଆଇକୁ ତଦନ୍ତ ଦାୟିତ୍ବ

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁଁ ଗତ ଶନିବାର ଦିଲ୍ଲୀର ରାଜେନ୍ଦ୍ର ନଗର ଅଞ୍ଚଳରେ ଥିବା ରାଓଜ୍‌ ଆଇଏଏସ ଷ୍ଟଡି ସର୍କଲ ବେସ୍‌ମେଣ୍ଟରେ ପାଣି ପଶି ଦୁଇଜଣ ଛାତ୍ରୀ ଓ ଜଣେ ଛାତ୍ର ପ୍ରାଣ ହରାଇଥିଲେ। ଶୁକ୍ରବାର ଦିଲ୍ଲୀ…
Read More...

ହିମାଚଳ, ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ୩୩ ମୃତ

ଚଣ୍ଡିଗଡ଼: ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବଲୀଳା ଅବ୍ୟାହତ ରହିଛି। ବିଗତ ଚବିଶ ଘଣ୍ଟାରେ ଦୁଇ ରାଜ୍ୟରେ ବର୍ଷା ବିତ୍ପାତରେ ୩୩ ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଊର୍ଦ୍ଧ୍ବ ନିଖୋଜ ଥିବା ଜଣାପଡିଛି।…
Read More...

ମହାନଦୀ ମୁହାଣରେ ଫସିଥିବା ୭ ମତ୍ସ୍ୟଜୀବୀ ସୁରକ୍ଷିତ

ପାରାଦୀପ : ମହାନଦୀ ମୁହାଣରେ ଫସିଥିବା ୭ ମତ୍ସ୍ୟଜୀବୀ ସୁରକ୍ଷିତ। କେନ୍ଦ୍ରାପଡା ବତୀଘର ମହାକାଳପଡା ବତୀଘର ନିକଟ ବାଲିଚର ଟାପୁରେ ସେମାନେ ରାତି କାଟିଛନ୍ତି। ପାଖରେ ସାଥୀ ମତ୍ସ୍ୟଜୀବୀ ପହଞ୍ଚି ଥିବାବେଳେ ପ୍ରଶାସନିକ…
Read More...

ମହାନଦୀକୁ ଡେଇଁଥିବା ଯୁବକ ଉଦ୍ଧାର

ସମ୍ବଲପୁର: ମହାନଦୀକୁ ଡେଇଁଥିବା ଯୁବକ ସୁରକ୍ଷିତ ଉଦ୍ଧାର। ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି  ଚାଉଁରପୁର ପୋଲ ଉପରୁ ଡେଇଁ ନିଖୋଜ ହୋଇଯାଇଥିଲେ। ପରେ ଭାସି ଆସି ଗୋବିନ୍ଦତଲା ଅଞ୍ଚଳରେ ଏକ ଘାସ ବୁଦାରେ…
Read More...

ଦୁଇ କାଉଡିଆ , ଜଣେ ପଥଚାରୀଙ୍କ ଉପରେ ମାଡିଗଲା ଟ୍ରକ୍ : ଡ୍ରାଇଭର ଅଟକ

ଖଲ୍ଲିକୋଟ: ଦୁଇ କାଉଡିଆ , ଜଣେ ପଥଚାରୀଙ୍କ ଉପରେ ମାଡିଗଲା ଟ୍ରକ୍ । ଖଲ୍ଲିକୋଟ ୧୬ନଂ ଜାତୀୟ ରାଜପଥ ଡିମିରିଆ ଗାଁ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଛି।…
Read More...

ଆଜି ଜନ୍ମମାଟିରେ ପହଞ୍ଚିବ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ

କୋଣାର୍କ/ଗୋପ : କେରଳର ୱାୟନାଡରେ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ୱାୟନାଡରୁ ଅଣା ଯାଉଥିବାବେଳେ ଆଜି(ଶନିବାର) ଜନ୍ମମାଟି…
Read More...

ଅଗଷ୍ଟ ୩୦ରୁ ଭୁବନେଶ୍ବରରୁ ଦୁର୍ଗାପୁର ଉଡ଼ିବ ବିମାନ

ଭୁବନେଶ୍ବର : ଅଗଷ୍ଟ ୩୦ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ବିମାନ ଉଡାଣ କରିବ। ପ୍ରତିଦିନ ଭୁବନେଶ୍ବରରୁ ଇଣ୍ଡିଗୋ ବିମାନ ଉଡାଣ କରିବ। ପୂର୍ବାହ୍ଣ ୧୧ଟା…
Read More...

ଆଜିଠୁ ସାମାନ୍ୟ କମିବ ବର୍ଷା

ଭୁବନେଶ୍ବର : ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ସକାଳ ସମୟରେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ପାର୍ଶ୍ବବର୍ତ୍ତୀ ଝାଡ଼ଖଣ୍ଡ ପାଖାପାଖି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡିତ ଘୂର୍ଣ୍ଣିବଳୟ…
Read More...

ଗୁଣିଆ ସନ୍ଦେହରେ ୪ ଯୁବକକୁ କାବୁ କଲେ ଗାଁ ଲୋକେ

ଗୋପାଳପୁର: ଗୁଣିଆ ସନ୍ଦେହରେ ୪ ଯୁବକ ଅଟକ। ଗୋଳନ୍ଥରା ଥାନା ଅନ୍ତର୍ଗତ କେଲୁଆପଲ୍ଲୀ ଗାଁ ଶ୍ମଶାନରେ କିଛି ଜଣ ଯୁବକ ସନ୍ଦେହଜନକ ଭାବେ ପୂଜାର୍ଚ୍ଚନା କରିବା ସମୟରେ କିଛି ଗାଁ ଲୋକେ ସେମାନଙ୍କୁ କାବୁ କରି ପୁଲିସ୍ ର…
Read More...

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର: ଫୁଲବାଣୀ ମେଡିକାଲରେ ଭର୍ତ୍ତି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି।  ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇ ଫିରିଙ୍ଗିଆ ମେଡିକାଲ ଓ ପରେ ଫୁଲବାଣୀ ମେଡିକାଲ କୁ ସ୍ଥାନାନ୍ତର ହୋଇଥିବା…
Read More...

ବିଦ୍ୟାଳୟ ପରିସରରୁ ଝିଙ୍କ ଉଦ୍ଧାର କଲା ବନବିଭାଗ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ଦାଶରଥିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ପଶିଆସିଥିବା ଏକ ଜଙ୍ଗଲି ଝିଙ୍କକୁ  ବନବିଭାଗ ଉଦ୍ଧାର କରିଛି। ବୁଧବାର ପ୍ରାର୍ଥନା ପରେ ପରେ ବିଦ୍ୟାଳୟ ହତା…
Read More...

ବାରିପଦାରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ଵର: ଗତ କିଛି ଦିନ ହେବ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୫୬.୬ ମିମି ବର୍ଷା ରେକର୍ଡ ହୋଇଛି। ଜାମଦା ୧୩୧.୦, ଚାନ୍ଦୁଆ ୧୨୬.୦, ବେତନଟୀରେ ୧୨୫.୦ ମିମି, ପିପିଲି…
Read More...

କ୍ରିକେଟର ଅଂଶୁମାନ ଗାଏକ୍ଵାଡ୍‌ଙ୍କ ଦେହାନ୍ତ

ବରୋଦା : ପରଲୋକରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ଵାଡ୍‌।  ବୁଧବାର ରାତିରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ରକ୍ତ କର୍କଟ ରୋଗରେ…
Read More...

କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ : ଗୁରୁବାର ରାଶିଫଳ

ମେଷ: ଆଧ୍ୟାତ୍ମବାଦୀ ହେବେ। ନମ୍ରତାର ପ୍ରତୀକ ହୋଇପାରନ୍ତି। ଆର୍ଯ୍ୟ ଶ୍ରେଷ୍ଠ ଭାବେ ସମ୍ବୋଧିତ ହେବେ। ଆର୍ଥିକ ସ୍ଥିତିର ଉନ୍ନତି ଘଟିବ। ଅଶାନ୍ତି ଦୂର ହେବ। ସରକାରଙ୍କ ଦ୍ବାରା ଲାଭବାନ୍ ହେବେ। ବୃଷ: ସତ୍‌ସଙ୍ଗରୁ…
Read More...

ଲାଗିଲା ସୂଚନା ଫଳକ: ୮ଦିନ ହେଲା ଯାତାୟତ ଠପ୍‌, ଆପ୍ରୋଚ୍‌ ରାସ୍ତା ମରାମତି ପାଇଁ ଦାବୀ

ହରଭଙ୍ଗା : ଲଗାଣ ବର୍ଷା ପ୍ରଭାବରେ ହରଭଙ୍ଗା ବ୍ଲକ  ସାକୁସିଙ୍ଗା ନାଳ ଉପରେ ନିର୍ମାଣ ହୋଇଥିବା ଆପ୍ରୋଚ୍‌ ରାସ୍ତା ବର୍ଷାରେ ଧୋଇ ହୋଇଯାଇଥିଲା।  ଗତ ୨୪ ତାରିଖରେ ସମାଜରେ ଏହି ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ…
Read More...

କାର ସହ ଗଞ୍ଜେଇ ଜବତ ,୪ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅର୍ନ୍ତଗତ ଚାରିଛକ-ଫୁଲବାଣୀ ପୂର୍ତ୍ତବିଭାଗ ରାସ୍ତାର ଘୋଡାଡିଆଁ ନିକଟରୁ ପୁଲିସ ଏକ ଗଞେଇ ବୋଝେଇ ଅଲଟୋ କାରକୁ ଜବତ କରିଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରି…
Read More...

କେନାଲ ଉପରେ ରେଲୱେ ପୋଲ ନିର୍ମାଣ : ମାଡିପାରୁନି ପାଣି, ଅସନ୍ତୋଷ ଚାଷୀ

ହରଭଙ୍ଗା : ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗାଁରେ ରେଲୱେ ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଦେଖିବାକୁ ମିଳିଛି। ବଡବନ୍ଧ କେନାଲ ଉପରେ ରେଲୱେ ପୋଲ ନିର୍ମାଣ ଫଳରେ କେନାଲ ପାଣି ଜମିରେ ମାଡିପାରୁନଥିବା ନେଇ…
Read More...

ଗୋଠଛଡା ଦନ୍ତା ହାତୀର ଉତ୍ପାତ: କାନ୍ଥ ଭାଙ୍ଗିଲା, ଫସଲ ନଷ୍ଟ କଲା

ସୁନ୍ଦରଗଡ: ସୁନ୍ଦରଗଡ ବଣାଇ ମଗରମୁଣ୍ଡାରେ ଗୋଠଛଡା ଦନ୍ତା ହାତୀର ଉତ୍ପାତ। ବୁଧବାର ରାତିରେ ଗୋବିନ୍ଦପୁର ନିକଟ ମଦରମୁଣ୍ଡା ଅଞ୍ଚଳରେ ହାତୀପଲ ଆତଙ୍କ ଖେଳାଇଛନ୍ତି।  ବହୁ ଲୋକଙ୍କ ଘର ଭାଙ୍ଗିବା ସହ ଆସବାବପତ୍ର ନଷ୍ଟ…
Read More...

ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ସ୍ଥିତି ବେହାଲ: ଡ୍ରେନରେ ପଡ଼ି ୨ ମୃତ, ଆଜି ସବୁ ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ଉବୁଡୁବୁ ଦିଲ୍ଲୀ। ବିଭିନ୍ନ ଅଞ୍ଚଳ ଜଳବନ୍ଦୀ। ରାସ୍ତାରେ ଲହଡି ମାରୁଛି ବର୍ଷା ପାଣି। ରାଜଧାନୀର ପ୍ରମୂଖ ରାସ୍ତା ନଦୀର ଭ୍ରମ ସୃଷ୍ଟି କରୁଛି। ପୂର୍ବଦିଲ୍ଲୀ ଗାଜିପୁରରେ ଡ୍ରେନରେ ପଡି ଜଣେ…
Read More...

କାନ୍ଥ ଭୁଶୁଡି ପରିବାରର ୫ ଗୁରୁତର

ବିନିକା: ପ୍ରବଳ ବର୍ଷାରେ ଭୁଶୁଡିଲା ଘର କାନ୍ଥ। ଏଥିରେ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଡାହୁକବୁଡ ଗାଁରେ ଏହି ଘଟଣା ଘଟିଛି। ଗୁରୁତର ଆହତଙ୍କୁ ଡୁଙ୍ଗୁରିପାଲି…
Read More...

ଆଜିଠାରୁ ଖୋଲିବ ଭିତରକନିକା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ସ୍କାଏ ଓ୍ବାକ୍‌

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖ ଅର୍ଥାତ ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ।  ଦୀର୍ଘ ଦିନ ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସ୍ଵତନ୍ତ୍ର…
Read More...

ସକ୍ରିୟ ଘୂର୍ଣ୍ଣିବଳୟ : ଆଜି ୬ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଏବଂ ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ବୁଧବାର ସକାଳରୁ ଅପରାହ୍ଣ ୫.୩୦ ସୁଦ୍ଧା ବାରିପଦାରେ ସର୍ବାଧିକ ୧୨୧ ମି.ମି ବର୍ଷା…
Read More...

କେରଳ ଭୂସ୍ଖଳନ: ୨୭୦ ଟପିଲା ମୃତ୍ୟୁ ସଂଖ୍ୟା

ତିରୁଅନନ୍ତପୁରମ୍ : କେରଳର ୱାୟନାଡ ଜିଲାରେ ସୋମବାର ବିଳମ୍ବିତ ରାତିର ଭୂସ୍ଖଳନ ହାହାକାର ସୃଷ୍ଟି କରିଛି। ତାଣ୍ଡବ ସ୍ଥଳରୁ ସେନା, ଏନଡିଆରଏଫ୍‌, ଅଗ୍ନିଶମ ସମେତ ବିଭିନ୍ନ ଏଜେନ୍ସି ଓ ସ୍ବେଚ୍ଛାସେବୀ ସଂଗଠନ ଜୀବନର…
Read More...

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସ୍ୱତନ୍ତ୍ର ଦୁଇ ବର୍ଷିଆ ବି.ଏଡ଼କୁ ବାଦ୍ ଦେବା ପ୍ରସଙ୍ଗ: ସମାଧାନ ଦାବି

ପାଟଣା: ରାଜ୍ୟରେ ପ୍ରାୟ ୧୨ଟି ସ୍ୱତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନରେ ଦୁଇ ବର୍ଷିଆ ସ୍ୱତନ୍ତ୍ର ବି.ଏଡ଼ ପାଠ୍ୟକ୍ରମ ଚାଲୁଛି।  ଯାହାକି ୨୦୧୫ ମସିହା ପୂର୍ବରୁ ଏକ ବର୍ଷିଆ ପାଠ୍ୟକ୍ରମ ଥିଲା । ଏବଂ ଏନସିଟିଇ ନିୟମ…
Read More...

ଜିଲ୍ଲାପାଳ ଅଫିସ ଘେରିଲେ ବସ୍ତି ବାସିନ୍ଦା

ଭବାନୀପାଟଣା :  ସରକାର ଙ୍କ ଜବରଦଖଲ ଉଛେଦ ବିଜ୍ଞପ୍ତି କୁ ପ୍ରତ୍ୟାହାର ତଥା ବସ୍ତି ବାସିନ୍ଦା ଙ୍କୁ ପଟ୍ଟା ପ୍ରଦାନ ଦାବିରେ ହଜାର ହଜାର ବସ୍ତି ବାସିନ୍ଦା କଳାହାଣ୍ଡି ଜିଲ୍ଲାପାଳ ଙ୍କ ଅଫିସ ଘେରାଉ କରିଛନ୍ତି ।…
Read More...

ସୁକିନ୍ଦା ସମସ୍ୟା ବଢୁଛି, ଆଇନ ଶୃଙ୍ଖଳା ବିଗୁଡୁଛି : ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ

ଯାଜପୁର: ନିର୍ବାଚନ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ବଢିବା ସହିତ ଆଇନ ଶୃଙ୍ଖଳା ବିଗିଡି ଯାଇଛି। ପ୍ରଶାସନର ନୀରବତା ପରିସ୍ଥିତିକୁ ଆହୁରି ଜଟିଳ କରୁଛି । ଏ ନେଇ ଯାଜପୁର ଜିଲ୍ଲାପାଳ ନିଖିଳ ପୱନ…
Read More...

ତ୍ରିଶୁଳିଆ ସୁବାଷ ସେତୁ ଉପରୁ ସ୍କୁଟି ମିଳିବା ଘଟଣା: ମିଳିଲା ଆରୋହୀଙ୍କ ପରିଚୟ

କଟକ: କଟକ ତ୍ରିଶୁଳିଆ ସୁବାଷ ସେତୁ ଉପରେ ଅଜଣା ସ୍କୁଟି ମିଳିବା ଘଟଣାରେ ସସପେନ୍ସ ବଢିବାରେ ଲାଗିଛି। ଆଜି ଭୋରରୁ ବ୍ରିଜ ଉପରେ ଚାବି ଲାଗିଥିବା ଅବସ୍ଥାରେ ଏକ ନାଲି ରଙ୍ଗର ସ୍କୁଟି ଥୁଆହୋଇଛି। ଏହି ସ୍କୁଟି ପାଖରେ ଏକ…
Read More...

ଅଗଷ୍ଟ ପହିଲାରୁ ଖୋଲିବ ଭିତରକନିକା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ସ୍କାଏ ଓ୍ବାକ୍‌

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ।  ଗୁରୁବାର ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଝୁମ୍ପୁରା :  ଝୁମ୍ପୁରା ବ୍ଲକ ଅର୍ଶଳା ପଞ୍ଚାୟତର ଦୁର୍ଗାପୁର ଗାଁରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ତାଙ୍କୁ ଝୁମ୍ପୁରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…
Read More...

ଦୁଇ ବାଇକ ସହ ୯୫ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସକୁ ବଡ ସଫଳତା। ୨ଟି ବାଇକ ସହ ୯୫ କିଲୋ ଗଞ୍ଜେଇ ଜବତ, ୩ ଗଞ୍ଜେଇ ବ୍ୟବସାୟୀ ଗିରଫ।  ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳ ରୁ ୨ ଟି ବାଇକରେ ପଡୋଶୀ ବୌଦ୍ଧ ଜିଲ୍ଲାକୁ…
Read More...

ମର୍ଜାକୁଦ ଘାଟରେ କୁମ୍ଭୀର, ଲୋକେ ଆତଙ୍କିତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିବା ଫଳରେ ମହାନଦୀରେ ବନ୍ୟାପାଣି ଆସି ନଦୀ କୂଳ ଛୁଇଁଛି । ଗତ ୨୮ ତାରିଖରେ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ଛାଡିବା ପରେ ଜିଲ୍ଲାରେ ବନ୍ୟା…
Read More...

ମଦ ପିଇ ମାତାଲ ହେଲେ କଲେଜ ଛାତ୍ର : ଥାନାରେ ଅଟକ

କଳାପଥର: ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର -ଧଳାପଥର ମହାବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। କିଛି କଲେଜ ଛାତ୍ର ଏବଂ ଅଣ କଲେଜ ଛାତ୍ର କଲେଜ ପିଣ୍ଡାରେ ବସି ମଦ ପିଉଥିବା ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ଉପସ୍ଥିତ…
Read More...

ପାରାଦୀପରେ ଚୀନ ଜାହାଜ ଅଟକ

ଜଗତସିଂହପୁର: ପାରାଦୀପରେ ଅଟକିଲା ଚୀନରୁ ଆସିଥିବା ଜାହାଜ । ଏମଭିଜେଏଚଇଏଚଏଆଇ ୫୦୫ ନାମକ ଚୀନ ଜାହାଜ ଏକ କମ୍ପାନୀର ପ୍ରାୟ କୋଟିଏ ଟଙ୍କା ବକେୟା ନଦେବାରୁ ଜାହାଜକୁ ଅଟକ ରଖାଯାଇଛି। ବକେୟା ନଦେବାରୁ ହାଇକୋର୍ଟ ଙ୍କ…
Read More...

ତ୍ରିଶୁଳିଆ ସୁବାଷ ସେତୁ ଉପରେ ଅଜଣା ନାଲି ସ୍କୁଟିକୁ ନେଇ ଚର୍ଚ୍ଚା

କଟକ: କଟକ ତ୍ରିଶୁଳିଆ ସୁବାଷ ସେତୁ ଉପରେ ଅଜଣା ସ୍କୁଟି। ଭୋରରୁ ବ୍ରିଜ ଉପରେ ଚାବି ଲାଗିଥିବା ଅବସ୍ଥାରେ ଏକ ନାଲି ରଙ୍ଗର ସ୍କୁଟି ଥୁଆହୋଇଛି। ଏହି ସ୍କୁଟି ପାଖରେ ଏକ ଚପଲ ରହିଛି। ଯାହାକୁ ନେଇ ସନ୍ଦେହ ବଢିଛି। କେହି…
Read More...

ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷିବ ! ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ସତର୍କତା

ଭୁବନେଶ୍ୱର : ସକ୍ରିୟ ମୌସୁମୀ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆହୁରି ୩ ଦିନ ବର୍ଷାରେ ଭିଜିବ ସାରା ଓଡିଶା। ଝାଡଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ରହିଥିବା…
Read More...

ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍‌: ମୁଣ୍ଡଳୀରେ କମୁଛି ଜଳସ୍ତର

ହୀରାକୁଦ : ବନ୍ଦ ହେଲା ହୀରାକୁଦର ଦୁଇଟି ଗେଟ୍। ବର୍ତ୍ତମାନ ୧୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ବରେ ୧୨ ଓ ଦକ୍ଷିଣ ପାର୍ଶ୍ବରେ ୬ଟି ଗେଟ୍ ଖୋଲା ରହିଛି। ଏବେ ହୀରାକୁଦର ଜଳସ୍ତର ୬୧୧.୮୫ ଫୁଟ୍…
Read More...

କେରଳରେ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୪୩କୁ ବୃଦ୍ଧି, ନିଖୋଜଙ୍କ ମଧ୍ୟରେ ଓଡିଶାର ଦୁଇ ଡାକ୍ତର

ତିରୁଅନନ୍ତପୁରମ : କେରଳର ୱାୟନାଡ୍‌ ଜିଲାରେ ମଙ୍ଗଳବାର ପ୍ରବଳ ବର୍ଷା ଯୋଗୁଁ ଚାରି ଘଣ୍ଟା ବ୍ୟବଧାନରେ ତିନି ଥର ଭୂସ୍ଖଳନ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି। ୧୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି।…
Read More...

ପୁଣି ଚର୍ଚ୍ଚାରେ ‘ସମାଜ’

ଭୁବନେଶ୍ବର : ବଜେଟର ସାଧାରଣ ଆଲୋଚନା ଉପରେ ମଙ୍ଗଳବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ପୁଣି ଚର୍ଚ୍ଚାକୁ ଆସିଛି ‘ସମାଜ’। ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’କୁ…
Read More...

ରାସ୍ତା ପାଲଟିଛି ମରଣଯନ୍ତା: ସ୍ଥାୟୀ ସମାଧାନ ଦାବି

ଏମ.ରାମପୁର : କଳାହାଣ୍ଡି ଜିଲ୍ଲା ଏମ.ରାମପୁର ସହରର ଦୁଇଟି ସ୍ଥାନରେ ରାସ୍ତା ପାଲଟିଛି ମରଣଯନ୍ତା । ଏମ.ରାମପୁର ସହରର ପୂର୍ତ୍ତ ବିଭାଗ ରାସ୍ତା ପୁୁରୁଣା ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖ ଓ ବ୍ରାହ୍ମଣପଡା ନିକଟରେ ବିରାଟ…
Read More...