www.samajalive.in
Monday, December 15, 2025
17.1 C
Bhubaneswar

ଭାରତର ନବଜନ୍ମ : ୧୫ ଅଗଷ୍ଟ

ଭାରତୀୟ ଇତିହାସରେ ୧୫ ଅଗଷ୍ଟର ଅନେକ ମହତ୍ତ୍ୱ ରହିଛି। ଦୀର୍ଘ ଦିନ ଧରି ଇଂରେଜ ଅତ୍ୟାଚାରରେ ନିଷ୍ପେସିତ ଥିବା ଆମ ଦେଶ ୧୯୪୭ ମସିହାର ଏହି ଦିନରେ ସ୍ୱାଧୀନ ହୋଇ ବିଜୟର ଧ୍ୱଜା ଉଡ଼ାଇଥିଲା। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ୧୫ ଅଗଷ୍ଟକୁ ଦେଶର ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଉଛି। ଏହି ସ୍ୱାଧୀନତା ପାଇବା ପାଇଁ ଦେଶବାସୀଙ୍କୁ କେତେ ଯେ ମୂଲ୍ୟ ଦେବାକୁ ପଡ଼ିଥିଲା ସେ କଥା ଭାବିଲେ ଆଜିବି ଦେହ ଶୀତେଇ ଉଠେ। କେଉଁଠି ମାଆର ଶବ ପାଖେ ବସି ତା’ର ଶିଶୁ ଲୁହ ଝରାଉଥିଲା ତ କେଉଁଠି ପୁଅକୁ ହରାଇ ବୁଢି ମାଆ ମାନସିକ ଭାରସାମ୍ୟ ହରାଇ ଦେଉଥିଲା। ପୁଣି କେଉଁଠି ନବବିବାହିତା ର ସିନ୍ଦୁର ଲିଭି ଯାଉଥିଲା ତ କେଉଁଠି ବାପା ଘରୁ ବାହାରିବା ପରେ ଫେରି ଥିଲା ତାଙ୍କ ଶବ। ଚତୁର୍ଦିିଗରେ ଚିତ୍କାର ଓ କ୍ରନ୍ଦନର ସ୍ୱର। ସେହି ଚିତ୍କାର ଶୁଣି ଇଂରେଜ ହୃଦୟକୁ ମିଳୁଥିଲା ଅଦ୍ଭୁତ ଶାନ୍ତି। ସମ୍ପୂର୍ଣ୍ଣ ଦେଶକୁ ନିଜ ଦାସ କରି ରଖିଥିଲେ ଇଂରେଜ। ସମସ୍ତ ଦେଶବାସୀ ଆତୁର ହୋଇ ଅପେକ୍ଷା କରିଥିଲେ ଏହି ଦିନକୁ। ସେଦିନ ସୂର୍ଯ୍ୟ ଅବା ଉଦୟ ହୋଇଥିଲେ ଏକ ନୂତନ ଆଶାର ଆଲୋକ ନେଇ। ସେଦିନ ହୋଇଥିଲା ହିଂସା ଉପରେ ଅହିଂସାର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ, ମିଥ୍ୟା ଉପରେ ସତ୍ୟର ବିଜୟ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories