ଗ୍ରାମରକ୍ଷୀଙ୍କୁ ଆକ୍ରମଣ – ବାଇକ ଚାଳକ ଗିରଫ
ନୀଳଗିରି: ପରିବା କିଣିବାକୁ ଆସିଥିବା ଜଣେ ବାଇକ ଚାଳକର କରୋନା ମୁକାବିଲା ପାଇଁ ସକାଳ ୬ଟାରେ ଡ୍ୟୁଟି କରୁଥିବା ଗ୍ରାମରକ୍ଷୀଙ୍କୁ କଟୁରି ଚୋଟ ମାରିବା ଘଟଣା ସାଧାରଣରେ ଉଦବେଗ ସୃଷ୍ଟି ହୋଇଛି। ଏନେଇ ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନାରେ ଏକ ମାମଲା ରୁଜୁ ହୋଇ ସମ୍ପୃକ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି।
ଅଯୋଧ୍ୟା ଫାଣ୍ଡି ଅଧୀନ ରାଧାକିଶୋରପୁର ଗାଁର ଗ୍ରାମରକ୍ଷୀ ହରିଶ୍ଚନ୍ଦ୍ର ପାତ୍ର ସେହି ଗାଁରେ ସକାଳେ ହାଟ ଡ୍ୟୁଟିରେ ମୁତୟନ ରହିଥିବା ସମୟରେ ଶଶିକାନ୍ତ ରାଜ ନାମକ ଜଣେ ଯୁବକ ବାଇକରେ ପହଞ୍ଚିଥିଲେ। ଏଥିରେ ଗ୍ରାମରକ୍ଷୀ ଜଣକ ତାଙ୍କୁ ଅନ୍ୟତ୍ର ବାଇକ ରଖି ହାଟକୁ ଆସିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବାକୁ ନିବେଦନ କରିଥିଲେ। କିନ୍ତୁ ବାଇକ ଚାଳକ ଜଣକ ଏହି କଥାରେ ଉତକ୍ଷିପ୍ତ ହୋଇ ତାଙ୍କ ମୁଣ୍ଡରେ କଟୁରି ଚୋଟ ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖବରପାଇ ନୀଳଗିରି ଥାନା ଆଇଆଇସି ମିନତି ବିଶ୍ୱାଳଙ୍କ ନିର୍ଦେଶରେ ଅଯୋଧ୍ୟା ଫାଣ୍ଡି ଏଏସଆଇ ମନୋରଞ୍ଜନ ପୁହାଣ ସେଠାରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛନ୍ତି।
Comments are closed.