ପଟ୍ଟାମୁଣ୍ଡାଇ : ଜଣେ ଯୁବକ କୁମ୍ଭୀର ମୁହଁରୁ ଅଳ୍ପକେ ବଞ୍ଚି ଯାଇଛନ୍ତି। କେନ୍ଦ୍ରାପଡା ଜିଲା ରାଜନଗର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଜଣେ ଯୁବକ ଗାଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। ଯୁବକ ଜଣକ ଆହତ ହୋଇଥିବା ଜଣାପଡିଛି। ତାଙ୍କ ନାମ ହେଉଛି ଭାଗବତ ରାଉତ। ତାଙ୍କୁ ଆହତ ଅବସ୍ଥାରେ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡାକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ ଯେ, ଭାଗବତ ଗୁରୁବାର ସକାଳେ ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ। ସେହି ସମୟରେ ଏକ କୁମ୍ଭୀର ତାଙ୍କ ବାମ ହାତକୁ ଆକ୍ରମଣ କରିଥିଲା। ସେ କୌଣସି ମତେ କୁମ୍ଭୀର କବଳରୁ ନିଜକୁ ରକ୍ଷା କରିଥିଲେ। ତେବେ ବନ ବିଭାଗ ଦ୍ବାରା ନିର୍ମିତ ତାର ଜାଲି ଛିଣ୍ଡି ଯାଇଥିବାରୁ କୁମ୍ଭୀର ଘାଟକୁ ପଶି ଆସିଥିବା କୁହାଯାଉଛି।



