ବାଳିକା ମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ତାଲିମ ଶିବିର

ଚୌଦ୍ୱାର :  କଳିଙ୍ଗ ପବ୍ଲିକ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଆରମ୍ଭ ହୋଇଛି । କଟକ ସର୍ବଶିକ୍ଷା ପ୍ରକଳ୍ପ ସଂଯୋଜକଙ୍କ ତରଫରୁ ମଙ୍ଗଳବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ସୁଶୀଲ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକମକୁ ପରିଚାଳନା କମିଟି ସଭାପତି ଜୟଶ୍ରୀ ମାହାନ୍ତି ଉଦଘାଟନ କରିଥିଲେ । ଶିକ୍ଷକ ସରୋଜ କୁମାର ଦିକ୍ଷିତଙ୍କ ପରିଚାଳନାରେ ପ୍ରଶିକ୍ଷିକା ଗୀତାଞ୍ଜଳି ଛାଟୋଇ ଓ ସୁମିତ୍ରା ବେହେରା ଛାତ୍ରୀ ମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଲିପ୍ସା ଜେନା, ପ୍ରିୟଦର୍ଶିନୀ ପତି, ବୈଜୟନ୍ତୀ ପରିଡ଼ା, ଭାରତୀ ମହାନ୍ତି, ସରୋଜ ପାଣ୍ଡବ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଏକମାସ ଧରି ଚାଲିବ ବୋଲି ପ୍ରଧାନ ଶିକ୍ଷକ ସୂଚନାଦେଇଛନ୍ତି ।

Comments are closed.