ଆଠଗଡ଼ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

ଆଠଗଡ଼: ଆଠଗଡ ପଞ୍ଚାୟତ ସମିତି ଅନ୍ତର୍ଗତ ଧାଈପୁର ଗ୍ରାମପଞ୍ଚାୟତଠାରେ ‘ବିକଶିତ ଭାରତ ସଂକଳ୍ପ’ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋକପାତ କରିଥିଲେ। ପ୍ରଥମେ କେନ୍ଦ୍ରମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରକଳ୍ପର ଷ୍ଟଲଗୁଡ଼ିକ ଉଦଘାଟନ କରିବା ସହ ପରିଦର୍ଶନ କରିଥିଲେ। କଟକ ଜିଲା ପଞ୍ଚାୟତ ଅଧିକାରୀ ଚକ୍ରଧର ମାହାଳି ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ୫ ଜଣ ହିତାଧିକାରୀ ‘ମେରି କାହାନୀ ମେରି ଯୁବାନୀ’ ମାଧ୍ୟମରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ବିକଶିତ ଭାରତ ସଂକଳ୍ପ ଯାତ୍ରାର ରାଜ୍ୟ ପ୍ରଭାରୀ ଡ. ଏମ୍ ମୁଥୁକୁମାର ଏବଂ ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଥ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଆଠଗଡ଼ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ରଶ୍ମିରେଖା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ବିଭିନ୍ନ ବ୍ୟାଙ୍କ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ବିଡିଓ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.