ଆଠଗଡରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା

ଆଠଗଡ: ଆଠଗଡରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆବାହନ ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଗତ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ବିଶ୍ୱକର୍ମା ପୂଜା ଅତ୍ୟନ୍ତ ନିରାଡମ୍ବର ଭାବେ ପାଳିତ ହୋଇଥିଲା। ତେବେ କରୋନା ସଂକ୍ରମଣ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଚଳିତ ବର୍ଷ ବିଭିନ୍ନ ଶିଳ୍ପ ଓ ବୈଷୟିକ ପ୍ରତିଷ୍ଠାନରେ ଦେବଶିଳ୍ପୀଙ୍କ ପୂଜା ବେଶ୍‍ ଜାକଜମକରେ ଅନୁଷ୍ଠିତ ହେଉଛି। ଆଠଗଡ ଟାଟା ପାୱାର ବିଦ୍ୟୁତ୍‍ ବିତରଣ କମ୍ପାନୀ ପକ୍ଷରୁ ସ୍ଥାନୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସବଷ୍ଟେସନ ପରିସରରେ ସୁନ୍ଦର ଆଲୋକ ତୋରଣ ଓ ସାଜ୍ଜସଜ୍ଜା ମଧ୍ୟରେ ପୂଜା ଅନୁଷ୍ଠିତ ହୋଇଛି। ସହକାରୀ ଯନ୍ତ୍ରୀ ଗୋରମୋହନ ସାହୁଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ବିଶ୍ୱକର୍ମା ପୂଜାରେ ନିର୍ବାହୀ ଯନ୍ତ୍ରୀ ପବିତ୍ର କୁମାର ସାହୁ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟଙ୍କ ସମେତ ଟାଟା ପାୱାରର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦାନ କରିଥିଲେ।

 

prayash

ସେହିପରି ମା ବାଉତୀ ମୋଟର ଚାଳକ ସଂଘ ପକ୍ଷରୁ ନୂଆବସଷ୍ଟାଣ୍ଡ ସନ୍ନିକଟ ଟ୍ୟାକ୍ସିଷ୍ଟାଣ୍ଡଠାରେ ସୁନ୍ଦର ସାଜସଜ୍ଜା ସହିତ ବିଶ୍ୱକର୍ମାଙ୍କ ମେଢ ଶୋଭାପାଉଛି। ସଂଘର ସଭାପତି ସତ୍ୟେନ ପଣ୍ଡା ଓ ସଭାପତି ସୁଧାକର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଟିତ ଏହି ପୂଜାରେ ଆଠଗଡର ସମସ୍ତ ଗାଡିଚାଳକ ଓ ଗାଡିମାଲିକ ଯୋଗଦେଇଥିଲେ। ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ବିଏସଏନଏସ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ପ୍ରକାଶ କୁମାର ସାହୁ ଓ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପରିଡାଙ୍କ ପରିଚାଳନାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଛି। ଏହି ସବୁ ପୂଜାମେଢ ସହିତ ଅନ୍ୟାନ୍ୟ ବୈଷୟିକ ଅନୁଷ୍ଠାନ ଓ ଯାନ୍ତ୍ରିକ କାର୍ଯ୍ୟାଳୟରେ ମଧ୍ୟ ବିଶ୍ୱକର୍ମା ପୂଜା ଦେଖିବା ପାଇଁ ଦର୍ଶକଙ୍କର ବହୁ ସମାଗମ ଦେଖିବାକୁ ମିଳିଛି।

kalyan agarbati

Comments are closed.