www.samajalive.in
Monday, December 15, 2025
17.1 C
Bhubaneswar

ବର୍ଷାରେ ଭିଜି ବାହୁଡିଲେ ଶ୍ରୀ ଅଟ୍ଟାଳି ଜଗନ୍ନାଥ

ଆଠଗଡ: ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବ ନବଦିନାତ୍ମକ ଘୋଷଯାତ୍ରା ଶେଷ କରି ଶନିବାର ସ୍ୱମନ୍ଦିର ଅଭିମୁଖେ ବାହୁଡିଛନ୍ତି। ଝିପି ଝିପି ଲଗାଣ ବର୍ଷା ଭଳି ପ୍ରତିକୂଳ ପାଗ ସତ୍ତ୍ୱେ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ସହ ଶାନ୍ତିଶୃଙ୍ଖଳାରେ ବାହୁଡା ଯାତ୍ରା ସମ୍ପନ୍ନ ହୋଇଛି। ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାଇ ପ୍ରତ୍ୟୁଷରୁ ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କର ସମସ୍ତ ନୀତିକାନ୍ତି ଶେଷ କରିବା ପରେ ଅପରାହ୍ନ ୩.୩୦ ଟାରେ ଗୁଣ୍ଡିଚା ମନ୍ଦିରରୁ ଗୋଟି ପହଣ୍ଡିରେ ଆଣି ରଥାରୂଢ କରାଯାଇଥିଲା। ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ଆଡପ ମଣ୍ଡପ ପରେ ରଥ ଉପରେ ସମସ୍ତ ପୂଜାନୀତି ସମ୍ପର୍କ କରିବା ସହ ଛେରାପହଁରା କରିବା ପରେ ଅପରାହ୍ନ ପ୍ରାୟ ୪.୩୦ରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ୬ ପୂର୍ବରୁ ଜଗନ୍ନାଥ ମନ୍ଦିର ଛକସ୍ଥିତ ରଥଖଳାରେ ଦୁଇ ରଥ ପହଞ୍ଚିଥିଲା।

ବଡପଣ୍ଡା ଶରତ କୁମାର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ସ୍ୱାଗତ କୁମାର ପଣ୍ଡା, ଗୌତମ ପଣ୍ଡାଙ୍କ ସମେତ ଅନ୍ୟ ସମସ୍ତ ସେବାୟତ ସମସ୍ତ ନୀତିକାନ୍ତି ସମାପନରେ ସହଯୋଗ କରିଥିଲେ। ଅଟ୍ଟାଳି ଜଗନ୍ନାଥଙ୍କ ବଡ ରଥକୁ ସବୁ ବର୍ଗର ଶ୍ରଦ୍ଧାଳୁ ଏବଂ ଜଗନ୍ନାଥ ବଲ୍ଲଭ ମଠର ସାନ ରଥକୁ କେବଳ ମହିଳା ମାନେ ଭକ୍ତିଭାବ ଓ ଆନନ୍ଦଉଲ୍ଲାସ ମଧ୍ୟରେ ଟାଣି ନେଇଥିଲେ। ସଂକୀର୍ତ୍ତନ ଗୁରୁ ଅଜୟ କୁମାର ଦାସଙ୍କ ପରିଚାଳନାରେ ୧୫ ମଣ୍ଡଳ ରଥ ସମ୍ମୁଖରେ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବାହୁଡା ଯାତ୍ରାକୁ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା, ଅନ୍ୟ କର୍ମଚାରୀ ପରିଚାଳନା କରିଥିବାବେଳେ ଯାତ୍ରା କମିଟି ସଦସ୍ୟ, ଗୋପବନ୍ଧୁ ବିଜ୍ଞାନ କଲେଜର ଏନସିସି କ୍ୟାଡେଟ, ଏନଏସଏସ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories