www.samajalive.in
Monday, December 15, 2025
14.1 C
Bhubaneswar

ଗଞ୍ଜେଇ ବ୍ୟବସାୟୀକୁ କାରାଦଣ୍ଡାଦେଶ

ଆଠଗଡ: ଆଠଗଡ ସ୍ୱତନ୍ତ୍ର ଅଦାଲତରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ବିଚାରପତି ୩ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ୨୦୧୬ ମାର୍ଚ୍ଚ ୧୮ତାରିଖ ଦିନ ନରସିଂହପୁର ଥାନା ଅନ୍ତର୍ଗତ ସୁବଳୟା ଗ୍ରାମର ସରୋଜ ପିହାଣ ନାମକ ଜଣେ ଗଞ୍ଜେଇ ଚୋରା ବ୍ୟବସାୟୀ ୫କେଜି ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ଧରପଗଡ କରୁଥିବା ଅବକାରୀ ସ୍କାର୍ଡ ହାତରେ ଧରାପଡିଥିଲେ।

ଏହି ମାମଲାଟି ଆଠଗଡ ସ୍ୱତନ୍ତ୍ର ଅଦାଲତରେ ଚାଲିଥିବାବେଳେ ଅବକାରୀ ବିଭାଗର ଅଭିଯୋଗ ଫର୍ଦ୍ଦ, ବିଭିନ୍ନ ସାକ୍ଷୀ ପ୍ରମାଣ ଏବଂ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ସ୍ୱତନ୍ତ୍ର ଅଦାଲତ ବିଚାରପତି ତଥା ଅତିରିକ୍ତ ଜିଲା ଓ ଦୌରାଜଜ୍‍ ପ୍ରଦୀପ୍ତ କୁମାର ସାହୁ ଅଭିଯୁକ୍ତ ସରୋଜ ପିହାଣକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଥିଲେ।

- Advertisement -

ଶୁକ୍ରବାର ବିଚାରପତି ଶ୍ରୀ ସାହୁ ତାଙ୍କ ରାୟ ପ୍ରକାଶ କରି ଅଭିଯୁକ୍ତକୁ ୩ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ହଜାର ଜୋରିମନା ଏବଂ ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଭୋଗିବା ପାଇଁ ଆଦେଶ ଦେଇଥିବା ଜଣାପଡିଛି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ପ୍ରସନ୍ନ କୁମାର ରାଉତ ପରିଚାଳନା କରୁଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories