www.samajalive.in
Saturday, December 13, 2025
14.1 C
Bhubaneswar

ଅବକାରୀ ଚଢାଉ:ଗାଡି ସହିତ ବିପୁଳ ମଦ ଜବତ, ଜଣେ ଗିରଫ

ଆଠଗଡ: କଟକ ଜିଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦେଶକ୍ରମେ ଆଠଗଡ ଉପ ଅଧିକ୍ଷକ ଅଭିରାମ ସାହୁଙ୍କ ନେତୃତ୍ୱରେ ଅବକାରୀ ଚଢାଉ କରାଯାଇଥିଲା। ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଆଠଗଡ ଥାନା ଅନ୍ତର୍ଗତ କଲରାଗଡ ନିକଟରେ ଚଢାଉ କରାଯାଇ ଏକ ମାରୁତି ଗାଡି ଜବତ କରାଯାଇ ସେଥିରେ ଥିବା ଏକାଧିକ ପ୍ଲାଷ୍ଟିକ ଜାରକିନରେ ୧୮୯୦ଲିଟର ଚୋରାମଦ ଜବତ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।

କଲରାଗଡର ପ୍ରଦୀପ କୁମାର ରାଉତଙ୍କ ପୁଅ ସନ୍ଦିପ ରାଉତ ମଦ ଚାଲାଣ କରୁଥିବାବେଳେ ଗିରଫ ହୋଇଥିବା ଜଣାପଡିଛି। ଭ୍ରାମ୍ୟମାଣ ସ୍କାର୍ଡ ନିରୀକ୍ଷକ ଅଭିରାମ ସାହୁ, ଆଠଗଡ ଅବକାରୀ ଉପନିରୀକ୍ଷକ ଅରୁଣ ଭୋଇ, ବାଙ୍କୀ ଉପନିରୀକ୍ଷକ ସୌମ୍ୟରଞ୍ଜନ ମାଝି, ଭ୍ରାମ୍ୟମାଣ ସ୍କାର୍ଡ ଉପନିରୀକ୍ଷକ ଜ୍ୟୋତିର୍ମୟୀ ଦାସ, ସହକାରୀ ଉପନିରୀକ୍ଷକ ନିର୍ମଳ ବେହେରା, ସନାତନ ବେହେରା, ସନ୍ତୋଷ କୁମାର ବେହେରାଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories