www.samajalive.in
Wednesday, December 10, 2025
16.1 C
Bhubaneswar

ଆଠଗଡ ବନାଞ୍ଚଳରେ ପକ୍ଷୀ ଗଣନା, ୩୧ ପ୍ରଜାତିର ୧୮୯୪ ପକ୍ଷୀ ଚିହ୍ନଟ

ଆଠଗଡ: ଆଠଗଡ ବନାଞ୍ଚଳରେ ବୁଧବାର ବାର୍ଷିକ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ୭ଟି ଦଳ ବିଭିନ୍ନ ନଦୀ, ଦ୍ରଦ ଓ ଜଳାଶୟରେ ପକ୍ଷୀ ଗଣନା କରାଯାଇଥିବାବେଳେ ଚଳିତବର୍ଷ ୩୧ପ୍ରଜାତିର ମୋଟ ୧୮୯୪ଟି ପକ୍ଷୀ ଚିହ୍ନଟ ହୋଇଛି, ଯାହାକି ଗତ ବର୍ଷ ତୁଳନାରେ କିଛିଟା ଅଧିକ ପକ୍ଷୀ ଥିବା ପରିଲକ୍ଷିତ ହୋଇଥିଲା। ଅଂଶୁପା ମଧୁର ଜଳ ଦ୍ରଦରେ ବିଦେଶାଗତ ପକ୍ଷୀଙ୍କ ଆଗମନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ସର୍ବାଧିକ ୯୮୭ଟି ପକ୍ଷୀ ଥିବା ଗଣନାରୁ ଜଣାପଡିଛି। ଏଥିସହିତ ମୁଣ୍ଡଳି ନିକଟ ମହାନଦୀ, ଅମଙ୍ଗେଇ କୁଦ, ତିଗିରିଆରେ ମହାଦନୀ ତଟସ୍ଥିତ ଶୁଣ୍ଠିପାଳ, ରମ୍ପେଇ ପାଟ, ଜରିପାଳ ବନ୍ଧ ଓ ଜମୁନା ବନ୍ଧରେ ଏ ପକ୍ଷୀଗଣନା କରାଯାଇଥିଲା।

ଦେଶୀୟ ଓ ସ୍ଥାନୀୟ ପ୍ରଜାତିର ପକ୍ଷୀଗୁଡିକ ମଧ୍ୟରେ ପାଣିଡୁବୁକି, ଛୋଟ ପାଣିକୁଆ, ଗେଣ୍ଠାଳିଆ, କାଣ୍ଟିବଗ, ଗୋଠ ବଗୁଲି, ଛୋଟ ଓ ମଝିଆଁ ବଗ, ଚକୁଆ ଚକୋଇ, ହସଂରାଳି, ରଙ୍ଗଗେଣ୍ଡି, ମଣ୍ଡିଆ ଖାଇ, ଡାହୁକ, କୁକୁବା, ଦଳଖୁମ୍ପି, ଟିଣ୍ଟିଆ, ନଦୀ ଟିଣ୍ଟିଆ, ହଳଦିମୁହଁ ଟିଣ୍ଟିଆ, ନାଲିମୁଁହ ଟିଣ୍ଟିଆ, ପାଣିଚିରା, ମାଛରଙ୍କା, ଚିତ୍ରା ମାଛରଙ୍କା, କପୋତ, କଜଳପାତି ଓ ବଣି ଅନ୍ତର୍ଭୁକ୍ତ। ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକଙ୍କ ନେତୃତ୍ୱରେ ବନପାଳ ସବିତା ରାଉତ, ସୁଶିଲ କୁମାର ଜେନା, ପ୍ରଶାନ୍ତ କୁମାର ପରିଡା, ବନରକ୍ଷୀ ସୋନାଲି ନାଥ, ପ୍ରଶାନ୍ତ କୁମାର ବେହେରା, ରଶ୍ମି ବାରିକ, ତନ୍ମୟ ବେହେରା ଓ ପ୍ରମିଷ୍ଠା ପ୍ରିୟଦର୍ଶିନୀ ସାମନ୍ତଙ୍କ ପରିଚାଳନାରେ ୭ଟି ଦଳ ଏହି ପକ୍ଷୀଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories