ଶିଶୁକନ୍ୟାକୁ ଜନ୍ମ ଦେବା ପରେ ରାସ୍ତା କଡ଼ରେ ଫିଙ୍ଗିଦେଲା ମା’

ନୀଳଗିରି: କେହି ଜନ୍ମଦାତ୍ରୀ ମା’ ଶିଶୁକନ୍ୟାକୁ ଜନ୍ମ ଦେବା ପରେ ରାସ୍ତା କଡ଼ରେ ଫିଙ୍ଗି ଦେବା ଯୋଗୁ ଶିଶୁକନ୍ୟାର ଜୀବନ ଚାଲିଯିବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ବାଲେଶ୍ୱର ଜିଲା ନୀଳଗିରି ଥାନା ପୋଡ଼ାଶୋଳ ନିକଟ ସିଟି ସ୍କୁଲ ପଡ଼ିଆ ତଥା ଏଏନଏମ କେନ୍ଦ୍ରକୁ ଯାଇଥିବା ରାସ୍ତାକଡ଼ରେ ଏକ ଶିଶୁକନ୍ୟା ପଡ଼ିଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ । ଗତକାଲି ରାତିରେ କେହି ଏହି ଶିଶୁକନ୍ୟାକୁ ଜନ୍ମଦେବା ପରେ ଏକ କପଡ଼ାରେ ଗୋଡ଼ାଇ ସାଲାଇନ ପେଟିରେ ଭର୍ତ୍ତି କରି ଶିଶୁକନ୍ୟାକୁ ଫିଙ୍ଗି ଦେଇଥିବା ଅଭିଯୋଗ ଉଠିଛି । ରାତିସାରା ଶୀତ କାକରରେ ଛଟପଟ ହୋଇ ଶିଶୁକନ୍ୟାର ଜୀବନ ଯାଇଥିବା ନେଇ ଚର୍ଚ୍ଚା ହୋଇଛି । ଏଭଳି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି ।

Comments are closed.