www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଥମ ଟି-୨୦ :ମୋହାଲିରେ ଜିତିଲା ଭାରତ, ହାରିଲା ଆଫଗାନିସ୍ତାନ

ମୋହାଲି: ମୋହାଲିରେ ପ୍ରଥମ ଟି-୨୦ ଜିତିଲା ଭାରତ। ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦ରେ ଆଫଗାନିସ୍ତାନକୁ ୬ ୱିକେଟରେ ଭାରତ ପରାସ୍ତ କରିଛି।
ଆଫଗାନିସ୍ତାନ ପକ୍ଷରୁ ଭାରତ ଆଗରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖାଯାଇଥିଲା। ଏହାର ଜବାବରେ ଭାରତ ୧୭.୩ ତମ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଶିବମ ଦୁବେ ଅପରାଜିତ ୬୦ ରନ କରିଥିବାବେଳେ ଜିତେଶ ଶର୍ମା ୩୧, ତିଳକ ବର୍ମା ୨୬ ଏବଂ ଶୁଭମନ ଗିଲ୍ ୨୩ରନ କରିଥିଲେ।
ଆଜିର ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦରାନ ଦଳ ପାଇଁ ଆରମ୍ଭ ସହ ପ୍ରଥମ ୱିକେଟ ଯୋଡ଼ିରେ ୫୧ ରନ କରିଥିଲେ। ଗୁରୁବାଜ ୨୩, ଜଦରାନ ୨୫, ମହମ୍ମଦ ନବି ୪୨, ଅଜମାତୁଲ୍ଲା ୨୯, ନଜିବୁଲ୍ଲା ଜଦରାନ ୧୯ ରନ ସଂଗ୍ରହ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୫୮ ରନ କରିଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ମୁକେଶ କୁମାର ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଏହି ସିରିଜରେ ମୋଟ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ଦ୍ବିତୀୟ ଟି-୨୦ ଜାନୁଆରୀ ୧୪ ତାରିଖରେ ଇନ୍ଦୋରଠାରେ ଓ ତୃତୀୟ ଟି-୨୦ ଜାନୁଆରୀ ୧୭ ବେଙ୍ଗାଲୁରୁଠାରେ ଖେଳାଯିବ ବୋଲି ଜଣାପଡ଼ିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories