nua o banner

ତେଲକୋଇ ବ୍ଲକ: ୨୨ଟି ପଞ୍ଚାୟତରୁ ୧୯ଟି ସରପଞ୍ଚଙ୍କ ସମୂହ ଇସ୍ତଫା

BJD Bijuli 480×75 Mob

କେନ୍ଦୁଝରଗଡ଼ : ସରପଞ୍ଚ ଭାବେ ନିର୍ବାଚିତ ହେବା ଦୀର୍ଘ ୨ବର୍ଷ ପରେ ମଧ୍ୟ ଉନ୍ନୟନମୂଳକ କାର୍ଯ୍ୟରେ ସରପଞ୍ଚଙ୍କୁ ସାମିଲ ନକରିବା ଏବଂ ପ୍ରଶାସନିକସ୍ତରରେ ସରପଞ୍ଚମାନଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା ପ୍ରତିବାଦରେ କେନ୍ଦୁଝର ଜିଲା ତେଲକୋଇ ବ୍ଲକର ୨୨ଟି ପଞ୍ଚାୟତରୁ ୧୯ଟି ପଞ୍ଚାୟତର ସରପଞ୍ଚ ଗୁରୁବାର ପୂର୍ବାହ୍ନରେ ସେମାନଙ୍କ ସମୂହ ଇସ୍ତଫାପତ୍ର ତେଲକୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)ଙ୍କୁ ପ୍ରଦାନ କରିଛନ୍ତି। ତେଲକୋଇ ବିଡିଓଙ୍କୁ ଇସ୍ତଫାପତ୍ର ପ୍ରଦାନ ପରେ ସମସ୍ତ ୧୯ଜଣ ସରପଞ୍ଚ କେନ୍ଦୁଝର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ମଧ୍ୟ ସମୂହ ଇସ୍ତଫାପତ୍ର ଦେବା ପାଇଁ ଆସିଥିଲେ। କିନ୍ତୁ ଦୀର୍ଘ ୬ଘଣ୍ଟା ଧରି ସରପଞ୍ଚମାନେ ଅପେକ୍ଷା କରି ରହିଥିଲେ ମଧ୍ୟ ଉପଜିଲାପାଳ ଆସିନଥିଲେ।

କେନ୍ଦୁଝର ଜିଲା ତେଲକୋଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ନାନା ସମସ୍ୟା ଲାଗି ରହିଛି। ଏହାର ସମାଧାନ କରିବା ପରିବର୍ତ୍ତେ ବ୍ଲକ୍ ପ୍ରଶାସନ ସରପଞ୍ଚ ମାନଙ୍କୁ ବାରମ୍ବାର ଅଣଦେଖା କରୁଥିବାରୁ ଏଥିରେ ଅତିଷ୍ଠ ହୋଇ ୧୯ ଜଣ ସରପଞ୍ଚ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଇସ୍ତଫା ପତ୍ର ଦେବାପରେ ଉପଜିଲାପାଳଙ୍କୁ ମଧ୍ୟ ଭେଟି ସମୂହ ଇସ୍ତଫା ପତ୍ର ଦେବାକୁ ଆସିଥିବାବେଳେ ୬ଘଣ୍ଟା ପରେ ମଧ୍ୟ ଆସିଲେଣି କେନ୍ଦୁଝର ଉପଜିଲାପାଳ। ଉପଜିଲାପାଳଙ୍କ କାର୍ଯ୍ୟାଳୟ ଜିଲାପାଳଙ୍କ କାର୍ଯ୍ୟାଳୟ ୫୦୦ମିଟର ଦୂରରେ ଥିବା କାର୍ଯ୍ୟାଳୟରେ ଥିବା କେନ୍ଦୁଝର ଉପଜିଲାପାଳ ଖବର ପାଇ ମଧ୍ୟ ଆସିଲେ ନାହିଁ।

ଖବର ପାଇ ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ପୂର୍ବତନ ବିଧାୟକ ତଥା ବିଜେଡି ନେତା ଧନୁର୍ଜୟ ସିଦ୍ଦୁ ଓ ପୂର୍ବତନ ଜିଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ସମେତ ବହୁ ବିଜେଡି ନେତା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମୂହ ଇସ୍ତଫା ଦେବାକୁ ଆସିଥିବା ସରପଞ୍ଚ ମାନଙ୍କୁ ବୁଝାସୁଝା କରିଥିଲେ। ଏହି ସମୟରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପ୍ରମୁଖ ବହୁ କଂଗ୍ରେସ ନେତା ମଧ୍ୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମୂହ ଇସ୍ତଫା ଦେବାକୁ ଆସିଥିବା ସରପଞ୍ଚ ମାନଙ୍କୁ ସମର୍ଥନ ଦେଇଥିଲେ। ତେବେ ଦୀର୍ଘ ୬ଘଣ୍ଟାର ଅପେକ୍ଷା ପରେ ବିଜେଡି ନେତାଙ୍କ ବହୁ ବୁଝାସୁଝା ପରେ ଏବଂ ଉପଜିଲାପାଳ ନଆସିବାରୁ ଇସ୍ତଫା ଦେବାକୁ ଆସିଥିବା ସମସ୍ତ ୧୯ଜଣ ସରପଞ୍ଚ ତେଲକୋଇ ଫେରି ଯାଇଥିଲେ। ସମୂହ ଇସ୍ତଫା ସମ୍ପର୍କରେ କ’ଣ ପଦକ୍ଷେପ ଗ୍ରହଣ କରାଯିବ ସେ ସମ୍ପର୍କରେ ଜିଲା ସରପଞ୍ଚ ସଂଘ ସହ ଆଲେଚନା ପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ତେଲକୋଇ ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ରାଇସୁଆଁ ସରପଞ୍ଚ ବାଗୁନ ଚାମ୍ପିଆ କହିଛନ୍ତି।

Comments are closed.