ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଏକ ପତ୍ନୀ ହତ୍ୟା ଘଟଣାର ବିଚାର କରି ଆଠଗଡର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ପ୍ରଦୀପ୍ତ କୁମାର ସାହୁ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି। ଘଟଣାର ବିବରଣୀରୁ ପ୍ରକାଶ ଯେ ବଡମ୍ବା ଥାନା ଅନ୍ତର୍ଗତ ନୂଆ କେଶାବେରେଣୀ ଗ୍ରାମର ପ୍ରାଣବନ୍ଧୁ ବେହେରାଙ୍କ ଝିଅ ସତ୍ୟଭାମା ଉକ୍ତ ଥାନା ଅନ୍ତର୍ଗତ ଗଗନା ଗ୍ରାମର ସଞ୍ଜୟ ବେହେରାଙ୍କୁ ଆଜକୁ ୧୫ ବର୍ଷ ତଳେ ହିନ୍ଦୁ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ସୁନା ,ଗହଣା ଓ ନଗଦ ୫୦ ହଜାର ଟଙ୍କା ଦିଆଯାଇଥିଲା। ଅଧିକ ଟଙ୍କା ଆଣିବା ପାଇଁ ସତ୍ୟଭାମାଙ୍କୁ ସ୍ବାମୀ ସଞ୍ଜୟ , ଶାଶୁ ଛାୟା ଓ ଶଶୁର ପ୍ରାଣବନ୍ଧୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା।

prayash

ଏପରିକି ସଞ୍ଜୟ ସତ୍ୟଭାମାଙ୍କୁ ଛେଳି ଚରାଇବା ପାଇଁ ପଠାଯାଏ, ଟଙ୍କା ନ ଆଣିଲେ ଛେଳି ଚରାଇବା କାମ କରିବୁ ବୋଲି କୁହାଯାଏ। ଗତ ୨୦୧୯ ମସିହା ଏପ୍ରିଲ ୨୧ ତାରିଖରେ ସତ୍ୟଭାମା ୨୦ ହଜାର ଟଙ୍କା ଆଣି ଶଶୁରଘରେ ଦେବାପାଇଁ ବାପଘର ଲୋକଙ୍କୁ ଜଣାଇଥିଲେ ଓ ଟଙ୍କା ନ ଦେଲେ ମାରିଦେବେ ବୋଲି କହିଥିଲେ। ତେବେ ତାର ଦୁଇଦିନ ପରେ ଅର୍ଥାତ ଏପ୍ରିଲ ୨୩ ତାରିଖରେ ସତ୍ୟଭାମାଙ୍କୁ ତାଙ୍କ ସ୍ବାମୀ, ଶାଶୁ ଓ ଶ୍ବଶୁର ମିଳିମିଶି ମାଡମାରି ମାରି ଦେଇଥିଲେ ବୋଲି ତାଙ୍କ ବାପଘର ଲୋକ ଅଭିଯୋଗ କରିଥିଲେ ।

ଘଟଣା ସଂପର୍କରେ ସତ୍ୟଭାମାଙ୍କ ବାପା ପ୍ରାଣବନ୍ଧୁ ବଡମ୍ବା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବଡମ୍ବା ଥାନା କେଶ ନମ୍ବର ୭୮/୧୯ ରେ ମାମଲା ରୁଜୁ କରାଯାଇଥିଲା। ପୁଲିସ ସ୍ବାମୀ ସଞ୍ଜୟଙ୍କୁ ଗିରଫ କରିଥିବା ବେଳେ ଶାଶୁ, ଶ୍ବଶୁର ଫେରାର ହୋଇ ଯାଇଥିଲେ। ପୁଲିସ ମାମଲାର ତଦନ୍ତ କରି ଅଭିଯୋଗ ଫର୍ଦ ଦାଖଲ କରିଥିଲେ। ପୁଲିସର ଅଭିଯୋଗ ଫର୍ଦ୍ଦ, ସତ୍ୟଭାମାଙ୍କ ପୁଅ ଓ ଝିଅଙ୍କ ସାକ୍ଷ୍ୟ, ଅନ୍ୟ ପ୍ରମାଣକୁ ଆଧାର କରି ଏବଂ ଅତିରିକ୍ତ ପିପି ଶରତ କୁମାର ଦାଶ ଓ ଅନ୍ୟତମ ଅତିରିକ୍ତ ପିପି ଦେବାଶିଷ ସିଟଙ୍କ ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀ ସାହୁ ଗୁରୁବାର ତାଙ୍କ ରାୟ ପ୍ରକାଶ କରିଛନ୍ତି। ବିଚାରପତି ୩୦୨ ଦଫାରେ ଆଜୀବନ କାରାଦଣ୍ଡ, ୪୯୮(କ) ଦଫାରେ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି।

kalyan agarbati

Comments are closed.