ଆଠଗଡ ସାହିତ୍ୟ ସମାଜର ଭାବବିନୋଦିଆ ଉପାଧି ପ୍ରଦାନ ଉତ୍ସବ
ଆଠଗଡ: ଆଠଗଡ ସାହିତ୍ୟ ସମାଜ ଆନୁକୂଲ୍ୟରେ ହୋଲି ଓ ଭାବବିନୋଦିଆ ଉପାଧି ପ୍ରଦାନ ଉତ୍ସବ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଶୁଭଦୀପା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜାତୀୟ ଜନପ୍ରିୟ ବିଜ୍ଞାନ ପୁରସ୍କାର ପାଇଥିବା ମାୟାଧର ସ୍ବାଇଁଙ୍କୁ ଆଠଗଡ ସାହିତ୍ୟ ସମାଜ ପକ୍ଷରୁ ଭାବ ବିନୋଦିଆ ଉପାଧି ପ୍ରଦାନ କରାଯାଇଥିଲା।
ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜାତୀୟ ଜନପ୍ରିୟ ପୁରସ୍କାର ପାଇଥିବା ବିଜ୍ଞାନ କବି ମାୟାଧର ସ୍ୱାଇଁ ଯୋଗଦେଇ ବିଜ୍ଞାନ ଆଜି ବିଶ୍ୱକୁ ଦିଗଦର୍ଶନ ଦେଇଛି ଏବଂ ବିଜ୍ଞାନକୁ ଛାଡି ମାନବ ସମାଜ ଆଗକୁ ଯାଇ ପାରିବନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଆଠଗଡ ରାଧାପତିପୁରସ୍ଥିତ ଶିଳାଧାମ ଆଶ୍ରମର ମହନ୍ତ ସାଧୁ ଯଶୋଦା ନନ୍ଦନ ମହାରାଜ ଯୋଗଦେଇ ରାଧାକୃଷ୍ଣଙ୍କ ଅପୂର୍ବ ମିଳନ ଉତ୍ସବକୁ ହୋଲି ଉତ୍ସବ ଭାବେ ପାଳନ କରାଯାଇଥାଏ ବୋଲି କହିଥିଲେ।
ଆଜି ଭକ୍ତିର ମାର୍ଗ ପଡିଛି ଏବଂ ଭଗବାନ ରାଧାକୃଷ୍ଣଙ୍କ ନିକଟରେ ସମର୍ପଣ ଭାବ ରଖିଲେ ଜୀବନ ସର୍ବବ୍ୟାପି ଓ ସୁଖପ୍ରଦ ହୋଇପାରିବ ବୋଲି ସାଧୁ ଯଶୋଦା ନନ୍ଦନ ମହାରାଜ ପ୍ରକାଶ କରିଥିଲେ। ଉତ୍ସବରେ ସମ୍ପାଦକ ଲଲାଟେନ୍ଦୁ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.