www.samajalive.in
Monday, December 15, 2025
27.1 C
Bhubaneswar

ଦାବି ପୂରଣ ପାଇଁ ରାଜରାସ୍ତାରେ ଶିକ୍ଷକ

ଆଠଗଡ଼: ଆଠଗଡ଼ ସହରର ରାଜରାସ୍ତାରେ ଶହ ଶହ ଶିକ୍ଷକଙ୍କର ଶୋଭାଯାତ୍ରା ଫଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। କିଛି ସମୟ ପାଇଁ ରାସ୍ତାରେ ଗାଡିମଟର ଏପରିକି ବାଇକ୍‌‌ ମଧ୍ୟ ଚଳାଚଳ କରିପାରିନଥିଲା। ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ(ନୂତନ ପେନସନ ଯୋଜନାଭୁକ୍ତ)ର ଆଠଗଡ଼ ବ୍ଲକ ଶାଖା ପକ୍ଷରୁ ଶିକ୍ଷକମାନଙ୍କର ଦାବିପୂରଣ ଲାଗି ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ରଥଗଡ଼ାରୁ ବାହାରିଥିବା ଶୋଭାଯାତ୍ରା ମୁଖ୍ୟରାସ୍ତା ଦେଇ ସହର ପରିକ୍ରମା କରି ସ୍ଥାନୀୟ ବ୍ଲକଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ନୂତନ ପେନସନ ଯୋଜନାଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆଠଗଡ଼ ଶାଖା ସଭାପତି ଚାରୁଚନ୍ଦ୍ର ବେହେରା ଓ ଅନ୍ୟ କର୍ମକର୍ତ୍ତାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା ସମୟରେ ମୁଖ୍ୟବଜାରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ମାଧ୍ୟମରେ ଶିକ୍ଷକମାନଙ୍କ ପ୍ରତି ସରକାର ବୈମାତୃକ ଓ ପକ୍ଷପାତିତାମୂଳକ ମନୋଭାବ ପୋଷଣ କରୁଥିବା ସେମାନେ ଅଭିଯୋଗ କରିଥିଲେ। ରାଜ୍ୟସରକାର ଏବେ ନିକଟରେ ଚୁକ୍ତିଭିତ୍ତିକ ନିଯୁକ୍ତି ବନ୍ଦ କରିଥିବା ଏବଂ ପୂର୍ବରୁ ଏହିପରି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଘୋଷଣା କରିଥିବା ବେଳେ ୨୦୦୧ ମସିହାରୁ ନିଯୁକ୍ତି ପାଇଥିବା ସେମାନେ ଉତ୍‌‌ଥାପନ କରିଥିବା ୩ଟି ଦାବି ମଧ୍ୟରେ ପ୍ରଥମେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷାସହାୟକ ଓ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କୁ ଏଥିରୁ ବଞ୍ଚିତ କରାଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଶିକ୍ଷକନେତାମାନେ ପ୍ରକାଶ କରିଥିଲେ। ଶିକ୍ଷକମାନଙ୍କ ପ୍ରତି ଏବଂ ଶିକ୍ଷା ବ୍ୟବସ୍ଥା ପ୍ରତି ରାଜ୍ୟ ସରକାର ସବୁବେଳେ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି। ଅନ୍ୟ ରାଜ୍ୟମାନଙ୍କରେ ଶିକ୍ଷକମାନଙ୍କୁ ଉଚିତ୍‌‌ ପ୍ରାପ୍ତ ଅର୍ଥାତ୍‌‌ କେନ୍ଦ୍ରସରକାରଙ୍କ ବେତନ ହାରରେ ଦରମା ଦିଆଯାଉଥିବା ବେଳେ ଓଡ଼ିଶା ସରକାର ଶିକ୍ଷକମାନଙ୍କ ଦୀର୍ଘଦିନର ଦାବି ପ୍ରତି ଅଣଦେଖା କରି ଚାଲିଛନ୍ତି ବୋଲି ଶିକ୍ଷକନେତାମାନେ ଅଭିଯୋଗ କରିଥିଲେ।

- Advertisement -

ଗତ ଅକ୍ଟୋବର ୧୬ତାରିଖରେ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ସମସ୍ତ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କୁ ଯେପରି ସ୍ଥାୟୀ ନିଯୁକ୍ତି ଦିଆଯାଉଛି ସେହିଭଳି ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ସ୍ଥାୟୀ କରାଯିବା ଏବଂ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ କରିବା, କେନ୍ଦ୍ରୀୟ ହାରରେ ପ୍ରାଥମିକ ଶିକ୍ଷକଙ୍କୁ ପ୍ରାରମ୍ଭିକ ବେତନ ୩୫୪୦୦ଟଙ୍କା କରିବା ଏବଂ ନୂତନ ପେନସନ ଯୋଜନାକୁ ପ୍ରତ୍ୟାହାର କରି ଶିକ୍ଷକମାନଙ୍କୁ ପୁରାତନ ପେନସନ ଯୋଜନାରେ ସାମିଲ କରିବା ଆଦି ୩ଟି ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ନବକିଶୋର ସାହୁ ଓ ନିତ୍ୟାନନ୍ଦ ବେହେରାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ସଂଘର କାର୍ଯ୍ୟକାରୀ ସଭାପତି ଦିପ୍ତୀରଞ୍ଜନ ବେହେରା, ଆଲୋକ କୁମାର ରାଉତ, ଉପସଭାପତି ରେଣୁବାଳା ପାଲ ସାଧାରଣ ସଂପାଦକ ହରପ୍ରସାଦ ବେହେରା, କୋଷାଧ୍ୟକ୍ଷ ଗଦାଧର ଲେଙ୍କା, କର୍ମକର୍ତ୍ତା ପ୍ରଶାନ୍ତ କୁମାର ସାହୁ, ସଂଯୁକ୍ତା ପାଲଙ୍କ ସମେତ ଶିକ୍ଷକ ନେତା ନୀଳମଣି ନାୟକ, ପର୍ଶୁରାମ ବେହେରା ଓ କ୍ଷୀରୋଦ କୁମାର ବେହେରା ପ୍ରମୁଖ ପଥପ୍ରାନ୍ତ ସଭାରେ ଉଦ୍‌‌ବୋଧନ ଦେଇ ଶିକ୍ଷକମାନଙ୍କର ଦାବି ଉପସ୍ଥାପନ କରିଥିଲେ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁସାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories